Home ଓଡ଼ିଶା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ରୋଗୀଙ୍କ ସହ ଛଅ ଆହତ

ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ରୋଗୀଙ୍କ ସହ ଛଅ ଆହତ

93

ସମ୍ବଲପୁର, ୨୮/୬ (ଓଡ଼ିଆ ପୁଅ) – ସମ୍ବଲପୁର ଜିଲ୍ଲାର ୫୪ ନମ୍ବର ଜାତୀୟ ରାଜପଥର ଯୁଯୁମୁରା ଥାନା ଅନ୍ତର୍ଗତ ହାତୀବାଡ଼ି ଠାରେ ଏକ ଟ୍ରକ ଧକ୍କା ଦେବାରୁ ଆମ୍ବୁଲେନ୍ସ ଓ ବାଇକର ଛଅ ଜଣ ଯାତ୍ରୀ ଆହତ ହୋଇଛନ୍ତି। ରେଢାଖୋଲ ଥାନା କ୍ଷେତ୍ରର କଦଳୀମୁଂଡ଼ା ଗ୍ରାମର ସୋନାଲିକା ନାଏକ ନାମ୍ନୀ ଜଣେ ଝିଅକୁ ରେଢାଖୋଲ ହାସପାତାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା। ହେଲେ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ସୋନାଲିକାକୁ ଆଜି ଅପରାହ୍ନରେ ଏକ ଆମ୍ବୁଲେନ୍ସ ଯୋଗେ ବୁର୍ଲା ମେଡ଼ିକାଲକୁ ନିଆଯାଉଥିଲା। ହେଲେ ଜାତୀୟ ରାଜପଥର ହାତୀବାଡ଼ି ଠାରେ ଏହି ଆମ୍ବୁଲେନ୍ସକୁ ସମ୍ନା ପଟରୁ ଆସୁଥିବା ଏକ ଟ୍ରକ ପ୍ରଥମେ ଧକ୍କା ଦେଇଥିଲା। ପରେ ଆଉ ଏକ ବାଇକକୁ ଧଲ୍ଲା ମାରିଥିଲା। ଫଳରେ ଆମ୍ବୁଲେନ୍ସରେ ଯାଉଥିବା ସୋନାଲିକା, ତାଙ୍କ ମାଆ ଜମୁନା ନାଏକ, ମାଊଷୀ ସବିତା ପ୍ରଧାନ ଓ ଚାଳକ ନନ୍ଦିରାଜ ଜଗଦଲା ଗୁରୁତର ବାବେ ଆହତ ହୋଇଛନ୍ତି। ଟ୍ରକଧକ୍କାରେ ବାଇକରେ ଆରୋହୀ ଧନୁପାଲି ଥାନାର ସୁନାପାଲି ନିବାସୀ ମହମ୍ମଦ ଇମରାନ ଏବଂ ରିଆସତ ହୁସେନ ମଧ୍ୟ ଆହତ ହୋଇଛନ୍ତି। ଟ୍ରକ ଧକ୍କାରେ ଆମ୍ବୁଲେନ୍ସର ଆଗ ପଟ ଛିନ୍ନ ଛତ୍ର ହୋଇଯାଇଛି। ଆହତ ମାନଙ୍କୁ ବୁର୍ଲା ଓ ସଦର ଡ଼ାକ୍ତରଖାନାରେ ଭର୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.