Home ଅପରାଧ ସ୍ୱାମୀ ଓ ଦୁଇ ପିଲାଙ୍କୁ ମାଡ଼ ମାରି ସ୍ତ୍ରୀକୁ ଗଣଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ସ୍ୱାମୀ ଓ ଦୁଇ ପିଲାଙ୍କୁ ମାଡ଼ ମାରି ସ୍ତ୍ରୀକୁ ଗଣଦୁଷ୍କର୍ମ ଉଦ୍ୟମ ଅଭିଯୋଗ

99

କେନ୍ଦ୍ରାପଡ଼ା ୨୯-୬ (ଓଡ଼ିଆ ପୁଅ) : କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅଞ୍ଚଳରେ ଘରେ ପଶି ସ୍ୱାମୀଙ୍କୁ ମାଡ଼ ମାରି ସ୍ତ୍ରୀକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଖବର ମୁତାବକ କିଛି ଦୁର୍ବୃତ୍ତ ଡକାୟତି କରିବା ଉଦ୍ଦେଶ୍ୟରେ ୩ ଜଣ ଦୁର୍ବୃତ୍ତ ଘରେ ଦୁଆର ବାଡ଼େଇ ପାଣି ମାଗିଲେ, ସ୍ୱାମୀ ଦ୍ୱାର ଖୋଲିବା ପରେ ତୁରନ୍ତ ବଳପୂର୍ବକ ଘରେ ପଶି ସ୍ୱାମୀ ଓ ଦୁଇ ପିଲାଙ୍କୁ ନିସ୍ତୁକ ପିଟିଲେ। । ବିନା କାରଣରେ ସ୍ୱାମୀଙ୍କୁ ନିର୍ଦ୍ଧୁମ ମାଡ ମାରିବା ସହ ସ୍ତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ ଏହି ତିନି ଡକାୟତ।। କୌଶଳକ୍ରମେ ସ୍ୱାମୀ ଘର ବାହାରକୁ ଆସି ଗ୍ରାମବାସୀଙ୍କୁ ଏ ବାବଦରେ ଖବର ଦେବା ପରେ ଦୁବୃର୍ତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। କିନ୍ତୁ ପୀଡ଼ିତା ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପିଲାମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.