Home ଓଡ଼ିଶା ବିଜେପି ଅନୁସୂଚିତ ଜାତି ଓ ଜନଜାତି ମୋର୍ଚ୍ଚାର ସଦସ୍ୟତା ଅଭିଯାନ ପ୍ରସ୍ତୁତି ବୈଠକ

ବିଜେପି ଅନୁସୂଚିତ ଜାତି ଓ ଜନଜାତି ମୋର୍ଚ୍ଚାର ସଦସ୍ୟତା ଅଭିଯାନ ପ୍ରସ୍ତୁତି ବୈଠକ

143

ଭୁବନେଶ୍ୱର ୨୮/୦୬ (ଓଡ଼ିଆ ପୁଅ) : ଆସନ୍ତା ଜୁଲାଇ ୬ ତାରିଖରୁ ବିଜେପି ସଦସ୍ୟତା ଅଭିଯାନ ଆରମ୍ଭ ହେବ। ସମାଜର ସମସ୍ତ ବର୍ଗର ଲୋକଙ୍କୁ ଏହି ସଦସ୍ୟତା ଅଭିଯାନରେ ସାମିଲ କରାଯାଇ ଦଳର ସଂଗଠନକୁ ଆହୁରି ସୁଦୃଢ ଓ ବ୍ୟାପକ କରାଯିବ। ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ଅନୁସୂଚିତ ଜାତି ଓ ଜନଜାତି ମାର୍ଚ୍ଚାର ସଦସ୍ୟତା ଅଭିଯାନ ଭିନ୍ନ ଭିନ୍ନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ବିଜେପି ଅନୁସୁଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ପୂର୍ବତନ ବିଧାୟକ ଶ୍ରୀ ରବି ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଦସ୍ୟତା ପ୍ରଭାରୀ ଅନନ୍ତ ନାୟକ, ସହ ପ୍ରଭାରୀ ଶାରଦା ଶତପଥୀ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ଉପ ସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ମୋର୍ଚ୍ଚାର ରାଷ୍ଟ୍ରୀୟ ଉପ ସଭାପତି କଳିରାମ ମାଝୀ, ଜୟରାମ ପାଙ୍ଗୀ, ପ୍ରହଲ୍ଲାଦ ଡୋରା, କରେନ୍ଦ୍ର ମାଝୀ, ବିଜୟ ଦେଶାରୀ, ଅନୁପମା ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ଦଳର ୧୧ ଜଣ ନବନିର୍ବାଚିତ ଅନୁସୂଚିତ ଜନଜାତି ବିଧାୟକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଚଳିତ ନିର୍ବାଚନରେ ରାଜ୍ୟର ଆଦିବାସୀମାନେ ବିଜେପି ଉପରେ ଆସ୍ଥା ପ୍ରକଟ କରିଛନ୍ତି। ରାଜ୍ୟର ସମୁଦାୟ ୩୩ଟି ଆଦିବାସୀ ଆସନରୁ ୧୧ ଜଣ ବିଜେପି ବିଧାୟକ ନିର୍ବାଚିତ ହୋଇଛନ୍ତି। ରାଜ୍ୟରେ ବସବାସ କରୁଥିବା ଜନଜାତିଙ୍କ ସମସ୍ୟାର ସମାଧାନ ପାଇଁ ବିଜେପି ପ୍ରତିଶୃତିବଦ୍ଧ। ଆଦିବାସୀମାନଙ୍କ ହକ୍ ପାଇଁ ବିଜେପି ଲଢେଇ ଜାରି ରଖିବ। ଜିଲ୍ଲା ଏବଂ ରାଜ୍ୟସ୍ତରୀୟ ସମସ୍ତ ପ୍ରମୁଖ ନେତୃବୃନ୍ଦ ସଦସ୍ୟତା ଗ୍ରହଣ ଅଭିଯାନରେ ସକ୍ରିୟ ସହଭାଗୀ ହେବାର ସଂକଳ୍ପ ନେଇଛନ୍ତି। ଅନୁସୂଚିତ ଜମଜାତିର ଭାଇ ଭଉଣୀମାନଙ୍କୁ ଏହି ସଦସ୍ୟତା ଅଭିଯାନରେ ଆହୁରି ଅଧିକ ସଂଖ୍୍ୟାରେ ଭାଗିଦାର କରାଯିବ ବୋଲି ଶ୍ରୀ ନାଏକ କହିଛନ୍ତି।

ସେହିପରି ବିଜେପି ଅନୁସୁଚିତ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁଶାନ୍ତ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ସଦସ୍ୟତା ଅଭିଯାନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନୁସୁଚିତ ମୋର୍ଚ୍ଚାର ନୂତନ ସଦସ୍ୟତା ଗ୍ରହଣ କରିବା ନେଇ ନିଷ୍ପତି ହୋଇଛି। ରାଜ୍ୟରେ ଅନୁସୁଚିତ ଜାତି ବର୍ଗର ଲୋକଙ୍କ ସମସ୍ୟା ଏବଂ ସେମାନଙ୍କୁ କିପରି ବିଶେଷ ସୁବିଧା ମିଳିପାରିବ ସେନଇ ଆଲୋଚନା କରାଯାଇଥିଲା। ଏହି ଅବସରରେ ବିଧାୟକ ଦଳ ନେତା ପ୍ରଦୀପ ନାୟକ, ବିଧାୟକ ବିଷ୍ଣୁ ଦାସ, ନାଉରୀ ନାୟକ ଏବଂ ସନାତନ ବିଜୁଳୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।

ଏହି ସଦସ୍ୟତା ଅଭିଯାନ ବୈଠକରେ ରାଜ୍ୟ ସଂପାଦକ ତଥା ମୋର୍ଚ୍ଚା ପ୍ରଭାରୀ ଦିଲ୍ଲୀପ ମଲ୍ଲିକ, ବିଜେପି ବାର୍ତ୍ତା ସଂପାଦକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ମନୋଜ ବେହେରା, ଅଶୋକ ନାୟକ, ମହେଶ୍ୱର ସେଠୀ, ଭୀମସେନ ବେହେରା, ନରି ନାୟକ, ସୁବଳ ବେହେରାଙ୍କ ସମେତ ରାଜ୍ୟ ପଦାଧିକାରୀ ଏବଂ ମୋର୍ଚ୍ଚାର ଜିଲ୍ଲା ସଭାପତି ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.