Home ଆନ୍ତର୍ଜାତୀୟ ୨୪ ଘଣ୍ଟା ମଧ୍ୟରେ ୬୦ରୁ ଉର୍ଦ୍ଧ୍ଵ ଭୂମିକମ୍ପ !

୨୪ ଘଣ୍ଟା ମଧ୍ୟରେ ୬୦ରୁ ଉର୍ଦ୍ଧ୍ଵ ଭୂମିକମ୍ପ !

370

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୬୦ଟିରୁ ଅଧିକ ଭୂକମ୍ପ ଅନୁଭୂତ ହୋଇଛିା। ଭୂକମ୍ପ ସୂଚନା ୱେବସାଇଟ୍ ଅନୁଯାୟୀ, କେବଳ ଜୁନ୍ ୧୪ ତାରିଖରେ ବିଶ୍ୱରେ ୫୦ଟି ଭୂକମ୍ପ ଘଟିଛି। ଯାହାର ତୀବ୍ରତା ୫.୪ ରୁ ୨.୫ ପର୍ଯ୍ୟନ୍ତ ଥିଲା। ଯେଉଁ ଦେଶ ମାନଙ୍କରେ ଭୂକମ୍ପ ଘଟିଥିଲା ​​ସେମାନଙ୍କ ମଧ୍ୟରେ ଇଣ୍ଡୋନେସିଆ, ହାୱାଇ, ପୁଏର୍ତୋ ରିକୋ, ମିଆଁମାର, ଜାମାଇକା, ଆଲାସ୍କା, ତୁର୍କୀ, ଭାରତ, ଜାପାନ, ଇରାନ, ଫିଲିପାଇନ୍ସ ରହିଥିଲା। ଏହି ଦେଶ ଗୁଡ଼ିକ ମଧ୍ୟରୁ କେତେକ ଦେଶରେ ଏକାଧିକ ଥର ଭୂମିକମ୍ପ ଘଟିଛି। ଏହି ସ୍ଥାନ ଗୁଡ଼ିକ ମଧ୍ୟରୁ ଅଧିକାଂଶ ଭୂକମ୍ପର ରେଡ୍ ଜୋନ୍ ମଧ୍ୟରେ ବୋଲି ବିବେଚନା କରାଯାଏ।

ଅନ୍ୟ ଏକ ୱେବସାଇଟ୍ ଅନୁଯାୟୀ, ଗତ ୨ ମାସ ଧରି ଦୁନିଆର ରେଡ୍ ଏବଂ ଅରେଞ୍ଜ ଜୋନ୍ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଏହାର ଫଳାଫଳ କ୍ରମାଗତ ଭାବରେ ଭୂକମ୍ପ ଆକାରରେ ଆସୁଛି। ସୂଚନା ଅନୁଯାୟୀ, ଜୁନ୍ ୧୪ ତାରିଖରେ ପୃଥିବୀର ପ୍ରାୟ ୨୩ଟି ଦେଶରେ ଭୂକମ୍ପ କମ୍ପନ ରେକର୍ଡ କରାଯାଇଥିଲା ଏବଂ ଜୁନ୍ ୧୩ ତାରିଖରେ ପ୍ରାୟ ୨୦ଟି ଦେଶରେ ଭୂକମ୍ପ କମ୍ପନ ରେକର୍ଡ କରାଯାଇଥିଲା। ୧୫ ଜୁନ୍ ସକାଳେ ତୁର୍କୀରେ ୫.୭ ତୀବ୍ରତାର ଏକ ଭୂକମ୍ପ ରେକର୍ଡ କରାଯାଇଛି। ଭାରତରେ ଗୁଜୁରାଟ, ରାଜକୋଟରେ ତିନୋଟି କମ୍ପନ ଅନୁଭୂତ ହୋଇଥିଲା ସେହିପରି ସୌରାଷ୍ଟ୍ରରେ ପ୍ରାୟ ୭ ସେକେଣ୍ଡ ପାଇଁ ୪.୮ର କମ୍ପନ ଅନୁଭୂତ ହୋଇଥିଲା। ଅହମ୍ମଦାବାଦରେ ପ୍ରାୟ ୫ ସେକେଣ୍ଡ ପାଇଁ ୩.୪ କମ୍ପନ ଅନୁଭୂତ ହୋଇଥିଲା। ଜାମନଗର, ସୁରେନ୍ଦ୍ରନଗର ଏବଂ ଜୁନାଗଡରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା। ଦିଲ୍ଲୀ- ଏନସିଆର ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ଗୁଜୁରାଟର କୁଚରେ ଜୁନ୍ ୧୪ ତାରିଖରେ ହୋଇଥିବା ଭୂକମ୍ପର ତୀବ୍ରତା ୫.୫ ଥିବାବେଳେ ପ୍ରାୟ ୧୦ ସେକେଣ୍ଡ ପାଇଁ କମ୍ପନ ଅନୁଭୂତ ହୋଇଥିଲା। କଛରେ ସୋମବାର ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି। ମଧ୍ୟାହ୍ନ ପ୍ରାୟ ୧୨ଟା ୫୭ ମିନିଟ୍‌ରେ ହୋଇଥିବା ଏହି କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ମପାଯାଇଛି। ଭୂମିକମ୍ପର ଉତ୍ପତି ସ୍ଥଳ କଛ ଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଥିଲା ବୋଲି ଭୂ- ଗର୍ଭିୟ ସର୍ଭେକ୍ଷଣ ସୂଚିତ କରିଛନ୍ତି। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.