Home ଓଡ଼ିଶା କାନ୍ଥ ଭୁଷୁଡ଼ି ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି...

କାନ୍ଥ ଭୁଷୁଡ଼ି ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

76

ମୁମ୍ବାଇ ୨୯-୬ (ଓଡ଼ିଆ ପୁଅ) ମହାରାଷ୍ଟ୍ରର ପୁଣେରେ କାନ୍ଥ ଭୁଷୁଡ଼ି ପଡ଼ିବା ଫଳରେ ୧୫ନ ଜଣଙ୍କର ମୃତ୍ୟୁ ହୋଇଛି। ଏଥିଲେ ୪ ଜଣ ଶିଶୁଥିବା ଜଣାପଡ଼ିଛି। ଆଜି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାଭିସ୍।

ସୂଚନାଯୋଗ୍ୟଯେ, ମହାରାଷ୍ଟ୍ରର ପୁଣେରେ ଶନିବାର ସକାଳେ ଭୟଙ୍କର ଦୁର୍ଘଟଣା ହୋଇଯାଇଛି। କୋଣ୍ଢବା ନାମକ ସ୍ଥାନରେ କାନ୍ଥ ଭୁଷୁଡ଼ି ପଡ଼ିବାରୁ ୧୫ଜଣ ଲୋକ ଦବିଯିବାରୁ ମୃତ୍ୟୁ ହୋଇଯାଇଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। କାନ୍ଥର ମଲବାରେ ଏବେ ମଧ୍ୟ ଅନେକ ଲୋକ ଦବି ରହିଥିଲେ ସେମାନଙ୍କୁ ଉଦ୍ଧାର କରାଯାଇଛି। ଏନଡିଆରଏଫର ଟିମ କ୍ରମାଗତଭାବେ ରେକ୍କ୍ୟୁ ଅପରେଶନରେ ଲାଗି ଉଦ୍ଧାରକାର୍ଯ୍ୟ କରିଥିଲା। ମଲବାରେ ଦବି ରହିଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇଛି। ପ୍ରାତଃକାଳରେ କ୍ରମାଗତଭାବେ ବର୍ଷାକରଣରୁ କାନ୍ଥ ଭୁଷୁଡ଼ି ପଡ଼ିଛି। ଝୁଗିରେ ରହୁଥିବା ଅନେକ ଲୋକ ଏବଂ ଶିଶୁ ଦବି ରହିଛନ୍ତି। ପ୍ରଥମିକ ସୂଚନାମତେ ମୃତକଙ୍କ ମଧ୍ୟରେ ଚାରିଜଣ ଶିଶୁ ଅଛନ୍ତି। ଏହି ଘଟଣା ଉପରେ କଂସ୍ଟ୍ରକ୍ସନ କମ୍ପାନୀର ଦାୟିତ୍ୱହୀନତା ବୋଲି କୁହାଯାଉଛି। ଦୁର୍ଘଟଣାରେ ପ୍ରାୟତଃ ସମସ୍ତ ଲୋକ ଶ୍ରମିକ ଶ୍ରେଣୀର ଅଟନ୍ତି। ଏହି ମୃତକ ଶ୍ରମିକମାନଙ୍କ ମଧ୍ୟରେ ବିହାର, ଏବଂ ପଶ୍ଟିମବଙ୍ଗର ଶ୍ରମିକ ଥିବାର ଅନୁମାନ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.