Home ଓଡ଼ିଶା କୋଭିଡ୍ କଟକଣା ମଧ୍ୟରେ ରଣପୁର ରେ ଦଶହରା ଅନୁଷ୍ଠିତ

କୋଭିଡ୍ କଟକଣା ମଧ୍ୟରେ ରଣପୁର ରେ ଦଶହରା ଅନୁଷ୍ଠିତ

66

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୫/୧୦- ଅବିଭକ୍ତ ପୁରୀ ଜିଲ୍ଲା ର ରଣପୁର ଗଡଜାତ ହେଉଛି ଐତିହ୍ୟ ସମ୍ପର୍ଣ୍ଣ । ରାଜ ରାଜୁଡା ଅମଳ ରୁ ପ୍ରତିବର୍ଷ ମା ମଣିନାଗ ପୀଠ ରେ ଶାରଦୀୟ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଆସୁଅଛି । ପ୍ରତି ବର୍ଷ ରଣପୁର ଘଞ୍ଚ ଅରଣ୍ୟ ଜବତ ଜଙ୍ଗଲ ମଧ୍ୟରେ ଥିବା ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତ ର ରାଆଁଳା ଗ୍ରାମ ରୁ ଷୋଳ ପୂଜା ପାଇଁ ମା ଖିଲାମୁଣ୍ଡା ରାଜ ଉଆସ କୁ ଆସିଥାନ୍ତି । ତାଙ୍କ ସହ ନାରୟଣୀ ଠାକୁରାଣୀ ରାଜ ପ୍ରାସାଦ କୁ ଯାଇ ପୂଜା ପାଇଥାନ୍ତି ।

ସେହିଭଳି ଭାବରେ ରଣପୁର ପୂଜା ମଣ୍ଡପ ରେ ୫୬ ତମ ଦୁର୍ଗା ପୂଜା ସହ ବ୍ରଜରାଜପୁର , ରାଜସୁନାଖଳା , ଦର୍ପନାରାୟଣପୁର , ଚାନ୍ଦପୁର , ଖଣ୍ଡିସି ଓ ସମସ୍ତ ପୂଜା ମଣ୍ଡପ ରେ କୋଭିଡ୍ କଟକଣା ମଧ୍ୟରେ ପୂଜା ଅନୁଷ୍ଠିତ ହୋଇଯାଇଅଛି । ସଂନ୍ଧ୍ୟା ରେ ମା ଖିଲାମୁଣ୍ଡା ରାଜ ଉଆସ ରୁ ଛତିଶା ନିଯୋଗ ରେ ବଡଦାଣ୍ଡ ଦେଇ ଦଶହରା ପଡିଆ ରେ ପହଂଚି ଥିଲେ । ରଣପୁର ରାଜା ଦିଲ୍ଲୀପ ଚନ୍ଦ୍ର ସଂଦେଓ ଦଶହରା ପଡିଆ ରେ ପୂଜାର୍ଚ୍ଚନା କରିବା ପରେ ତୋପସଲାମୀ ଦିଆଯାଇଥିଲା । ତା ପରେ କାଠିରେ ଆସିଥିବା ମା ଖିଲାମୁଣ୍ଡା ଭଦଳିଆ ପକ୍ଷୀ ଯୋଗେ ନିଜ ଆସ୍ଥାନ କୁ ଫେରି ଯାଇଥିବା ଜଣାପଡିଛି । ଦଶହରା ପଡିଆ ରେ ତୋପସଲାମୀ ର ଶବ୍ଦ ଶୁଣିବା ପରେ ରଣପୁର ଅଂଚଳ ର ସମସ୍ତ ପୁରପଲ୍ଲୀ ରେ ନିଜ ନିଜର ଆଗାମୀ ବର୍ଷ ପାଇଁ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.