Home ଜିଲ୍ଲା ପରିକ୍ରମା ରାଷ୍ଟ୍ରପତି ପୁରସ୍କାର ପାଇବେ ଆଦର୍ଶ ଶିକ୍ଷକ ଶଶିଶେଖର କରଶର୍ମା

ରାଷ୍ଟ୍ରପତି ପୁରସ୍କାର ପାଇବେ ଆଦର୍ଶ ଶିକ୍ଷକ ଶଶିଶେଖର କରଶର୍ମା

25

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ୍ କେନ୍ଦୁଆପଦା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶିଶେଖର କରଶର୍ମାଙ୍କୁ ରାଷ୍ଟ୍ରପତି ପୁରସ୍କାର ପାଇ ମନୋନୀତ କରାଯାଇଛି । ଓଡ଼ିଶାର ଦୁଇ ମନୋନୀତ ଶିକ୍ଷକଙ୍କ ମଧ୍ୟରୁ ଶ୍ରୀ କରଶର୍ମା ଜଣେ । ଆସନ୍ତା ଗୁରୁଦିବସରେ ସେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ମହାମହିମ ରାଷ୍ଟ୍ରପତିଙ୍କ ନିକଟରୁ ଏହି ପୁରସ୍କାର ଗ୍ରହଣ କରିବେ । ଶ୍ରୀ କରଶର୍ମା ଚାରିବର୍ଷ ଧରି କେନ୍ଦୁଆପଦା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରିଆସୁଛନ୍ତି । ୨୦୧୪ ରେ ସେ ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ଶିକ୍ଷକତା ବ୍ୟତୀତ ସମାଜ ସେବା, ରକ୍ତଦାନ ଶିବିର, ବୃକ୍ଷରୋପଣ ସହ ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ପ୍ରସାର ଆଦି କ୍ଷେତ୍ରରେ କରଶର୍ମା ବେଶ୍ ଲୋକପ୍ରିୟତା ଅର୍ଜନ କରିଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଶିକ୍ଷା ଦେବା ସହ ଶ୍ରୀ କରଶର୍ମା ଏନସିସି ଅଫିସର, ବିଜ୍ଞାନ ସଂଯୋଜକ ଭାବେ ସୁନାମ ଅର୍ଜନ କରିଛନ୍ତି । ୨୦୧୫ ରେ ପ୍ରକୃତି ବନ୍ଧୁ ଓ ୨୦୨୧ ରେ ପ୍ରକୃତି ମିତ୍ର ପୁରସ୍କାର ପାଇଥିଲେ । ଶ୍ରୀ କରଶର୍ମା ହିନ୍ଦୀରୁ ଓଡ଼ିଆ ଭାଷାରେ ଏକାଧିକ ପୁସ୍ତକ ଅନୁବାଦନ କରିଛନ୍ତି । ରାଷ୍ଟ୍ରପତି ପୁରସ୍କାର ପାଇଁ ଶ୍ରୀ କରଶର୍ମା ମନୋନୀତ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଚାଲିଛି । ପ୍ରକାଶଯୋଗ୍ୟ ଶ୍ରୀ କରଶର୍ମା ୧୯୯୪ ମସିହାରୁ ଭଣ୍ଡାରିପୋଖରୀ ବ୍ଲକ୍ ସରସଦା ଉଚ୍ଚ ବିଦ୍ୟାଳୟରୁ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.