Home ଓଡ଼ିଶା କରୋନା ଭୂତାଣୁ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଲାଗି ରାଜନୈତିକ ଦଳ ଗୁଡିକ ସହ ବୈଠକ

କରୋନା ଭୂତାଣୁ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଲାଗି ରାଜନୈତିକ ଦଳ ଗୁଡିକ ସହ ବୈଠକ

415

ପୁରୀ, ୧୭/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – କରୋନା ଭୂତାଣୁ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି ନିମନ୍ତେ ଜିଲା ରୁ ପ୍ରତିନିଧିତ୍ୱ କରୁଥିବା ସମସ୍ତ ମନ୍ତ୍ରୀ ସାଂସଦ ବିଧାୟକ ଏବଂ ରାଜନୈତିକ ଦଳ ଗୁଡିକର ସହଯୋଗ ଲୋଡି ଜିଲାପାଳ ଶ୍ରୀ ବଲଓନ୍ତ ସିଂ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ ପକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଭଳି ପରିସ୍ଥିତିରେ ସଫଳତାର ସହ ମୁକାବିଲା ନିମନ୍ତେ ଜିଲାପାଳ ଉକ୍ତ ବୈଠକରେ ସମସ୍ତ ଙ୍କ ସହଯୋଗ ଓ ମତାମତ ଲୋଡିଥିଲେ। ପୁରୀ ଏକ ଦର୍ଶନୀୟ ସ୍ଥଳି ହୋଇଥିବାରୁ ବାହାରୁ ଆସୁଥିବା ମ୍ସ୍ ପର୍ଯ୍ୟଟକ ମାନଙ୍କ ଗାଡିକୁ ବିଭିନ୍ନ ପ୍ରବେଶ ପଥରୁ ଫେରାଇ ଦିଆଯାଉଛି। ରାଜ୍ୟ ବାହାରୁ କିମ୍ବା ବିଦେଶ ରୁ ଆସୁଥିବା ବ୍ୟକ୍ତି ବିଶେଷ ଙ୍କ ସଂପର୍କରେ ଦୈନଦିନ ତଥ୍ୟ ଦେବାକୁ ସଂପୃକ୍ତ ଅଙ୍ଗନବାଡି କର୍ମୀ ମାନଙ୍କୁ ନିର୍ଦେଶ ଦିଆଯାଇଛି। ସହରରେ ଥିବା ସମସ୍ତ ୬ଟି ମଲକୁ ମଧ୍ୟ ବନ୍ଦ କରିଦିଆଯାଇଛି। ଯାତ୍ରା ମେଳନ ଓ ସାମାଜିକ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ଜାରି କରାଯାଇଛି ଓ ନିୟନ୍ତ୍ରଣ କକ୍ଷ ଖୋଲାଯାଇ ପରିସ୍ଥିତି ଉପରେ ନଜର ରଖାଯାଇଥିବା ଜିଲାପାଳ କହିଛନ୍ତି। ଉକ୍ତ ବୈଠକରେ ଯୋଗଦେଇ ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷ ସଞୟ ଦାସ ବରମା କହିଲେ ଯେ, ଗ୍ରାମାଂଚଳରେ ସଚେତନତା ସୃଷ୍ଟି ଲାଗି ପଂଚାୟତ ପ୍ରତିନିଧି ମାନଙ୍କ ସହଯୋଗ ଆବଶ୍ୟକ। ସରକାରଙ୍କ ପକ୍ଷରୁ ଜାରି ନିର୍ଦେଶ ନାମାକୁ ଅନୁପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି। କରୋନା ମୁକାବିଲା ରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଆଶାକର୍ମୀ ମାନଙ୍କ ସେବା ଆବଶ୍ୟକତା ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମିର ରଞନ ଦାସ କହିଛନ୍ତି। କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ଓ ଜିଲାପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ ସବୁ ସ୍ତରରେ ସହଯୋଗ ଆବଶ୍ୟକ ବୋଲି ମତ ଦେଇଥିଲେ। ସେହିଭଳି ଜନସାଧାରଣଙ୍କ ସୁବିଧା ନିମନ୍ତେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ଅବ୍ୟାହତ ରଖିବାକୁ ପିପିଲି ବିଧାୟକ ପ୍ରଦୀପ ମହାରଥି କହିଛନ୍ତି। ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ପୁରୀ ବିଧାୟକ ଜୟନ୍ତ କୁମାର ଷଢଙ୍ଗୀ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ମୁକାବିଲା ପାଇଁ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ନିର୍ଦେଶ ନାମା ଖିଲାପକାରୀଙ୍କ ବିରୁଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆରକ୍ଷୀ ଅଧିଖିକ ଡଃ ଉମାଶଙ୍କର ଦାସ କହିଛନ୍ତି। ମୁଖ୍ୟ ଚିକିତ୍ସାଧିକାରୀ ଡଃ ନୀଳକଣ୍ଠ ମିଶ୍ର କରୋନା ସଂପର୍କରେ ଉପସ୍ଥାପନ କରିଥିବା ବେଳେ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଅତିରିକ୍ତ ଜିଲାପାଳ ବିନୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅନ୍ୟ ଏକ ବୈଠକରେ ହୋଟେଲ ମାଲିକ ମାନଙ୍କ ସହଯୋଗ ଲୋଡା ଯିବା ସହ ସମସ୍ତ ବୁକିଂ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି। ଉପଜିଲାପାଳ ଭବତରଣ ସାହୁଙ୍କ ନେତୃତ୍ୱରେ ଟ୍ରାଭେଲ ଏଜେନ୍ସି ଉପରେ ଚଢାଉ କରି ମଧ୍ୟ ବନ୍ଦ କରିଦିଆଯାଇଛି। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ରାଜନୈତିକ ଦଳ ର ପ୍ରତିନିଧି ପୁରୀ ସାଂସଦଙ୍କ ପ୍ରତିନିଧି ଧୃବଚରଣ ଦାସ ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.