Home ଅପରାଧ ମହିଳା ସୁରକ୍ଷା ନେଇ ଚିନ୍ତିତ କେନ୍ଦ୍ର ସରକାର; ନୂଆ ଆଡଭାଇଜରୀ ଜାରୀ: ଜାଣନ୍ତୁ କ’ଣ ରହିଛି...

ମହିଳା ସୁରକ୍ଷା ନେଇ ଚିନ୍ତିତ କେନ୍ଦ୍ର ସରକାର; ନୂଆ ଆଡଭାଇଜରୀ ଜାରୀ: ଜାଣନ୍ତୁ କ’ଣ ରହିଛି ପ୍ରାବଧାନ –

142

ନୂଆଦିଲ୍ଲୀ: ମହିଳାଙ୍କ ପ୍ରତି ହେଉଥିବା ଅପରାଧ ଉପରେ କେନ୍ଦ୍ର ସରକାର କଠୋର ମନୋଭାବ ପୋଷଣ କରି ନୂତନ ନିର୍ଦ୍ଦେଶନାମା ଜାରି କରିଛି। ହାଥରସ ମାମଲା ପରେ ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାର ଗୁଡ଼ିଙ୍କୁ ଏକ ନୂତନ ନିର୍ଦ୍ଦେଶନାମା ଜାରୀ କରିଛନ୍ତି। ଯାହା ପରେ ମହିଳା ସୁରକ୍ଷାକୁ ନେଇ ଏକ ନୂତନ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ପଡ଼ିବ। ଦେଶରେ ମହିଳାମାନଙ୍କ ପ୍ରତି ହେଉଥିବା ଅପରାଧ ବିରୋଧରେ କଠୋରତା ଦର୍ଶାଇ ଗୃହ ମନ୍ତ୍ରଣାଳୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଏଣିକି ପୋଲିସର ଅବହେଳା ପାଇଁ ଅଧିକାରୀମାନେ ମଧ୍ୟ ପଦକ୍ଷେପ ନେବେ। ସାଧାରଣତଃ କୌଣସି ଘଟଣା ପରେ ପୀଡ଼ିତାଙ୍କୁ ପୋଲିସ୍ ଷ୍ଟେସନର ଚକର କାଟିବାକୁ ପଡ଼େ। ସେମାନଙ୍କ କଥା ଶୁଣାଯାଏ ନାହିଁ। ଏହା ଉପରେ ଗୃହ ମନ୍ତ୍ରାଳୟ ସ୍ପଷ୍ଟ ଭାବେ କହିଛି ଯେ ଏଫ୍ଆଇଆର୍ ଦାଖଲ କରିବାରେ କୌଣସି ଆପତ୍ତି ହେବା ଉଚିତ୍ ନୁହେଁ। ଗୃହ ମନ୍ତ୍ରଣାଳୟ କହିଛି ଯେ ଏଫଆଇଆର ଦାଖଲ କରିବା ବାଧ୍ୟତାମୂଳକ। ଆଇପିସି ଏବଂ ସିଆରପିସିର ବ୍ୟବସ୍ଥାକୁ ନେଇ ମନ୍ତ୍ରଣାଳୟ କହିଛି ଯେ ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ଏହି ଆଡ଼ଭାଇଜରି ନିଶ୍ଚିତ ପାଳନ କରିବା କରିବା ଉଚିତ୍। ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହ ମନ୍ତ୍ରଣାଳୟ ଚେତାବନୀ ଦେଇଛି।

ନୂଆ ଆଡଭାଇଜରୀ –
– ସନ୍ଦେହଜନକ ଅପରାଧ ମାମଲାରେ, ଏଫ୍ଆଇଆର୍ ଦାଖଲ କରିବା ବାଧ୍ୟତାମୂଳକ। ଯେଉଁଥିରେ ଆଇନରେ ‘ଜିରୋ ଏଫ୍ଆଇଆର୍’ ପ୍ରାବଧାନ ମଧ୍ୟ ରହିଛି (ଯଦି ଅପରାଧ ପୋଲିସ୍ ଷ୍ଟେସନ ସୀମା ବାହାରେ ହୋଇଥାଏ)।
– ଆଇପିସିର ଧାରା ୧୬୬ ଏ (ସି) ଅନୁଯାୟୀ, ଏଫଆଇଆର୍ ରେଜିଷ୍ଟ୍ରେସନ ନକଲେ ଅଧିକାରୀଙ୍କୁ ଦଣ୍ଡ ଦେବାର ବ୍ୟବସ୍ଥା ଅଛି।
– ସିଆରପିସିର ଧାରା ୧୭୩ ଅନୁଯାୟୀ ଦୁଇ ମାସ ମଧ୍ୟରେ ଦୁଷ୍କର୍ମ ସହ ଜଡ଼ିତ ମାମଲା ଗୁଡ଼ିକର ଯାଞ୍ଚ ଶେଷ କରିବା ଦରକାର। ଏ’ ନେଇ ମାମଲା ଗୁଡ଼ିକର ମନିଟରିଂ ପାଇଁ ଗୃହ ମନ୍ତ୍ରାଳୟ ଏକ ଅନଲାଇନ୍ ପୋର୍ଟାଲ୍ ସୃଷ୍ଟି କରିଛି। ଯାହାଦ୍ୱାରା ମାମଲା ଗୁଡ଼ିକର ମନିଟରିଂ ହୋଇପାରିବ।
– ସିଆରପିସିର ଧାରା ୧୬୪- ଏ ଅନୁଯାୟୀ, ଦୁଷ୍କର୍ମ, ଯୌନ ଶୋଷଣ ମାମଲା ଗୁଡ଼ିକର ସୂଚନା ମିଳିବାର ୨୪ ଘଣ୍ଟା ଭିତରେ ଜଣେ ପଞ୍ଜୀକୃତ ଡାକ୍ତରୀ ଚିକିତ୍ସକଙ୍କ ଦ୍ଵାରା ପୀଡ଼ିତାଙ୍କ ସହମତିରେ ଡାକ୍ତରୀ ପରୀକ୍ଷା କରାଯିବ। ସେହିପରି ଇଣ୍ଡିଆନ ଏଭିଡେନ୍ସ ଆକ୍ଟର ଧାରା ୩୨ (୧) ଅନୁଯାୟୀ ମୃତ ବ୍ୟକ୍ତିଙ୍କ ବୟାନ୍ ଅନୁସନ୍ଧାନରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେବ।
– ଯୋୖନ ଶୋଷଣ ମାମଲାରେ ଫୋରେନସିକ୍ ପ୍ରମାଣ ସଂଗ୍ରହ ଏବଂ ସଂରକ୍ଷଣ ପାଇଁ ଫୋରେନ୍ସିଙ୍କ ବିଜ୍ଞାନ ସେବା ନିର୍ଦ୍ଦେଶାଳୟ ଆଡଭାଇଜରି ପ୍ରସ୍ତୁତ କରିଛି। ତାହା ଅନୁସରଣ କରିବାକୁ ପଡ଼ିବ।
– ଯଦି ପୋଲିସ ଏହି ପ୍ରାବଧାନ ପାଳନ ନକରନ୍ତି ତେବେ ନ୍ୟାୟ ମିଳିପାରିବ ନାହିଁ। ଯଦି ଅବହେଳା ସାମ୍ନାକୁ ଆସେ, ତେବେ ଏପରି ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.