Home ଜିଲ୍ଲା ପରିକ୍ରମା ନିଜ ହାତଅଙ୍କା ଫଟୋଚିତ୍ର ରାଷ୍ଟ୍ରପତିଙ୍କୁ ଦେବାକୁ ଭଦ୍ରକରୁ ବାରିପଦା ଧାଇଁଆସିଲେ ଛାତ୍ରୀ

ନିଜ ହାତଅଙ୍କା ଫଟୋଚିତ୍ର ରାଷ୍ଟ୍ରପତିଙ୍କୁ ଦେବାକୁ ଭଦ୍ରକରୁ ବାରିପଦା ଧାଇଁଆସିଲେ ଛାତ୍ରୀ

86

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅନେକ ଲୋକ ନିଜ ପ୍ରିୟ ରାଷ୍ଟ୍ରପତିଙ୍କୁ ବିଭିନ୍ନ ପ୍ରକାରର ସ୍ୱତନ୍ତ୍ର ଉପଢୌକନ ଦେବାଲାଗି ଆସିଥିଲେ । ସେମିତି କିଛି ଚିତ୍ର ଦେଖିବାକୁ ମିଳିଛି ବାରିପଦା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଚାଲିଥିବାବେଳେ କନଭେନସନ ହଲ ବାହାରେ ଅପେକ୍ଷା କରିଥିଲେ ଭଦ୍ରକ ଏସବିଡି ଇଣ୍ଟରନ୍ୟାସ୍‌ନାଲ ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ରୀ ସ୍ନେହା ଦାସ । ହାତରେ ଥିଲା ନିଜ ହାତଅଙ୍କା ରାଷ୍ଟ୍ରପ୍ରତି ମହୋଦୟାଙ୍କ ଅବିକଳ ଫଟୋଚିତ୍ର । ତାଙ୍କ ବାରିପଦା ଆସିବା ଖବର ପାଇ ନିଜ ବ୍ୟସ୍ତବହୁଳ ସମୟରୁ ୭ ଦିନ ଧରି ୨ ଘଣ୍ଟା ଲେଖାଏଁ ଦେଇ ସେ ଏହି ଚିତ୍ର ଆଙ୍କିଥିବା କଥା କହିଛନ୍ତି । ସୁଦୂର ଭଦ୍ରକରୁ ତାଙ୍କ ବାପାଙ୍କ ସହିତ ଧାଇଁ ଯାଇଥିଲେ ସ୍ନେହା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.