Home ଓଡ଼ିଶା ଲଢୁଆ ବିମାନ ମିଗ-୨୧ ଦୁର୍ଘଟଣାଗ୍ରସ୍ତ

ଲଢୁଆ ବିମାନ ମିଗ-୨୧ ଦୁର୍ଘଟଣାଗ୍ରସ୍ତ

606

ନୂଆଦିଲ୍ଲୀ, ୨୫/୦୯, (ଓଡ଼ିଆ ପୁଅ ପି ନାଏକ): ଭାରତୀୟ ବାୟୁସେନାର ମିଗ୍-୨୧ ଲଢୁଆ ବିମାନ ଦୁର୍ଘଟଣାର ଶିକାର ହୋଇଛି। ମଧ୍ୟପ୍ରଦେଶର ଗ୍ୱାଲିଅରରେ ଭାରତୀୟ ବାୟୁସେନାର ମିଗ୍-୨୧ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ତେବେ ଏହି ମିଗ୍-୨୧ ଲଢୁଆ ବିମାନରେ ଥିବା ଦୁଇ ପାଇଲଟ୍ ସୁରକ୍ଷିତ ଭାବରେ ଅବତରଣ କରିଥିବା ଜଣାପଡ଼ିଛି। ବାୟୁସେନା ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

 

ତେବେ ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। ବିମାନଟି ଖସି ପଡ଼ିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ପାଣି ଢ଼ାଳି ବିମାନରୁ ବାହାରୁଥିବା ଧୂଆଁକୁ ଲିଭାଇଥିଲେ। ମିଗ୍‌-୨୧ ବିମାନଟି ରୁଟିନ୍‌ ଟ୍ରେନିଙ୍ଗ୍‌ ମିସନ୍‌ରେ ଯାଉଥିବା କଥା ଜଣେ ଭାରତୀୟ ବାୟୁସେନା ଅଧିକାରୀ କହିଛନ୍ତି। ତାଲିମ ଅଭିଯାନରେ ସକାଳ ପ୍ରାୟ ୧୦ଟା ବେଳେ ଉଡ଼ିବା ମୁହୂର୍ତ୍ତକ ମଧ୍ୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.