Home Coronavirus Outbreak ଦେଶରେ ୫ଥର ପାଇଁ ଗୋଟିଏ ଦିନରେ ୪ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ, ଗତ ୨୪...

ଦେଶରେ ୫ଥର ପାଇଁ ଗୋଟିଏ ଦିନରେ ୪ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ, ଗତ ୨୪ ଘଣ୍ଟାରେ ମଧ୍ୟ ୪ ହଜାରରୁ ଅଧିକ ମୃତ୍ୟୁ

129

ନୂଆଦିଲ୍ଲୀ ୦୯ ମଇ (ଓଡ଼ିଆ ପୁଅ) କରୋନାର ଦ୍ୱିତୀୟ ଲହର ଚିନ୍ତା ବଢ଼ାଇଛି। ଦେଶରେ ଚାରି ଲକ୍ଷରୁ ଅଧିକ କରୋନା ମାମଲା ପଞ୍ଚମ ଥର ପାଇଁ ରିପୋର୍ଟ ହୋଇଛି ଏବଂ ଏହା କ୍ରମାଗତ ଚତୁର୍ଥ ଥର ଯେତେବେଳେ ଭାରତରେ କରୋନା ମାମଲା ଚାରି ଲକ୍ଷରୁ ଅଧିକ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ପରିସଂଖ୍ୟାନ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଏକ ରେକର୍ଡ ୪୧୩୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଏହି ସମୟ ମଧ୍ୟରେ ୪୦୯, ୩୦୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହିପରି ଭାବରେ ଦେଶରେ ସଂକ୍ରମଣ ହେତୁ ସମୁଦାୟ ୨, ୪୨, ୩୯୮ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨, ୨୨, ୯୫, ୯୧୧ ଲୋକ ସଂକ୍ରମିତ ହୋଇଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ ଦୈନିକ ଏକ ଲକ୍ଷରୁ ଅଧିକ ସକ୍ରିୟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବଢ଼ୁଥିବା ମାମଲା ମଧ୍ୟରେ ସୁସ୍ଥ ହେଉଥିବା ରୋଗୀଙ୍କ ହାର ହ୍ରାସ ସଙ୍କଟକୁ ଆହୁରି ବଢ଼ାଇ ଦେଇଛି। ଦେଶରେ ଆରୋଗ୍ୟ ହାର ୮୧.୯୦ ପ୍ରତିଶତକୁ ଖସି ଆସିଛି। ଏହି ସମୟ ମଧ୍ୟରେ, ୩, ୮୬, ୨୦୭ ରୋଗୀ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ, ଏପ୍ରିଲ ୧ ରେ ରୋଗୀଙ୍କ ଆରୋଗ୍ୟ ହାର ୯୩.୮୯ ପ୍ରତିଶତ ଥିଲା।

ସଂକ୍ରମଣ ମାମଲା ଦେଖି ଲାଗୁଛି ଭୟ

୩୦ ଏପ୍ରିଲ୍: ୪, ୦୨, ୦୧୪

ମଇ ୫: ୪, ୧୨, ୬୨୪

ମଇ ୬: ୪, ୧୪, ୨୮୦

ମଇ ୭: ୪, ୦୬, ୯୦୨

ମଇ ୮: ୪, ୦୩, ୬୨୬

କେବଳ ୧୨ ଟି ରାଜ୍ୟରେ ୮୦ ପ୍ରତିଶତ ସକ୍ରିୟ ମାମଲା।

ବର୍ତ୍ତମାନ ଦେଶରେ ୩୭.୨୩ ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି। ଏହି ମାମଲାଗୁଡ଼ିକର ୮୦.୬୮ ପ୍ରତିଶତ କେବଳ ୧୨ ଟି ରାଜ୍ୟରେ ଅଛି। ମହାରାଷ୍ଟ୍ରରେ ସର୍ବାଧିକ ସକ୍ରିୟ ମାମଲା ୬.୨୮ ଲକ୍ଷ, କର୍ଣ୍ଣାଟକ ୫.୪୮ ଲକ୍ଷ, କେରଳ ୪.୧୭ ଲକ୍ଷ, ୟୁପି ୨.୪୫ ଲକ୍ଷ ଏବଂ ରାଜସ୍ଥାନ ୧.୯୯ ଲକ୍ଷରେ ରହିଛି। ଏହା ପରେ ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ତାମିଲନାଡୁ, ଛତିଶଗଡ, ପଶ୍ଚିମବଙ୍ଗ, ହରିୟାଣା ଏବଂ ବିହାର ରହିଛି।

ଏହି ଦଶଟି ରାଜ୍ୟରେ ୭୦ ପ୍ରତିଶତ ନୂଆ ଆକ୍ରାନ୍ତ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ଦଶଟି ରାଜ୍ୟରେ ୭୦.୭୭ ପ୍ରତିଶତ ନୂତନ କରୋନା ମାମଲା ରିପୋର୍ଟ ହୋଇଛି। ସେଥିମଧ୍ୟରୁ ୫୬, ୫୭୮ ମହାରାଷ୍ଟ୍ରରେ, କର୍ଣ୍ଣାଟକରେ ୪୭, ୫୬୩, କେରଳରେ ୩୧, ୯୭୧, ୟୁପିରେ କରୋନା ମାମଲାରେ ୨୬, ୬୩୬ ଜଣ ଥିଲେ। ଏହା ସହିତ ତାମିଲନାଡୁ, ଦିଲ୍ଲୀ, ପଶ୍ଚିମବଙ୍ଗ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଏବଂ ହରିୟାଣାରେ କରୋନା ରୋଗର ନୂଆ ମାମଲା ବୃଦ୍ଧି ପାଇବାରେ ଲାଗିଛି।

ନଜର ପକାନ୍ତୁ ଏହି ପରିସଂଖ୍ୟାନ ଉପରେ –

୨୯ ଏପ୍ରିଲ୍ ରେ ୧୭, ୬୮, ୧୯୦ ଟେଷ୍ଟ ହୋଇଥିବା ବେଳେ ୩,୮୬, ୭୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ଏବଂ ପ୍ରତି ହଜାରରେ ୪୫୭୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ।

୩୦ ଏପ୍ରିଲ୍ ରେ ୧୯, ୨୦୧୦୭ ଟେଷ୍ଟ ହୋଇଥିବା ବେଳେ ୪, ୦୨, ୦୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ଏବଂ ପ୍ରତି ହଜାରରେ ୪୭୭୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ।

୧ ମେ ରେ ୧୯, ୪୫, ୨୯୯ ଟେଷ୍ଟ ହୋଇଥିବା ବେଳେ ୩, ୯୨, ୫୭୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ଏବଂ ପ୍ରତି ହଜାରରେ ୪୯୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ।

୨ ମେ ୧୮, ୦୪, ୯୫୪ ଟେଷ୍ଟ ହୋଇଥିବା ବେଳେ ୩, ୭୦, ୦୯୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ଏବଂ ପ୍ରତି ହଜାରରେ ୪୮୭୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ।

୩ ମେ ରେ ୧୫, ୦୪, ୬୮୮ ଟେଷ୍ଟ ହୋଇଥିବା ବେଳେ ୩, ୫୫, ୭୬୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ଏବଂ ପ୍ରତି ହଜାରରେ ୪୨୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ।

୪ ମେ ରେ ୧୬, ୬୩, ୭୪୨ ଟେଷ୍ଟ ହୋଇଥିବା ବେଳେ ୩, ୮୨, ୮୪୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ଏବଂ ପ୍ରତି ହଜାରରେ ୪୩୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ।

୫ ମଇ ରେ ୧୫, ୪୧, ୨୨୯ ଟେଷ୍ଟ ହୋଇଥିବା ବେଳେ ୪, ୧୨, ୬୨୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ଏବଂ ପ୍ରତି ହଜାରରେ ୩୭୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ।

କେବଳ ଭାରତରେ ବିଶ୍ୱରେ ୭.୨୫% ମୃତ୍ୟୁ ହୋଇଛି।
ଅନ୍ୟ ଦେଶଗୁଡ଼ିକ ଉପରେ ନଜର ପକାଇଲେ
ଆମେରିକା: ୧୮.୧୧%
ବ୍ରାଜିଲ: ୧୨.୭୬%
ଭାରତ: ୭.୨୫%
ମେକ୍ସିକୋ: ୬.୬୫%
ବ୍ରିଟେନ: ୩.୮୮%
ଇଟାଲୀ: ୩.୭୩%
ଋଷ: ୩.୪୪%
ଫ୍ରାନ୍ସ: ୩.୨୩%
ଜର୍ମାନୀ: ୨.୫୯%
ସ୍ପେନ୍: ୨.୪୦%
ଅନ୍ୟ: ୩୫.୯୬%

ମେ ମାସରେ କରୋନା ଗ୍ରାଫ୍

୮ ମଇ ୨୦୨୧: ୪୦୯, ୩୦୦ ନୂଆ ଆକ୍ରାନ୍ତ ଟିହ୍ନଟ ହୋଇଥିବା ବେଳେ ୪, ୧୩୩ ଜଣଙ୍କର ମୃତ୍ୟୁ ହୋଇଛି।
୭ ମଇ ୨୦୨୧: ୪୦୧, ୩୨୬ ନୂଆ ଆକ୍ରାନ୍ତ ଟିହ୍ନଟ ହୋଇଥିବା ବେଳେ ୪, ୧୯୪ ଜଣଙ୍କର ମୃତ୍ୟୁ ହୋଇଛି।
୬ ମଇ ୨୦୨୧: ୪୧୪, ୪୩୩ ନୂଆ ଆକ୍ରାନ୍ତ ଟିହ୍ନଟ ହୋଇଥିବା ବେଳେ ୩, ୯୨୦ ଜଣଙ୍କର ମୃତ୍ୟୁ ହୋଇଛି।
୫ ମଇ ୨୦୨୧: ୪୧୨, ୬୧୮ ନୂଆ ଆକ୍ରାନ୍ତ ଟିହ୍ନଟ ହୋଇଥିବା ବେଳେ ୩, ୯୮୨ ଜଣଙ୍କର ମୃତ୍ୟୁ ହୋଇଛି।
୪ ମଇ ୨୦୨୧: ୩୮୨, ୬୯୧ ନୂଆ ଆକ୍ରାନ୍ତ ଟିହ୍ନଟ ହୋଇଥିବା ବେଳେ ୩, ୭୮୬ ଜଣଙ୍କର ମୃତ୍ୟୁ ହୋଇଛି।
୩ ମଇ ୨୦୨୧: ୩୫୫, ୮୨୮ ନୂଆ ଆକ୍ରାନ୍ତ ଟିହ୍ନଟ ହୋଇଥିବା ବେଳେ ୩, ୪୩୮ ଜଣଙ୍କର ମୃତ୍ୟୁ ହୋଇଛି।
୨ ମଇ ୨୦୨୧: ୩୭୦, ୦୫୯ ନୂଆ ଆକ୍ରାନ୍ତ ଟିହ୍ନଟ ହୋଇଥିବା ବେଳେ ୩, ୪୨୨ ଜଣଙ୍କର ମୃତ୍ୟୁ ହୋଇଛି।
୧ ମଇ ୨୦୨୧: ୩୯୨, ୫୬୨ ନୂଆ ଆକ୍ରାନ୍ତ ଟିହ୍ନଟ ହୋଇଥିବା ବେଳେ ୩, ୬୮୮ ଜଣଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.