Home Top News ଏମାନେ ମସଗୁଲ୍ ଆତ୍ମ ପ୍ରଚାରରେ, ତେଣେ ଭୁବନେଶ୍ୱର କାନ୍ଥବାଡ଼ରେ ମୋଦି ହଟାଅ ଦେଶ ବଞ୍ଚାଅ ପୋଷ୍ଟର!

ଏମାନେ ମସଗୁଲ୍ ଆତ୍ମ ପ୍ରଚାରରେ, ତେଣେ ଭୁବନେଶ୍ୱର କାନ୍ଥବାଡ଼ରେ ମୋଦି ହଟାଅ ଦେଶ ବଞ୍ଚାଅ ପୋଷ୍ଟର!

138

ଭୁବନେଶ୍ୱର: ଭୁବନେଶ୍ୱର କାନ୍ଥ ବାଡ଼ରେ ମୋଦି ହଟାଅ ଦେଶ ବଞ୍ଚାଅ ପୋଷ୍ଟର୍। ଏଣେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଆସି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିଭାଗୀୟ କାର୍ଯ୍ୟ ନୂତନ ଟ୍ରେନ୍ ଉଦ୍ଘାଟନ, ନୂଆ ଡାକ ଟିକେଟ୍ ଉନ୍ମୋଚନ କାର୍ଯ୍ୟକ୍ରମରେ ଅତିଥି ସାଜିଥିବା ବେଳେ, ତେଣେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କଟକ ଯାଇ ରାମ ନବମୀ ଉପଲକ୍ଷେ ଆୟୋଜିତ ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଉଭୟ ନିଜ ନିଜ ଆତ୍ମପ୍ରଚାରରେ ମଗ୍ନ ଥିଲେ। କିନ୍ତୁ, ତେଣେ ଭୁବନେଶ୍ୱର କାନ୍ଥ ବାଡ଼ରେ ମୋଦି ହଟାଅ ଦେଶ ବଞ୍ଚାଅ ପୋଷ୍ଟର୍! ହୁଏତ ଏମାନେ ଏଥିନେଇ ଚିରାଚରିତ ଭାବରେ ବିଜେଡିକୁ ଦୋଷ ଦେଇ ପାରନ୍ତି। ମୋଦିଙ୍କ ଲୋକପ୍ରିୟତାକୁ ସହି ନ’ପାରି ବିଜେଡି ଏପରି କରିଛି କହି ଏବେ ଏମାନେ ଚିଲାଇ ପାରନ୍ତି। କିନ୍ତୁ ଯାହା ଜଣାପଡ଼ୁଛି, ହୁଏତ ଏପରି ପୋଷ୍ଟର୍ ପଛରେ ଆମ୍ ଆଦିମ୍ ପାର୍ଟିର (ଆପ୍) ସଂପୃକ୍ତି ଥାଇପାରେ।କାରଣ ଆମ୍ ଆଦିମ୍ ପାର୍ଟି ହିଁ ଏହାକୁ ଓଡ଼ିଶା ଆମ୍ ଆଦିମ୍ ପାର୍ଟି ଫେସବୁକ୍ ପେଜରେ ପୋଷ୍ଟ୍ କରି ଲେଖିଛି, “ଭୁବନେଶ୍ୱରରେ ଜାଗା ଜାଗାରେ ଲାଗିଛି ମୋଦି ହଟାଅ ଦେଶ ବଞ୍ଚାଅ ପୋଷ୍ଟର।” ଏବେ ହୁଏତ ନବ ନିଯୁକ୍ତ ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କ ଗୃହ ଜିଲ୍ଲା ଭଦ୍ରକରେ ଆୟୋଜିତ “ଶ୍ରୀରାମ ନବମୀ ମହାଯଜ୍ଞ” କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଥିଲେ, ଏଥର କିନ୍ତୁ ତାଙ୍କୁ ସକ୍ରିୟ ହୋଇ ଦଳକୁ ସଜାଡ଼ିବାର ଅଛି। ଆମ୍ ଆଦିମ୍ ପାର୍ଟି ଓଡ଼ିଶାରେ କାୟା ବିସ୍ତାର କରିବା ପୂର୍ବରୁ ତାକୁ ଦମନ୍ କରିବାର ଅଛି।

ବିନା ମେଘରେ ବଜ୍ରପାତ: ଏହା ହୋଇପାରେ ଏମାନଙ୍କ ଶେଷ ଶୁଭେଚ୍ଛା ..!


-/Dev@Drath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.