Home Top News ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ପ୍ରଦାନ ପାଇଁ ବମ୍ବେ ହାଇକୋର୍ଟଙ୍କ ଆଦେଶ ବିରୋଧରେ...

ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ପ୍ରଦାନ ପାଇଁ ବମ୍ବେ ହାଇକୋର୍ଟଙ୍କ ଆଦେଶ ବିରୋଧରେ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହେଲା ଏନସିବି

67

ମୁମ୍ବାଇ ମାର୍ଚ୍ଚ ୧୫ (ଓଡିଆ ପୁଅ) ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ସମ୍ବନ୍ଧୀୟ ଅଭିଯୋଗରେ ପୂର୍ବରୁ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ପ୍ରଦାନ ପାଇଁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)।

ମାର୍ଚ୍ଚ ୧୮ ରେ ପ୍ରଧାନ ବିଚାରପତି ବୋବଡେ ଏବଂ ଜଷ୍ଟିସ ଏସ୍ ବୋପାନ୍ନା ଏବଂ ଭି ରାମାସୁବ୍ରମଣ୍ୟନଙ୍କ ଏକ ବେଞ୍ଚ ଏହାର ଶୁଣାଣି କରିବେ।

ଗତ ବର୍ଷ ଅକ୍ଟୋବର ୭ ରେ ବମ୍ବେ ହାଇକୋର୍ଟ ଅଭିନେତ୍ରୀଙ୍କୁ ଜାମିନ ପ୍ରଦାନ କରିଥିଲେ ଏବଂ ତାଙ୍କୁ ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ବଣ୍ଡ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହା ସତ୍ତ୍ୱେ ଏହି ମାମଲାର ଅଭିଯୁକ୍ତ ତାଙ୍କ ଭାଇ ଶୌଭିକ୍‌ ଚକ୍ରବର୍ତ୍ତୀ ଏବଂ ଜଣେ ଡ୍ରଗ୍ସ ପେଡଲର ଅବଦେଲ ବଶିଷ୍ଟ ପରୀହରଙ୍କର ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ଥିଲେ ହାଇକୋର୍ଟ।

ଗତ ବର୍ଷ ସେପ୍ଟେମ୍ବରରେ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ଆଙ୍ଗେଲ ଅନୁଧ୍ୟାନରେ ରିୟା, ତାଙ୍କ ଭାଇ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଏନସିବି ଗିରଫ କରିଥିଲା।

ରିୟା ଚକ୍ରବର୍ତ୍ତୀ ଏବଂ ଅନ୍ୟ ଦୁଇଜଣଙ୍କୁ ଜାମିନ ପ୍ରଦାନ କରୁଥିବାବେଳେ ହାଇକୋର୍ଟ ସେମାନଙ୍କ ପାସପୋର୍ଟକୁ ଏନସିବିରେ ଜମା କରିବାକୁ ଏବଂ ସ୍ୱତନ୍ତ୍ର ଏନଡିପିଏସ ଆକ୍ଟ ଅଧିନରେ କୋର୍ଟର ଅନୁମତି ବିନା ଦେଶ ନ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.