Home Top News ଶ୍ରୀ ବିଜୟାଦଶମୀ ଅବସରରେ ସରସଂଘଚାଳକ ମୋହନ ଜୀ’ ଭାଗବତଙ୍କ ସମ୍ବୋଧନ ..

ଶ୍ରୀ ବିଜୟାଦଶମୀ ଅବସରରେ ସରସଂଘଚାଳକ ମୋହନ ଜୀ’ ଭାଗବତଙ୍କ ସମ୍ବୋଧନ ..

24

ନାଗପୁର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସରସଂଘଚାଲକ ମୋହନ ଭାଗବତ ସଂଘର ୯୬ ତମ ପ୍ରତିଷ୍ଠା ଦିବସରେ ଶୁକ୍ରବାର ନାଗପୁରରେ ଶସ୍ତ୍ର ପୂଜନ କରିଛନ୍ତି। ଏହି ଅବସରରେ ସେ ସ୍ୱୟଂ ସେବକମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଇସ୍ରାଏଲର କନସୁଲେଟ୍ ଜେନେରାଲ୍ କୋବି ଶୋଶାନି ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ବିଜୟଦଶମୀ ଦିନ ୧୯୨୫ ମସିହାରେ ଆରଏସଏସର ପ୍ରତିଷ୍ଠା କରାଯାଇଥିଲା। ସମାଜର ଆତ୍ମୀୟତା ଏବଂ ସମାନତା ଆଧାରିତ ରଚନା ଚାହୁଁଥିବା ସମସ୍ତଙ୍କୁ ପ୍ରୟାସ କରିବାକୁ ପଡ଼ିବ। ସାମାଜିକ ସମରସତା ବାତାବରଣ ନିର୍ମାଣ କରିବା କାର୍ଯ୍ୟ ସଂଘ ସ୍ୱୟଂସେବକ ମାନେ ସାମାଜିକ ସମରସତା ଗତିବିଧି ମାଧ୍ୟମରେ କାର୍ଯ୍ୟ କରୁଛନ୍ତି ବୋଲି ସରସଙ୍ଘଚାଳକ ମୋହନ ଜୀ’ ଭାଗବତ କହିଥିଲେ। ସ୍ୱୟଂ ସେବକମାନଙ୍କୁ ସମ୍ବୋଧିତ କରିବାବେଳେ ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି, “ଯେଉଁ ଦିନ ଆମେ ସ୍ୱାଧୀନ ହୋଇଥିଲୁ, ସେହି ଦିନ ସ୍ୱାଧୀନତାର ଆନନ୍ଦ ସହିତ ଆମେ ମଧ୍ୟ ଏକ ଅତ୍ୟନ୍ତ ବେଦନା ନିଜ ମନରେ ଅନୁଭବ କରିଛୁ ସେହି ଯନ୍ତ୍ରଣା ଏପର୍ଯ୍ୟନ୍ତ ଦୂର ହୋଇନାହିଁ। ଆମ ଦେଶର ବିଭାଜନ ଘଟିଛି, ଏହା ଅତ୍ୟନ୍ତ ଦୁଃଖଦ ଇତିହାସ, କିନ୍ତୁ ସେହି ଇତିହାସର ସତ୍ୟତାକୁ ସାମ୍ନା କରିବାକୁ ହେବ, ଏହାକୁ ଜାଣିବାକୁ ପଡିବ।”

ମୋହନ ଭାଗବତ ଆହୁରି କହିଛନ୍ତି, “ଯେଉଁ ଶତ୍ରୁତା ଓ ପୃଥକତା କାରଣରୁ ବିଭାଜନ ହୋଇଛି ତାହାର ପୁନରାବୃତ୍ତି ହେବା ଉଚିତ ନୁହେଁ। ପୁନରାବୃତ୍ତି ଏଡାଇବାକୁ, ଆମର ହଜିଯାଇଥିବା ଅଖଣ୍ଡତା ଓ ଏକତାକୁ ଫେରାଇ ଆଣିବାକୁ ସେହି ଇତିହାସକୁ ସମସ୍ତଙ୍କୁ ଜାଣିବାକୁ ପଡ଼ିବ । ବିଶେଷକରି ନୂତନ ପିଢ଼ିକୁ ଜାଣିବା ଉଚିତ୍।” ମୋହନ ଭାଗବତ କହିଛନ୍ତି, “ଜନସଂଖ୍ୟା ନୀତିକୁ ପୁଣି ଥରେ ବିଚାର କରାଯିବା ଉଚିତ୍। ୫୦ ବର୍ଷ ପର୍ଯ୍ୟନ୍ତ ବିଚାର କରିବା ପରେ ଏକ ନୀତି ପ୍ରସ୍ତୁତ କରାଯିବା ଆବଶ୍ୟକ ଓ ସେହି ନୀତି ସମସ୍ତଙ୍କ ଉପରେ ସମାନ ଭାବରେ କାର୍ଯ୍ୟକାରୀ ହେବା ଉଚିତ୍। ଜନସଂଖ୍ୟା ଅସନ୍ତୁଳନ ଦେଶ ତଥା ବିଶ୍ୱରେ ଏକ ସମସ୍ୟା ପାଲଟିଛି ।” ମୋହନ ଭାଗବତ କହିଛନ୍ତି, “ସୀମା ଆରପାରିରୁ ବେଆଇନ ଅନୁପ୍ରବେଶକୁ ସମ୍ପୂର୍ଣ୍ଣ ରୋକିବା ଆବଶ୍ୟକ। ଜାତୀୟ ନାଗରିକ ପତ୍ରିକା ସୃଷ୍ଟି କରି ଏହି ଅନୁପ୍ରବେଶକାରୀଙ୍କ ନାଗରିକତ୍ୱ ଅଧିକାରରୁ ବଞ୍ଚିତ କରିବା ଉଚିତ୍।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.