Home ଜିଲ୍ଲା ପରିକ୍ରମା ନବଘନପୁର ପଂଚାୟତ: ସରପଂଚ ପଦ ହରାଇବା ପରେ ଦାୟିତ୍ୱରେ ରହିବେ ନାଏବ ସରପଂଚ

ନବଘନପୁର ପଂଚାୟତ: ସରପଂଚ ପଦ ହରାଇବା ପରେ ଦାୟିତ୍ୱରେ ରହିବେ ନାଏବ ସରପଂଚ

89

ନୟାଗଡ଼, ୭ା୫:(ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) ନୟାଗଡ଼ ବ୍ଳକ ନବଘନପୁର ପଂଚାୟତର ସରପଂଚ ସରସ୍ୱତୀ ସାହୁ ମିଥ୍ୟା ସତ୍ୟପାଠ ଓ ଯୋଗ୍ୟତା ପ୍ରମାଣପତ୍ର ମାମଲାରେ ପଦ ହରାଇଥିବାବେଳେ ନାଏବ ସରପଂଚଙ୍କୁ ଦାୟିତ୍ୱରେ ରହିବାପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଗତ ପଂଚାୟତ ନିର୍ବାଚନରେ ସରସ୍ୱତୀ ସାହୁ ଓ ଲିପିକା ଦାଶଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲାବେଳେ ସତସ୍ୱତୀ ସରପଂଚ ଭାବେ ନିର୍ବାଚିତ ହୋଇଥିଲେ। ଏବଂ ସରସ୍ୱତୀ ମିଥ୍ୟାସତ୍ୟପାଠ ସହ ଯୋଗ୍ୟତା ପ୍ରମାଣ ପତ୍ର ଏବଂ ଲେଖାପଢା ଜାଣିନଥିବା ପରାଜିତ ସରପଂଚ ପ୍ରାର୍ଥୀ ନୟାଗଡ଼ ସିଭିଲ୍ ଜଜ୍ (ଜୁନିଅର ଡିଭିଜନ୍)ଙ୍କ ଦ୍ୱାରସ୍ଥ ହୋଇଥିଲେ। ସମସ୍ତ ପ୍ରମାରପତ୍ରକୁ ଭିତ୍ତିକରି ସିଭିଲ ଜଜ୍ ସରସ୍ୱତୀଙ୍କ ପଦ ଗତ ମାର୍ଚ୍ଚ ମାସରେ ରଦ୍ଦ କରିଥିଲେ। ଏହାପରେ ସରସ୍ୱତୀ ନୟାଗଡ଼ ଜିଲ୍ଲାକୋର୍ଟ ଓ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଉଭୟ କୋର୍ଟରେ ନିରାଶ ହେବାକୁ ପଡ଼ିଥିଲା। ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ନାଏବ ସରପଂଚ ସରପଂଚ ଦାୟିତ୍ୱରେ ରହିବେ ବୋଲି ହାଇକୋର୍ଟ ଶୁଣାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.