Home Top News ଦାଦାଙ୍କ ନୌକା ବିହାର; ବରଗଡ଼ ସହ ଝାରସୁଗୁଡ଼ା ଜିଲ୍ଲା ଯୋଡ଼ିବାକୁ ପ୍ରୟାସ: ହୀରାକୁଦ ଜଳଭଣ୍ଡାର ଭିତରେ...

ଦାଦାଙ୍କ ନୌକା ବିହାର; ବରଗଡ଼ ସହ ଝାରସୁଗୁଡ଼ା ଜିଲ୍ଲା ଯୋଡ଼ିବାକୁ ପ୍ରୟାସ: ହୀରାକୁଦ ଜଳଭଣ୍ଡାର ଭିତରେ ବ୍ରିଜ ଏବଂ ବ୍ୟାରେଜ ନିର୍ମାଣ ପାଇଁ ଅନୁଧ୍ୟାନ କଲେ ସାଂସଦ ସୁରେଶ ପୂଜାରୀ

65

ଭୁବନେଶ୍ୱର: ବରଗଡ଼ ଓ ଝାରସୁଗୁଡା ଜିଲ୍ଲାକୁ ଯୋଡ଼ିବା ତଥା ଦୁଇ ଜିଲ୍ଲାର ଉପାନ୍ତ ଅଞ୍ଚଳକୁ ବିକଶିତ କରିବା ପାଇଁ ହୀରାକୁଦ ଜଳଭଣ୍ଡାର ଭିତରେ ଏକ ବ୍ରିଜ ସହ ବ୍ୟାରେଜ ନିର୍ମାଣ କରିବା ପାଇଁ ବୈଷୟିକ ଦିଗ ଅନୁଧ୍ୟାନ କରିବା ଲାଗି ଲଖନପୁର ବ୍ଲକର ପଦମପୁର ଘାଟରୁ ଅମ୍ଭାଭନା ବ୍ଲକର ଜେରିମୂଲି ନଦୀ ଘାଟ ପର୍ଯ୍ୟନ୍ତ ୩ କିଲୋମିଟର ବ୍ରିଜ ସହ ବ୍ୟାରେଜ ନିର୍ମାଣ ପାଇଁ ସର୍ବେ କରିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। ଏକ ଡଙ୍ଗାରେ ବରିଷ୍ଠ ଯନ୍ତ୍ରୀ ମାନଙ୍କ ସହିତ ଯାତ୍ରା କରି ସାଂସଦ ଏହାର ନିର୍ମାଣ ନିମନ୍ତେ ବୈଷୟିକ ଦିଗ ଅନୁଧ୍ୟାନ କରିଛନ୍ତି। ଏହି ବ୍ରିଜ ସହ ବ୍ୟାରେଜ ନିର୍ମାଣ ହେଲେ ପ୍ରାୟ ୧୦୦ କିଲୋମିଟର ବାଟ କମ ପଡ଼ିବା ସହ ଝାରସୁଗୁଡ଼ା – ରାଇଗଡ଼ ଏନ୍ଏଚ୍- ୪୯ ସହ ଯୋଡ଼ି ହୋଇପାରିବ। ଏହାଦ୍ୱାରା ଗମନାଗମନ ସୁବିଧା ବଢ଼ିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ, ମତ୍ସ୍ୟ ଚାଷ ସହ ବିଭିନ୍ନ ଚାଷ ତଥା ଉପାନ୍ତ ଅଞ୍ଚଳର ମଧ୍ୟ ବିକାଶ ହୋଇପାରିବ। ଯାହା କି ଅଞ୍ଚଳବାସୀଙ୍କର ଦୀର୍ଘ ଦିନର ଦାବୀ ରହି ଆସିଛି।


ଏହି ଗସ୍ତ କାଳରେ ସାଂସଦ ସୁରେଶ ପୂଜାରୀ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ ଭିକମପାଲିରେ ସ୍ଥିତ ପଦ୍ମାସିନୀ ମନ୍ଦିର ଦର୍ଶନ ଏବଂ ପୂଜାର୍ଚ୍ଚନା କରିଥିଲେ।
@-Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.