Home ଜିଲ୍ଲା ପରିକ୍ରମା ୫ ଲକ୍ଷ ଟପିଲା ମନରେଗା ରେ କର୍ମ ଦିବସ

୫ ଲକ୍ଷ ଟପିଲା ମନରେଗା ରେ କର୍ମ ଦିବସ

112

ଯାଜପୁର୧୩ା୬ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ମନରେଗା ଯୋଜନାରେ ଯାଜପୁର ଜିଲ୍ଲାରେ ୫ ଲକ୍ଷ ଟପିଚ୍ଥି କର୍ମ ଦିବସ। ଚଳିତ ମାସ ୧୨ ତାରିଖ ସୁଦ୍ଧା ଜିଲ୍ଲାର ୧୦ଟି ଯାକ ବ୍ଳ୍‌କରେ ମୋଟ ୫୦୧୯୫୪ ଟି କର୍ମ ଦିବସ ହୋଇପାରିଚ୍ଥି। ଏହି କର୍ମ ଦିବସ ପାଇଁ ବିନିଯୋଗ ହୋଇଚ୍ଥି ୧୩୬୪.୮୯ ଲକ୍ଷ ଟଙ୍କା। ବଡଚଣା ବ୍ଳ୍‌କରେ ୩୪୧୭୭ କର୍ମ ଦିବସ ସୃଷ୍ଟି ହୋଇଥିବା ବେଳେ ବିନିଯୋଗ ହୋଇଚ୍ଥି ୧୧୦.୬୩ ଲକ୍ଷ ଟଙ୍କା। ସେହିପରି ବରୀ ବ୍ଳ୍‌କରେ ୫୭୨୨୪ କର୍ମ ଦିବସ ସୃଷ୍ଟି ହୋଇଥିବା ବେଳେ ବିନିଯୋଗ ହୋଇଚ୍ଥି ୧୩୬.୦୪ ଲକ୍ଷ ଟଙ୍କା। ବିଂଝାରପୁର ବ୍ଳ୍‌କରେ ୮୨୬୬୨ କର୍ମ ଦିବସ ସୃଷ୍ଟି ହୋଇଥିବା ବେଳେ ବିନିଯୋଗ ହୋଇଚ୍ଥି ୧୮୯.୮୧ ଲକ୍ଷ ଟଙ୍କା। ଦାନଗଦୀ ବ୍ଳକରେ ୨୦୯୬୯ କର୍ମ ଦିବସ ସୃଷ୍ଟି ହୋଇଥିବା ବେଳେ ବିନିଯୋଗ ହୋଇଚ୍ଥି ୭୧.୫୧ ଲକ୍ଷ ଟଙ୍କା। ଦଶରଥପୁର ବ୍ଳକରେ ୧୧୬୩୭୯ କର୍ମ ଦିବସ ସୃଷ୍ଟି ହୋଇଥିବା ବେଳେ ବିନିଯୋଗ ହୋଇଚ୍ଥି ୨୯୭.୮୪ ଲକ୍ଷ ଟଙ୍କା। ଧର୍ମଶାଳା ବ୍ଳ୍‌କରେ ୩୮୫୧୪ କର୍ମ ଦିବସ ସୃଷ୍ଟି ହୋଇଥିବା ବେଳେ ବିନିଯୋଗ ହୋଇଚ୍ଥି ୧୧୧.୦୮ ଲକ୍ଷ ଟଙ୍କା। ଯାଜପୁର ବ୍ଳ୍‌କରେ ୪୭୫୯୬ କର୍ମ ଦିବସ ସୃଷ୍ଟି ହୋଇଥିବା ବେଳେ ବିନିଯୋଗ ହୋଇଚ୍ଥି ୧୨୦.୮୮ ଲକ୍ଷ ଟଙ୍କା। କୋରେଇ ବ୍ଳ୍‌କରେ ୫୧୭୯୫ କର୍ମ ଦିବସ ସୃଷ୍ଟି ହୋଇଥିବା ବେଳେ ବିନିଯୋଗ ହୋଇଚ୍ଥି ୧୪୭.୮୪ ଲକ୍ଷ ଟଙ୍କା। ରସୁଲପୁର ବ୍ଳ୍‌କରେ ୧୪୪୪୨ କର୍ମ ଦିବସ ସୃଷ୍ଟି ହୋଇଥିବା ବେଳେ ବିନିଯୋଗ ହୋଇଚ୍ଥି ୬୪.୩୩ ଲକ୍ଷ ଟଙ୍କା। ସୁକିନ୍ଦା ବ୍ଳ୍‌କରେ ୩୮୧୯୬ କର୍ମ ଦିବସ ସୃଷ୍ଟି ହୋଇଥିବା ବେଳେ ବିନିଯୋଗ ହୋଇଚ୍ଥି ୧୧୩.୮୫ ଲକ୍ଷ ଟଙ୍କା। ଏହି ସପଂଳତା ସହ ଜିଲ୍ଲା ୫ ନମ୍ୱର ସ୍ଥାନରେ ରହିଚ୍ଥି। ଏହା ଏକ ଉଲ୍ଲେଖନୀୟ ଉପଲବ୍ଧି। ଏଥିରେ ଜଡିତ ସମସ୍ତ କର୍ମଚାରୀ ଯେଊଁମାନେ ସେମାନଙ୍କ ଶ୍ରମକୁ ଏଥିରେ ବ୍ୟୟ କରିଛନ୍ତି ଓ ଅଧିକାରୀ, କର୍ମଚାରୀ ଯେଉଁମାନେ ଏହାକୁ ସପଂଳ କରାଇଛନ୍ତି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାପାଳ ରଂଜନ କୁମାର ଦାସ। ସେହିପରି ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ସମସ୍ତଙ୍କ ସହଯୋଗ ପାଇଁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.