Home Top News ନାରଦା ମାମଲା: ଗୃହବନ୍ଦୀରେ ଥିବା ମମତା ବାନାର୍ଜୀଙ୍କ ଦୁଇ ମନ୍ତ୍ରୀଙ୍କ ସମେତ ଚାରି ନେତାଙ୍କ ଉପରେ...

ନାରଦା ମାମଲା: ଗୃହବନ୍ଦୀରେ ଥିବା ମମତା ବାନାର୍ଜୀଙ୍କ ଦୁଇ ମନ୍ତ୍ରୀଙ୍କ ସମେତ ଚାରି ନେତାଙ୍କ ଉପରେ ଆଜି କଲିକତା ହାଇକୋର୍ଟରେ ବୃହତ ବେଞ୍ଚରେ ହେବ ଶୁଣାଣି

169

କୋଲକାତା/ନୂଆ ଦିଲ୍ଲୀ ୨୭-୫ (ଓଡ଼ିଆ ପୁଅ) କଲିକତା ହାଇକୋର୍ଟରେ ନାରଦା ମାମଲାରେ ଆଜି ହେବ ଶୁଣାଣି। ଶୁଣାଣି କରିବେ ପାଞ୍ଚଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ। ଆଜି ପୂର୍ବାହ୍ନ ୧୧ଟାରେ ହେବ ଶୁଣାଣି।

ସୂଚନାଯୋଗ୍ୟଯେ, ଗତ ଶୁକ୍ରବାରଦିନ ଜଷ୍ଟିସ ଅରିଜିତ ବାନାର୍ଜୀ ୪ ଜଣ ଟିଏମସି ନେତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଆଦେଶ ଦେଇଥିବା ବେଳେ କାର୍ଯ୍ୟକାରୀ ମୁଖ୍ୟବିଚାର ପତି ରାଜେଶ ବିନ୍ଦଲ ଏକ ଭିନ୍ନ ଆଦେଶ ଦେଇ କହିଥିଲେ ଯେ ସେମାନଙ୍କୁ ଗୃହବନ୍ଦୀରେ ରଖାଯିବା ଆବଶ୍ୟକ।

ତେବେ ଏହି ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରସଙ୍ଗ ବୃହତ ବେଞ୍ଚକୁ ସୂଚିତ କରାଯାଇଥିଲା। ଇତି ମଧ୍ୟରେ ଏହି ନେତାମାନେ ଗୃହବନ୍ଦୀରେ ରହିଛନ୍ତି।

ଏହି ଗୃହବନ୍ଦୀ ଆଦେଶ ବିରୁଦ୍ଧରେ ସୁପ୍ରୀମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ସିବିଆଇ। କିନ୍ତୁ ଯେହେତୁ ଏହି ମାମଲାର ଶୁଣାଣି ବୃହତ ବେଞ୍ଚକୁ ସୂଚିତ କରାଯାଇଥିଲା ପରବର୍ତ୍ତୀ ସମୟରେ ସିବିଆଇ ସୁପ୍ରୀମ କୋର୍ଟରେ ଦାଖଲ କରିଥିବା ଅପିଲ୍‌ ପେରସ୍ତ ନେଇଥିଲା।

ସୂଚନାଯୋଗ୍ୟଯେ, ନାରଦା ମାମଲାରେ ମମତା ବାନାର୍ଜୀଙ୍କ ଦୁଇ ମନ୍ତ୍ରୀଙ୍କ ସମେତ ଚାରି ଜଣ ନେତାଙ୍କୁ ଗୃହବନ୍ଦୀରେ ରହିବାକୁ କାଲକାଟା ହୋଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ପୁନଶ୍ଚ ଉଲ୍ଲେଖ କରାଯାଇପାରେଯେ, ଦୁଇଜଣ ମନ୍ତ୍ରୀ ଫରହାଦ୍ ହାକିମ ଏବଂ ସୁବ୍ରତ ମୁଖାର୍ଜୀ ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀ ଥିବା ବେଳେ ମଦନ ମିତ୍ର ଜଣେ ବିଧାୟକ ଏବଂ ସୋଭନ ଚାଟାର୍ଜୀ କଲିକତାର ପୂର୍ବତନ ମେୟରଙ୍କୁ ସିବିଆଇ ନାରଦା ମାମଲାରେ ଗିରଫ କରିଥିଲା। ଏହାପରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ।

ଗତ ସପ୍ତାହର ସୋମବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଶୁଣାଣିରେ କଲିକତା ହାଇକୋର୍ଟ ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ (ଟିଏମସି) ନେତା ମଦନ ମିତ୍ର, ଫିରହାଦ୍ ହାକିମ @ ବବି ହାକିମ, ସୁବ୍ରତ ମୁଖାର୍ଜୀ ଏବଂ ସୋଭନ ଚାଟାର୍ଜୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିବା ସିବିଆଇ କୋର୍ଟର ଆଦେଶକୁ ସ୍ଥଗିତ ରଖିଥିଲେ।

ତଦନ୍ତକାରୀ ସଂସ୍ଥା ଏହି ଜାମିନ୍ ଆଦେଶ ବିରୁଦ୍ଧରେ ହାଇକୋର୍ଟଙ୍କର ଦ୍ୱାରସ୍ଥ ହୋଇ ସିବିଆଇ କୋର୍ଟରେ ଚାରିଜଣ ଟିଏମସି ନେତାଙ୍କୁ ଜାମିନ ପ୍ରଦାନ କରିଥିବା ଆଦେଶକୁ ଚ୍ୟାଲେଞ୍ଜ କରି ଥିଲା ଏହା ପରେ ହାଇକୋର୍ଟ ପକ୍ଷରୁ ରହିତାଦେଶ ଦିଆଯାଇଥିଲା।

ଗତ ସପ୍ତାହ ସୋମବାର ସକାଳେ ସେମାନଙ୍କୁ ସେମାନଙ୍କ ବାସଭବନରୁ ଉଠାଇ ନିଆଯାଇଥିଲା ଏବଂ ପଶ୍ଚିମବଙ୍ଗର ମମତା ବାନାର୍ଜୀ ଟିଏମସି ସରକାରଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଉ ଏକ ବିବାଦ ସୃଷ୍ଟି ହୋଇଥିଲା।

ସିବିଆଇର ସ୍ୱତନ୍ତ୍ର ବିଚାରପତି ଅନୁପମ ମୁଖାର୍ଜୀ ଏହି ଚାରିଜଣ ନେତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ।

ସ୍ୱତନ୍ତ୍ର ବିଚାରପତି ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଥିଲେ ଯେ, ସିବିଆଇ ପଚରାଉଚରା ପାଇଁ ଚାରିଜଣ ଅଭିଯୁକ୍ତଙ୍କ ହେପାଜତ ମାଗିନଥିଲା କିନ୍ତୁ ପ୍ରାର୍ଥନା ନ୍ୟାୟିକ ହେପାଜତ ପାଇଁ ଥିଲା ଯାହା ଗିରଫ କରିବା ପାଇଁ ଆଧାର ହୋଇପାରିବ ନାହିଁ।

ଏହି ନିର୍ଦ୍ଦେଶକୁ ବିଚାର କରି ଅଭିଯୁକ୍ତ ବ୍ୟକ୍ତି ଯଥା ମଦନ ମିତ୍ର, ଫିରହାଦ୍ ହାକିମ @ ବବି ହାକିମ, ସୁବ୍ରତ ମୁଖାର୍ଜୀ ଏବଂ ସୋଭାନ ଚାଟାର୍ଜୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଛି ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସେମାନଙ୍କୁ ୫୦, ୦୦୦ ଟଙ୍କାର ବଣ୍ଡରେ ଜାମିନ ପ୍ରଦାନ କରାଯାଇଥିଲା।

କୌତୁହଳର ବିଷୟ, ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନରେ ସ୍ୱତନ୍ତ୍ର ଅଦାଲତ ନିକଟରେ ହୋଇଥିବା ସୁପ୍ରିମକୋର୍ଟଙ୍କ ରାୟ ଉପରେ ନିର୍ଭର କରି COVID-19 ସଂକ୍ରମଣରୁ ରକ୍ଷା ପାଇବା ପାଇଁ କହିଥିଲେ।

ଏହା ପରେ ସିବିଆଇ ସ୍ୱତନ୍ତ୍ର କୋର୍ଟଙ୍କ ଆଦେଶ ବିରୋଧରେ ହାଇକୋର୍ଟକୁ ଯାଇଥିଲା।

ସମସ୍ତ ଚାରି ଟିଏମସି ନେତାଙ୍କୁ କଲିକତା ହାଇକୋର୍ଟ ନ୍ୟାୟିକ ହେପାଜତକୁ ପଠାଇଥିଲେ ତେବେ ଏହି ମାମଲାର ଶୁଣାଣି କରି କଲିକତା କୋର୍ଟ ଗୃହବନ୍ଦୀ ଆଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.