Home Top News ୯’ରେ ଦେଶବ୍ୟାପୀ ସାମୂହିକ ହନୁମାନ ଚାଳିଶା ପାଠ କରିବ ବଜରଙ୍ଗ ଦଳ

୯’ରେ ଦେଶବ୍ୟାପୀ ସାମୂହିକ ହନୁମାନ ଚାଳିଶା ପାଠ କରିବ ବଜରଙ୍ଗ ଦଳ

71

ନୂଆଦିଲ୍ଲୀ: ଆସନ୍ତା ମଇ ୯’ ତାରିଖ ମଙ୍ଗଳବାର ଦିନ ଦେଶବ୍ୟାପୀ ସାମୂହିକ ହନୁମାନ ଚାଲିଶା ପାଠ କରିବ ବଜରଙ୍ଗ ଦଳ। ବିଶ୍ୱ ହିନ୍ଦୁ ପରିଷଦ ଅନ୍ତରାଷ୍ଟ୍ରୀୟ ମହାସଚିବ ଶ୍ରୀ ମିଳିନ୍ଦ ପରାଣ୍ଡେ ଏହା ଘୋଷଣା କରି କହିଛନ୍ତି ‘କୁମତି ନିୱାର ସୁମତି କେ ସଙ୍ଗୀ’ ସାମୂହିକ ଶ୍ରୀ ହନୁମାନ ଚାଲିଶା ପାଠ ମାଧ୍ୟମରେ ହନୁମତ ଶକ୍ତିର ବ୍ୟାପକ ଜନ ଜାଗରଣ ସୃଷ୍ଟି କରି କଂଗ୍ରେସ ସମେତ ଆତଙ୍କବାଦୀଙ୍କ ସମର୍ଥକ ତଥା ହିନ୍ଦୁ ବିରୋଧୀ ମାନସିକତା ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ଶ୍ରୀ ପାରାଣ୍ଡେ କହିଛନ୍ତି, କର୍ଣ୍ଣାଟକ କଂଗ୍ରେସର ନିର୍ବାଚନୀ ଇସ୍ତାହାର ଏବଂ ଏହା ପରେ ରାଜସ୍ଥାନ, ଛତିଶଗଡ, ହିମାଚଳ ପ୍ରଦେଶ ଏବଂ ମହାରାଷ୍ଟ୍ରରେ ବଜରଙ୍ଗ ଦଳକୁ ଟାର୍ଗେଟ କରାଯାଇଛି। ଯେତେବେଳେ କି ବଜରଙ୍ଗ ଦଳ ଗୋରକ୍ଷା, ବାଳିକା ସୁରକ୍ଷା, ରକ୍ତଦାନ ଶିବିର, ମଠ, ମନ୍ଦିର ତଥା ଧର୍ମର ସୁରକ୍ଷା ସହିତ ଧର୍ମାନ୍ତରୀକରଣକୁ ରୋକିବା ଭଳି ଦେଶରେ ଅନେକ ପ୍ରକାରର ସେବା କାର୍ଯ୍ୟରେ ନିୟୋଜିତ ଅଛି। ଏପରି ସ୍ଥିତିରେ ହିନ୍ଦୁ ବିରୋଧୀ ତଥା ରାଷ୍ଟ୍ରଦ୍ରୋହୀ ନେତାମାନେ ରାଷ୍ଟ୍ରବାଦୀ ବଜରଙ୍ଗ ଦଳ ସଙ୍ଗଠନକୁ ପିଏଫଆଇ ପରି ରାଷ୍ଟ୍ର ବିରୋଧୀ ଆତଙ୍କବାଦୀ ତଥା ହିଂସାତ୍ମକ ସଙ୍ଗଠନ ସହିତ ତୁଳନା କରିବା ଅତ୍ୟନ୍ତ ଅପମାନଜନକ। ହିନ୍ଦୁ ସମାଜ ନିଶ୍ଚିତ ଭାବରେ ଏପରି ଅପମାନର ଗଣତାନ୍ତ୍ରିକ ଜବାବ୍ ଦେବ। ମଙ୍ଗଳବାର ଦିନ ବଜରଙ୍ଗ ଦଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ହନୁମାନ ଚାଲିଶା ପାଠ କାର୍ଯ୍ୟକ୍ରମରେ ସମଗ୍ର ହିନ୍ଦୁ ସମାଜ ସାମିଲ୍ ହୋଇ ହିନ୍ଦୁ ବିରୋଧୀ ତଥା ରାଷ୍ଟ୍ରଦ୍ରୋହୀ ଶକ୍ତିକୁ କଡ଼ା ସନ୍ଦେଶ ଦେବାକୁ ଶ୍ରୀ ପାରାଣ୍ଡେ ଆହ୍ୱାନ୍ କରିଛନ୍ତି।
-/Dev@Drath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.