Home Top News ପେଟ୍ରୋଲ ପରେ ଏବେ ଆକାଶ ଚଢ଼ା ହେଲାଣି ଶୋରିଷ ତେଲ, ରିଫାଇନ୍‌ – ଆଉ କେତେ...

ପେଟ୍ରୋଲ ପରେ ଏବେ ଆକାଶ ଚଢ଼ା ହେଲାଣି ଶୋରିଷ ତେଲ, ରିଫାଇନ୍‌ – ଆଉ କେତେ ବଢ଼ିବ? ଜାଣନ୍ତୁ, କେତେ ବଢ଼ିଲା

184

ନୂଆ ଦିଲ୍ଲୀ ୧୩-ମଇ (ଓଡ଼ିଆ ପୁଅ) ଖାଇବା ତେଲର ମୂଲ୍ୟ ବଢ଼ିବାରେ ଲାଗିଛି। ବିଗତ କିଛି ଦିନ ଧରି, ଯେତେବେଳେ ଲୋକମାନେ ସୋରିଷ ତେଲ କିଣିବାକୁ କିମ୍ବା ରିଫାଇନ୍‌ କିଣିବାକୁ କିରାଣା ଦୋକାନକୁ ଯାଇଥିଲେ, ଦୋକାନରେ ଆକାଶ ଛୁଆଁ ଦର ଶୁଣି ଛାନିଆଁ ହୋଇଯାଉଥିଲେ। ଅତ୍ୟଥିକ ମୂଲ୍ୟ ବୃଦ୍ଧି ଦେଖାଯାଇଛି। ଡିସେମ୍ବର -୨୦ ରୁ ତେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି। ପ୍ରଥମ ଥର ପାଇଁ ସୋରିଷ ତେଲ ୧୮୫ ଲିଟରରେ ପହଞ୍ଚିଥିବାବେଳେ ରିଫାଇନ୍ଡ ତେଲ ମଧ୍ୟ ୧୬୬ ରୁ ୧୭୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଅନ୍ୟପକ୍ଷରେ ହରଡ଼ ଡାଲି ଏବଂ ମସୁର ଡାଲିର ମୂଲ୍ୟ ମଧ୍ୟ ୨୦ ପ୍ରତିଶତ ବୃଦ୍ଧି ପାଇଛି। ସାଧାରଣତଃ ୮୦ ଟଙ୍କା ପ୍ରତି କିଲୋଗ୍ରାମରେ ବିକ୍ରି ହେଉଥିବା ଡାଲଡା ମଧ୍ୟ ୧୬୦ ଟଙ୍କାରେ ପହଁଚିଲାଣି।

ରିଫାଇନ୍ଡ ତେଲ ଏବଂ ସୋରିଷ ତେଲର ବାରମ୍ବାର ମୂଲ୍ୟ ବୃଦ୍ଧି ହେତୁ ଅନେକ ଘରେ ରୋଷେଇ ବଜେଟ୍ ଖରାପ ହୋଇଯାଇଛି।

ବର୍ତ୍ତମାନ ଏହା କମିବାର ନାଁ ନେଉ ନାହିଁ। ଆଗାମୀ ସମୟରେ ରିଫାଇନ୍ଡ ତେଲ ଏବଂ ସୋରିଷ ତେଲର ମୂଲ୍ୟ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ରିଫାଇନ୍ଡ ତେଲ ମୂଲ୍ୟ ଗତ ଏକ ମାସରେ ଲିଟରରେ ୨୫ ଟଙ୍କା ବୃଦ୍ଧି ପାଇଛି। ସେହିଭଳି ସୋରିଷ ତେଲର ମୂଲ୍ୟ ମଧ୍ୟ ୪୦ ଟଙ୍କା ବୃଦ୍ଧି ପାଇଛି। ଦିଲ୍ଲୀର ପ୍ରବାସୀ ଓଡ଼ିଆ ଘରର ଜଣେ ଗୃହିଣୀ କହିଛନ୍ତିଯେ, କାମଧନ୍ଦା ବନ୍ଦ ପଡ଼ିଥିବା ବେଳେ ମହଁଗା ତେଲ ଓ ଡାଲି ରୋଷେଇ ଘରର ବଜେଟ୍ ଖରାପ କରିଦେଇଛି। ଯଦିଓ ପନିପରିବାର ମୂଲ୍ୟ କମ୍, ତେବେ ଫଳ, ତେଲ, ଡାଲଡା ଏବଂ ମସୁର ଡାଲି ହରଡ଼ ଡାଲିର ମୂଲ୍ୟ ବଢ଼ିଛି। ଏପରିକି ଆମିଷର ମୂଲ୍ୟ ମଧ୍ୟ ବଢ଼ିଛି।

ତେଲର ବୃଦ୍ଧିକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଏହିପରି ମୂଲ୍ୟ ବଢ଼ିଲେ ସୋରିଷ ତେଲ ଶୀଘ୍ର ୨୦୦ ଟଙ୍କା ଅତିକ୍ରମ କରିବ। ପୁରୀ ବାସିନ୍ଦା ନିବେଦିତା କୁହନ୍ତିୟେ, କରୋନା କର୍ଫ୍ୟୁ ଯୋଗୁଁ ଗୋଟିଏ ପଟେ ବ୍ୟବସାୟ ବନ୍ଦ ରହିଛି ଏବଂ ଅନ୍ୟ ପଟେ ଦର ବୃଦ୍ଧି ପାଉଛି। ଯଦି ଏହି ଅବସ୍ଥା ରହିଥାଏ, ତେବେ ଘର ଚଳେଇବା କଷ୍ଟକର ହେବ। ଆୟ ହ୍ରାସ ପାଇଛି ଏବଂ ମୁଦ୍ରାସ୍ଫୀତି ବୃଦ୍ଧି ପାଉଛି।

ଗୋଟିଏ ବର୍ଷରେ ମୂଲ୍ୟ ୭୦ ପ୍ରତିଶତ ବୃଦ୍ଧି

ପୁରୀର ଥୋକ ବିକ୍ରେତା ବଂଶାଧର ସାହୁ କହିଛନ୍ତିଯେ, ଗତ ବର୍ଷ ମେ ମାସରେ ଖୁଚୁରାରେ ରିଫାଇନ୍‌ ତେଲ ଏକ ଲିଟର ପ୍ୟାକେଟ୍ ପିଛା ୯୦ ଟଙ୍କା ଥିଲା, ଯାହା ବର୍ତ୍ତମାନ ୧୬୬ ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ସୋରିଷ ତେଲ ଲିଟର ୧୦୦ ଟଙ୍କା ଥିଲା, ଯାହା ବର୍ତ୍ତମାନ ୧୮୫ ରେ ପହଞ୍ଚିଛି। ଉଭୟ ପ୍ରକାରର ତେଲ ଅବିସ୍ମରଣୀୟ ଭାବରେ ବୃଦ୍ଧି ପାଉଛି।

ହୋଲସେଲ ବ୍ୟବସାୟୀଙ୍କ କହିବାନୁସାରେ, ପାମୋଲିନ୍‌ ତେଲର ଖୁଚୁରା ମୂଲ୍ୟ ପୂର୍ବରୁ ୮୭.୫ ରୁ ୫୧.୫୪ ପ୍ରତିଶତ ବୃଦ୍ଧି ପାଇ ୧୩୨.୬ ଟଙ୍କା ପ୍ରତି ଲିଟର ହୋଇଛି। ସୋୟା ତେଲର ୫୦ ପ୍ରତିଶତ ବୃଦ୍ଧି ପାଇଛି। ସୋରିଷ ତେଲ ୪୯ ପ୍ରତିଶତ ବୃଦ୍ଧି ପାଇ ୧୬୩.୫ ଟଙ୍କା ପ୍ରତି କିଲୋଗ୍ରାମ ହୋଇଛି ଯାହାକି ୧୧୦ ଟଙ୍କା ଥିଲା। କୌଣସି ନିୟନ୍ତ୍ରଣ ବିନା କମ୍ପାନୀଗୁଡିକ ମନଇଚ୍ଛା ମୂଲ୍ୟ ଆଦାୟ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.