Odiapua.com

ଜମ୍ମୁକାଶ୍ମୀର ପାଇଁ ବିକାଶର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବେ ୫ କେନ୍ଦ୍ରମନ୍ତ୍ରୀ; ଧର୍ମେନ୍ଦ୍ର ସାମିଲ

ନୂଆଦିଲ୍ଲୀ/ଭୁବନେଶ୍ୱର: ଜମ୍ମୁକାଶ୍ମୀର ପାଇଁ ବିକାଶର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ପାଇଁ ମୋଦୀ ସରକାର ଏକ ୫ ଜଣିଆ କେନ୍ଦ୍ରମନ୍ତ୍ରୀଙ୍କ ଟିମ୍ ତିଆରି କରିଛନ୍ତି।ଏହି ଗ୍ରୁପ ଅଫ ମିନିଷ୍ଟର (ଜିଓଏମ୍) ଟିମ୍ ଭିତରେ ରବି ଶଙ୍କର ପ୍ରସାଦ, ଥାବର ଚନ୍ଦ ଗେହଲୋଟ, ଜିତେନ୍ଦ୍ର ସିଂ, ନରେନ୍ଦ୍ର ତୋମରଙ୍କ ସମେତ ଧର୍ମେନ୍ଦ୍ର ପ୍ରଧାନ ଅଛନ୍ତି।୩୧ ଅକ୍ଟୋବର ପୂର୍ବରୁ ଏହି ଟିମ୍ ରିପୋର୍ଟ ପ୍ରସ୍ତୁତ କରିଦେବେ ବୋଲି ଆଶା ରଖାଯାଇଛି।ବୁଧବାର କ୍ୟାବିନେଟ ବୈଠକ ପରେ ମୋଦୀ ସରକାର ଜମ୍ମୁକଶ୍ମୀର ପାଇଁ କିଛି ଆର୍ଥିକ ପ୍ୟାକେଜ୍ ଘୋଷଣା କରିପାରନ୍ତି।ଏବଂ ଜିଓଏମଙ୍କ ରିପୋର୍ଟ ଆଧାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଦିନରେ ଜମ୍ମୁକାଶ୍ମୀର ପାଇଁ ଅଧିକ ପରିମାଣରେ ଆର୍ଥିକ ତଥା ଅନ୍ୟ ପ୍ୟାକେଜ୍ ଘୋଷଣା କରିପାରନ୍ତି।// ଦେବଦତ୍ତ ରଥ

ମୋଦୀଙ୍କୁ ସର୍ବୋଚ୍ଚ ନାଗରୀକ; ଇମ୍ରାନଙ୍କୁ ଶ୍ରେଷ୍ଠ ଡ୍ରାଇଭର ସମ୍ମାନ!

କୁକୁର ବିକିବ କାଙ୍ଗାଳ ପାକିସ୍ଥାନ: ଚାଇନାକୁ କରିବ ବୁଲା କୁକୁର ରପ୍ତାନୀ!