Home ଓଡ଼ିଶା ବିଭିନ୍ନ ଜିଲ୍ଲା ପାଇଁ ବିଜେଡି ମହିଳା କମିଟି ପ୍ରଭାରୀ

ବିଭିନ୍ନ ଜିଲ୍ଲା ପାଇଁ ବିଜେଡି ମହିଳା କମିଟି ପ୍ରଭାରୀ

142

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ୩୦ ଜଣ ମହିଳା ନେତ୍ରୀଙ୍କୁ ଜିଲ୍ଲା ମହିଳା କମିଟିର ପ୍ରଭାରୀ ଭାବେ ନିଯୁକ୍ତ କରିଛି। ଦାୟିତ୍ବ ପାଇଥିବା ଏହି ନେତ୍ରୀମାନେ ଜିଲ୍ଲା ମହିଳା ସାଙ୍ଗଠନିକ କାର୍ଯ୍ୟ ତଦାରଖ କରିବେ। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଗଣମାଧ୍ୟମ ବ୍ୟାପାର ଦାୟିତ୍ବରେ ଥିବା ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ଏହା ଘୋଷଣା କରିଛନ୍ତି। ବିଭିନ୍ନ ଜିଲ୍ଲା ପାଇଁ ନିଯୁକ୍ତ ନେତ୍ରୀମାନେ ହେଲେ-

ଗଞ୍ଜାମ- ଗୀତା ବସ୍ତିଆ, କେନ୍ଦୁଝର- ଲୋପାମୁଦ୍ରା ବକ୍ସିପାତ୍ର, ଖୋର୍ଦ୍ଧା- କସ୍ତୁରୀ ମହାପାତ୍ର, ମୟୂରଭଞ୍ଜ- ଉର୍ମିଲତା ଦାସ, କଟକ- ପ୍ରଭାସିନୀ ଷଡ଼ଙ୍ଗୀ, ସୁନ୍ଦରଗଡ଼- ଜ୍ୟୋତି ପାଣିଗ୍ରାହୀ, ରାୟଗଡ଼ା- ସ୍ନିଗ୍ଧା ପାଣିଗ୍ରାହୀ, ବାଲେଶ୍ୱର- ଭାରତୀ ସିଂ, ନୟାଗଡ଼- କୁଞ୍ଜଲତା ସାମଲ, ଜଗତସିଂହପୁର- ସଞ୍ଜୁକ୍ତା ମହଲା, ମାଲକାନଗିରି- ନିବେଦିତା ମହାନ୍ତି, କନ୍ଧମାଳ- ସଂଘମିତ୍ରା ଦଳେଇ, ଯାଜପୁର- ରିଜାୱାନା ବେଗମ୍‌, ସମ୍ବଲପୁର- ମୀନତି ଦେବତା, କେନ୍ଦ୍ରାପଡ଼ା- ମୀତା ରାଉତ, ବଲାଙ୍ଗୀର- ସରୋଜିନୀ ରାଜ, ଅନୁଗୁଳ- ପୁଷ୍ପାଞ୍ଜଳି ରଣା, କାଳାହାଣ୍ଡି- ସଞ୍ଜୁକ୍ତା ମହାନ୍ତି, ପୁରୀ- ସନ୍ଧ୍ୟା ବିଶ୍ୱାଳ, ସୁବର୍ଣ୍ଣପୁର- ରଞ୍ଜୁଲତା ରାଏ, ନୂଆପଡ଼ା- ରୁନୁ ଜେନା- କୋରାପୁଟ- ମୀରା ପରିଡ଼ା, ବରଗଡ଼- ନିବେଦିତା ନାୟକ, ଭଦ୍ରକ- ସରୋଜିନୀ ମହାପାତ୍ର, ନବରଙ୍ଗପୁର- ସମ୍ପା ମଜୁମଦାର, ଢେଙ୍କାନାଳ- ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଝାରସୁଗୁଡ଼ା- ସାଗରୀକା ମିଶ୍ର, ବୌଦ୍ଧ- ବାସନ୍ତୀ ସିଂ, ଦେବଗଡ଼ ଜିଲ୍ଲା- ବନଜା ମହାନ୍ତି ଏବଂ ଗଜପତି- ବାସନ୍ତୀ ମହାପାତ୍ରଙ୍କୁ ଜିଲ୍ଲା ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.