ନୂଆଦିଲ୍ଲୀ, ୨୩ା୭, (ଓଡିଆ ପୁଅ/ପଙ୍କଜିନୀ ନାୟକ) : ଆମ୍ରପାଲୀ ଗ୍ରୁପ ଉପରେ ବଡ କାର୍ଯ୍ୟାନୁଷ୍ଠାନ କରିବା ସହ ଏଥିରେ ଫ୍ଲାଟ୍ କିଣିଥିବା ୪୫ ହଜାର ଗ୍ରାହକଙ୍କୁ ବଡ ଉପହାର ଦେଇଛନ୍ତି ସୁପ୍ରିମକୋର୍ଟ। ଆମ୍ରପାଲୀରେ ଅଧା ହୋଇଥିବା ଫ୍ଲାଟକୁ ଏଣିକି ଏନବିସିସି ନିର୍ମାଣ କରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ଖବର ଆସିବା ପରେ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଏହା ସହ ସୁପ୍ରିମକୋର୍ଟ ଆରଇଆରଏ ଅନ୍ତର୍ଭୁକ୍ତ ଆମ୍ରପାଲୀର କମ୍ପାନୀର ପଞ୍ଜୀକରଣକୁ ବି ରଦ୍ଧ କରିଦେଇଛନ୍ତି। ଆମ୍ରପଲ୍ଲୀ ମାଲିକଙ୍କ ବିରୋଧରେ ଇଡିକୁ ମନି ଲଣ୍ଡରିଂ ମାମଲାରେ ଯାଂଚ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ମେ ୧୦ରେ କୋର୍ଟ ଏହି ମାମଲାର ନିଷ୍ପତିକୁ ସଂରକ୍ଷିତ ରଖିଥିଲେ।
ତେବେ ଆମ୍ରପାଲୀରେ ଫ୍ଲାଟ୍ କିଣିଥିବା ଗ୍ରାହକମାନେ ଟଙ୍କା ଦେବା ପରେ ମଧ୍ୟ ଫ୍ଲାଟ୍ ମିଳିନଥିଲା। ଏନେଇ ସେମାନେ ହଇରାଣ ହେବରା ସହ ସୁପ୍ରିମକୋର୍ଟଙ୍କ ରାୟକୁ ଅନାଇ ବସିଥିଲେ। ଏହି ଘଟଣାରେ ସୁପ୍ରିମକୋର୍ଟ ଡାଇରେକ୍ଟର ସମ୍ପତ୍ତି ଜବତ କରିବା କହିଥିଲେ। ତଦନ୍ତ ପରେ କମ୍ପାନୀର ସିଏମଡି ସମେତ ବହୁ ବ୍ୟକ୍ତି ଗିରଫ ହୋଇଛନ୍ତି।








