Home ଓଡ଼ିଶା ସର୍ପାଘାତରେ ନାବାଳକର ମୃତ୍ୟୁ

ସର୍ପାଘାତରେ ନାବାଳକର ମୃତ୍ୟୁ

621

ପାଟଣା ୨୨-୧୦ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବାଉଁଶୁଳି ପଞ୍ଚାୟତ ଭୁଲୁଦା ଗ୍ରାମର ଝରଣ ସାହିରେ ଘଟିଛି ଏକ ଦୁଃଖଦ ଘଟଣା। ଗ୍ରାମର ବାବୁଲୁ ମାଝି ଙ୍କ ୧୬ ବର୍ଷର ନାବାଳକ ସୁନାରାମ ମାଝି(ଦୀପକ ମାଝୀ) ଘରେ ଶୋଇଥିବା ସମୟରେ ସୋମବାର ପାଖାପାଖି ରାତି ୧୧ ଟା ସମୟରେ ଏକ ଚିତି ସାପ କାମୁଡ଼ିଦେଇଥିଲା କାମୁଡି ପାରେ ନାବାଳକ ଟି ଉଠି ବାପା ମାଙ୍କୁ ଜଣାଇବା ପରେ ଘର ଲୋକ ଏକ ଘରୋଇ ଗାଡି ସାହାଯ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ଭୋର ୫ ଟା ସମୟରେ ମୃତ୍ୟୁ ଘଟିଛି। ଖବର ପାଇ ତୁରୁମୁଙ୍ଗା ଥାନା ଏ.ଏସ.ଆଇ ଗୁରୁପ୍ରସାଦ ଦେଓ ମେଡ଼ିକାଲ ରେ ପହଞ୍ଚି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରିଛନ୍ତି। ଏନେଇ ତୁରୁମୁଙ୍ଗା ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.