Home Coronavirus Outbreak ପତଞ୍ଜଳିର କରୋନା ଔଷଧ କରୋନିଲର ସମସ୍ତ ବିବରଣୀ ଯାଞ୍ଚ କରିବେ ସରକାର – ଯାଞ୍ଚ ନସରିବାଯାଏଁ...

ପତଞ୍ଜଳିର କରୋନା ଔଷଧ କରୋନିଲର ସମସ୍ତ ବିବରଣୀ ଯାଞ୍ଚ କରିବେ ସରକାର – ଯାଞ୍ଚ ନସରିବାଯାଏଁ ବିଜ୍ଞାପନ ବନ୍ଦ କରିବାକୁ ନିର୍ଦ୍ଦେଶ

518

ନୂଆ ଦିଲ୍ଲୀ ୨୩-୬ (ଓଡ଼ିଆ ପୁଅ) ପତଞ୍ଜଳିର କରୋନିଲ ଔଷଧ କୋଭିଡ-୧୯ ଚିକିତ୍ସାରେ ପ୍ରଭାବଶାଳୀ ଏବଂ ସଠିକ ବୋଲି ପତଞ୍ଜଳି ଦ୍ୱାରା କରାଯାଉଥିବା ଦାବିକୁ ଅନୁସନ୍ଧାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆୟୁଷ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ, ଏଥିପାଇଁ ପତଞ୍ଜଳି ଆୟୁର୍ବେଦ ଲିମିଟେଡକୁ କରୋନିଲ ଔଷଧର ସମସ୍ତ ବିବରଣୀ ଦେବାକୁ କୁହାଯାଇଛି। ଅନୁସନ୍ଧାନ ଶେଷ ନହେବା ପର୍ଯ୍ୟନ୍ତ କମ୍ପାନୀ ଏହି ଔଷଧର ବିଜ୍ଞାପନ / ପ୍ରଚାର ବନ୍ଦ କରିବା ଉଚିତ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ମନ୍ତ୍ରଣାଳୟ କହିଛି ଯେ କୋଭିଡ ୧୯ ର ଚିକିତ୍ସାରେ ଏହି ଔଷଧ ପ୍ରଭାବଶାଳୀ ହେବା ଏବଂ ବୈଜ୍ଞାନିକ ଅଧ୍ୟୟନର ବିବରଣୀ ବିଷୟରେ ମନ୍ତ୍ରଣାଳୟ ଅବଗତ ନୁହେଁ। ତେଣୁ, ପତଞ୍ଜଳିଙ୍କୁ କୁହାଯାଇଛି ଯେ କୋଭିଡ ୧୯ ମହାମାରୀକୁ ଦୃଷ୍ଟିରେ ରଖି ଆୟୁର୍ବେଦିକ ଔଷଧ ସମେତ କୋଭିଡ ୧୯ ର ଚିକିତ୍ସା ସମ୍ବନ୍ଧୀୟ କୌଣସି ଔଷଧ ପାଇଁ ବିଜ୍ଞାପନ ଡ୍ରଗ୍ସ ଏବଂ ମ୍ୟାଜିକ୍ ରେମିଡିଜ୍ (ଅବଜେକ୍ସନାଲ୍ ଆଡଭୋଟାଇଜମେଣ୍ଟ) ଅଧିନିୟମ ୧୯୫୪ ଏବଂ କେନ୍ଦ୍ର ସରକାରଙ୍କ ନିୟମାବଳୀ ଏବଂ ନିର୍ଦ୍ଦେଶାବଳୀ ଅନୁଯାୟୀ ନିୟନ୍ତ୍ରିତ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.