Home ଓଡ଼ିଶା ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି

ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି

127

ଲକ୍ଷ୍ନୌ ୨୩-୬ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶର ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଅପଡେଟ୍ ଆସିଛି। ଲକ୍ଷ୍ନୌର ମେଦାନ୍ତା ହସ୍ପିଟାଲ ନୂତନ ଚିକିତ୍ସା ବୁଲେଟିନ୍ ଜାରି କରିଛି।

ମେଦାନ୍ତାର ମେଡିକାଲ ବୁଲେଟିନ୍ ଅନୁଯାୟୀ ଲାଲଜୀ ଟଣ୍ଡନଙ୍କ ଅବସ୍ଥା ସୁଧୁରିଛି। ସେ ବର୍ତ୍ତମାନ ଖାଦ୍ୟ ପାଇପ୍ ମାଧ୍ୟମରେ ଖାଦ୍ୟ ଗ୍ରହଣ କରୁଛନ୍ତି। ସ୍ୱାସ୍ଥ୍ୟ ସମ୍ବନ୍ଧରେ ସୂଚନା ଦେଇ ହସ୍ପିଟାଲ ତରଫରୁ କୁହାଯାଇଛିଯେ, ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ଯକୃତ, କିଡନୀ ଏବଂ ହୃଦୟ ଏବେ କୌଣସି ସହାୟତା ବିନା କାର୍ଯ୍ୟ କରୁଛି।

ମେଦାନ୍ତା ହସ୍ପିଟାଲ ଦ୍ୱାରା ଜାରି କରାଯାଇଥିବା ମେଡିକାଲ ବୁଲେଟିନ୍‌ରେ କୁହାଯାଇଛି ଯେ ମଧୁମେହ ଏବଂ ଏକାଧିକ ରୋଗ ହେତୁ ରାଜ୍ୟପାଳଙ୍କ ମାଂସପେଶୀ ଦୁର୍ବଳ ହୋଇଯାଇଛି।

ରାଜ୍ୟପାଳ ଏବେ ବି ଭେଣ୍ଟିଲେଟର ସମର୍ଥନରେ ଅଛନ୍ତି। ଲକ୍ଷ୍ନୌରେ ଡାକ୍ତାରଙ୍କ ବିଶେଷଜ୍ଞ ଦଳ ତାଙ୍କର ସ୍ୱାସ୍ଥାବସ୍ଥା କ୍ରମାଗତ ଭାବରେ ଚେକ୍ କରୁଛନ୍ତି।

ସୂଚନାଯୋଗ୍ୟଯେ, ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ କରୋନା ପରୀକ୍ଷା ମଧ୍ୟ କରାଯାଇଥିଲା। ତାଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ସାକ୍ଷାତ କରି ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି।

ଏହା ସହ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ଟୁଇଟ୍ କରି ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.