Home ଓଡ଼ିଶା ନମାମୀ ଗଙ୍ଗେ ବୈଠକ: ନଦୀ ସୁରକ୍ଷା ଓ ପ୍ରଦୂଷଣ ମୁକ୍ତକୁ ପ୍ରାଥମିକତା ଦେବ ବିଜେପି

ନମାମୀ ଗଙ୍ଗେ ବୈଠକ: ନଦୀ ସୁରକ୍ଷା ଓ ପ୍ରଦୂଷଣ ମୁକ୍ତକୁ ପ୍ରାଥମିକତା ଦେବ ବିଜେପି

71

ଭୁବନେଶ୍ୱର: ବିଜେପି ନଦୀ ସୁରକ୍ଷା ସମିତି (ନମାମୀ ଗଙ୍ଗେ)ର ଆଜି ପ୍ରଥମ ରାଜ୍ୟ କାର୍ଯ୍ୟକର୍ତ୍ତା ମାନଙ୍କର ବୈଠକ ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ବୈଠକକୁ ଉଦ୍‌ଘାଟନ କରିଥିଲେ। ଆଗାମୀ ସେପ୍ଟେମ୍ବର ୧୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ୭୧ତମ ଜନ୍ମ ଦିବସ ସାରା ରାଜ୍ୟରେ ପାଳନ କରାଯିବ। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଯେତେ ପବିତ୍ର ନଦୀ ଅଛି ସେ ନଦୀକୁ ବିଜେପି ସଂସ୍କାର କରିବା ସହିତ ନଦୀ ସୁରକ୍ଷା ସମିତି (ନମାମୀ ଗଙ୍ଗେ) ତରଫରୁ ସେପ୍ଟେମ୍ବର ୧୭ ତାରିଖ ଠାରୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୨୨ ଦିନ ଧରି ୭୧ଟି ଜାଗାରେ ନଦୀ ଗୁଡିକୁ ସଫାସୁତୁରା କରାଯିବ ଏବଂ ନଦୀର ଆଳତୀ ଓ ବନ୍ଦନା କରାଯିବା ପାଇଁ ରାଜ୍ୟ ସଭାପତି ସମୀର ମହାନ୍ତି ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱରର ବିନ୍ଦୁସାଗର ଓ ପୁରୀରେ ନରେନ୍ଦ୍ର ପୁଷ୍କରିଣୀରେ ମଧ୍ୟ ବିଶେଷ ଆଳତୀ କରି ନରେନ୍ଦ୍ର ମୋଦିଜୀଙ୍କ ଉଦ୍ଦେଶ୍ୟରେ ନମାମୀ ଗଙ୍ଗେ ସମିତି ତରଫରୁ ବନ୍ଦାପନା ହେବ। ଏହି ବୈଠକରେ ଓଡ଼ିଶାରେ ଯେଉଁ ବ୍ୟାପକ ଭାବରେ ନଦୀକୁ ପ୍ରଦୂଷିତ କରାଯାଉଛି, କଳକାରଖାନାର ବର୍ଜ୍ୟବସ୍ତୁ ପାଣି ଦ୍ୱାରା ନଦୀ ପାଣି ପ୍ରଦୂଷିତ ହେଉଛି ତାହାର ପ୍ରତିବାଦରେ ନମାମୀ ଗଙ୍ଗେ ସମିତି କାର୍ଯ୍ୟ କରିବ ବୋଲି ସମୀର ମହାନ୍ତି ମତବ୍ୟକ୍ତ କରିଛନ୍ତି। ଓଡ଼ିଶାରେ ଶାସକ ଦଳର ବାଲି ମାଫିଆଙ୍କ ଦ୍ୱାରା କୋଟି କୋଟି ଟଙ୍କାର ବାଲିକୁ ହରିଲୁଟ୍ କରାଯାଉଛି। ତାହା ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ନଦୀ ସୁରକ୍ଷା କମିଟି ଆଗାମୀ ଦିନରେ କାମ କରିବ ସେହି ବିଷୟରେ ବିଶେଷ ଭାବରେ ଆଲୋଚନା କରାଗଲା। କମ୍ପାନୀ ମାନେ ଯେଉଁଭଳି ଭାବରେ ନଦୀର ପାଣିକୁ ଦୁରୂପଯୋଗ କରି ନିଜସ୍ୱ କଳ କାରଖାନାକୁ ଅନ୍ୟାୟ ଭାବେ ନେଉଛନ୍ତି ତାର ପ୍ରତିବାଦରେ ନଦୀ ସୁରକ୍ଷା ସମିତି ଆଗାମୀ ଦିନରେ ବ୍ୟାପକ ଜନଆନ୍ଦୋଳନ କରିବ ବୋଲି ମହେଶ୍ୱର ସାହୁ କହିଛନ୍ତି।

ଏହି ବୈଠକରେ ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ କୁମାର ମହାନ୍ତି, ବରିଷ୍ଠ ନେତା ତଥା ବୁଦ୍ଧିଜୀବୀ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ସଜ୍ଜନ ଶର୍ମା ଏବଂ ଓଡ଼ିଶାର ବିଶିଷ୍ଟ ଗବେଷକ ଅନୀଲ ଧୀର୍ ନିଜସ୍ୱ ମତବ୍ୟକ୍ତ ଜରିଆରେ ନଦୀକୁ ସୁରକ୍ଷା ଦେବା ପାଇଁ ସଭାରେ ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମୀର ପାତ୍ର, ଅଶୋକ ରଥ, ହରିହର ବେହେରା, ବିକ୍ରମ କେଶରୀ ରାଉତରାୟ, ଶୁଭ୍ରାଂଶୁ ମୋହନ ପାଢୀ, ପୃଥିରାଜ କୁଅଁର, ସତ୍ୟବ୍ରତ ନାଏକ, ରଞ୍ଜନ କୁମାର ପଲେଇ, ଗଦାଧର ସ୍ୱାଇଁ, ଶ୍ରୀନିବାସ ପ୍ରଧାନ, ସଞ୍ଜୀବ ରଣା, କେଶରୀ ଦୁର୍ଗା, ପ୍ରଭାକର ସ୍ୱାଇଁ, ପ୍ରତାପ କୁମାର ରାଉତରାୟ, ପ୍ରଦୀପ କୁମାର ପଟ୍ଟନାୟକ, ମନୋଜ ବେହେରା, ତପନ ବେହେରା, ଜଗନ୍ନାଥ ଗଡନାୟକ, ନନ୍ଦିନୀ ଶତପଥୀ, ପୂର୍ଣ୍ଣିମା ଦାସ, ବିରଜା ମିଶ୍ର, ଅଜୟ କୁମାର ସାହୁ, ଗୋଲକ ଜେନା, ଅଜୟ ପ୍ରଧାନ, ଶଙ୍କର୍ଷଣ ଜେନା ଓ ସମସ୍ତ ଜିଲ୍ଲାର ଜିଲ୍ଲା ସଂଯୋଜକ ଏବଂ ସହ ସଂଯୋଜକ ଆଦି ଉପସ୍ଥିତ ଥିଲେ।
-@DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.