Home ଓଡ଼ିଶା ମୁକ୍ତି ମଣ୍ଡପର ପରାମର୍ଶ ପରେ ରଣପୁର ରେ ଠାକୁର ରତ୍ନ ସିଂହାସନକୁ ବିଜେ କରିବେ

ମୁକ୍ତି ମଣ୍ଡପର ପରାମର୍ଶ ପରେ ରଣପୁର ରେ ଠାକୁର ରତ୍ନ ସିଂହାସନକୁ ବିଜେ କରିବେ

218

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୩/୦୬-ନୟାଗଡ ଜିଲ୍ଲା ରଣପୁର ଜଗନ୍ନାଥ ମନ୍ଦିରର  ଶ୍ରୀ ଗୁଣ୍ଡିଚା ନୀତି ହୋଇ ପାରିନଥିବା ଜଣା ପଡିଛି । ସେବାୟତମାନେ ତାଙ୍କ ଜିଦ୍ ରେ ଅଟଳ ରହି କେବଳ ଦୈନଦିନ ନୀତି କରିଥିବା ଜଣା ପଡିଛି । ଶ୍ରୀ ଗୁଣ୍ଡିଚା ନୀତି ପାଇଁ ପ୍ରଶାସନ ସେବାୟତଙ୍କ ଦାବିକୁ ମାନି ନଥିବା ଜଣା ପଡିଛି । ପ୍ରଶାସକମାନେ ସେବାୟତଙ୍କ ଦାବିକୁ ନ ମାନି ନିଜ ଜିଦ୍ ରେ ଅଟଳ ରହିଛନ୍ତି । ଖବର ଲେଖାହେଲା ପର୍ଯ୍ୟନ୍ତ ମନ୍ଦିର ପରିସର ରେ ସିଂହଦ୍ୱାର ବନ୍ଦ କରାଯାଇ ସେବାୟତ ଓ ପ୍ରଶାସକ ମାନଙ୍କର ବୈଠକ ଚାଲିଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ପୁର୍ବରୁ ହୋଇଥିବା ସେବାୟତ ଓ ପ୍ରଶାସକ ଙ୍କ ବୈଠକରେ ନିଷ୍ପତି ହୋଇଥିଲା ଯେ ଶ୍ରୀକ୍ଷେତ୍ର ରେ ଯେଉଁଭଳି ଭାବରେ ଶ୍ରୀ ଗୁଣ୍ଡିଚା ସହ ରଥ ନୀତି କରାଯିବ ରଣପୁର ରେ ସେହିଭଳି ଭାବରେ କରାଯିବ । ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ପରେ ଶ୍ରୀକ୍ଷେତ୍ରରେ ପ୍ରଭୁ ରଥାରୁଢ ହୋଇ ରଥ ଚାଲିଥିବା ବେଳେ ରଣପୁର ସେବାୟତମାନେ ଅଡି ବସିଥିଲେ ରଣପୁର ଶ୍ରୀଜିୟୁ ମାନଙ୍କୁ ରଥାରୁଢ କରିବା ପାଇଁ ।

ରଥରେ ଠାକୁର ୯ ଦିନ ରହିଲା ପରେ ସେହିଠାରେ ହିଁ ବାହୁଡା ଦଶମୀ, ଲକ୍ଷ୍ମୀ ନାରାୟଣ ଭେଟ କରାଯାଇ ପ୍ରଭୁଙ୍କୁ ନିଳାଦ୍ରି ବିଜେ କରାଯିବ । କିନ୍ତୁ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ସମ୍ମାନ ଦେଇ ପ୍ରଶାସକମାନେ ଅଡି ବସିଥିଲେ ଯେ ଠାକୁରଙ୍କୁ ରଥାରୁଢ କରାଯିବ ନାହିଁ ମନ୍ଦିର ପରିସର ରେ ଅସ୍ଥାୟୀ ମାଉସୀ ମା ମନ୍ଦିର ଆଡପ ମଣ୍ଡପ କରାଯାଇ ନୀତିକାନ୍ତି କରାଯିବ ।  ପ୍ରଶାସକ ଓ ସେବାୟତ ମାନଙ୍କର ଜିଦ୍ ରେ ଅଟଳ ଯୋଗୁଁ କାଳେ କିଛି ବିଶୃଙ୍ଖଳା ଘଟିବ ସେଥିପାଇଁ ଶ୍ରୀ ମନ୍ଦିର ଦ୍ୱାର ଓ ରଥ ନିକଟରେ ୨ ସେକ୍ସନ୍ ଫୋର୍ସ ମୁତୟନ କରାଯାଇଥିବା ଜଣା ପଡିଛି । ଏ ସମ୍ପର୍କେ ଦେବୋତ୍ତର ଅଧିକାରୀ ତଥା ରଣପୁର ତହସିଲ୍‌ଦାର ସଂଜୟ କୁମାର ସାମନ୍ତରାୟଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଯେ ବସିଥିବା ବୈଠକରେ ମନ୍ଦିର ମ୍ୟାନେଜର ଓ ବିଭିନ୍ନ ବର୍ଗର ଶ୍ରଦ୍ଧାଳୁ ଭକ୍ତଙ୍କୁ ନେଇ ଏକ ୭ ଜଣିଆ କମିଟି ଗଠନ କରାଯାଇଅଛି । ସେହି କମିଟି ପୁରୀ ଯାଇ ମୁକ୍ତି ମଣ୍ଡପ ଓ ଜଗନ୍ନାଥ ସଂସ୍କୃତି ଗବେଷକଙ୍କ ସହ ଆଲୋଚନା କରିବା ପରେ ରଣପୁର ଜଗନ୍ନାଥ ମନ୍ଦିର ରେ ପରବର୍ତ୍ତି ରଥ ନୀତି କରାଯିବ । ସେ ପର୍ଯ୍ୟନ୍ତ ଠାକୁର ନବ ଯୌବନ ଦର୍ଶନ ମଣ୍ଡପରେ ଅବସ୍ଥାନ କରିବେ । କିଭଳି ଠାକୁର ରତ୍ନ ସିଂହାସନକୁ ବିଜେ କରିବେ ତାହା ମୁକ୍ତି ମଣ୍ଡପ ଓ ଜଗନ୍ନାଥ ସଂସ୍କୃତି ଗବେଷକଙ୍କ ସହ ଆଲୋଚନା ପରେ କରାଯିବ । ଏହିଭଳି ଘଟଣା ରଣପୁର ଅଂଚଳର ଜଗନ୍ନାଥ ପ୍ରେମୀ ମାନଙ୍କ ମନରେ ଗଭୀର ଦୁଃଖ ଆଣି ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.