Home ଓଡ଼ିଶା ମହାରାଷ୍ଟ୍ରର ମହାରାଜନୀତିର ଭିତିରି କଥା : ଗୋଟିଏ ରାତିରେ କ’ଣ ହେଲା …

ମହାରାଷ୍ଟ୍ରର ମହାରାଜନୀତିର ଭିତିରି କଥା : ଗୋଟିଏ ରାତିରେ କ’ଣ ହେଲା …

1291

– ଦେବେନ୍ଦ୍ର ଫଡଣବୀସ ମୁଖ୍ୟମନ୍ତ୍ରୀ ଏବଂ ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଲେ
ନୂଆଦିଲ୍ଲୀ ୨୩-୧୧ (ଓଡ଼ିଆ ପୁଅ) ମହାରାଷ୍ଟ୍ରର ରାଜନୀତିରେ ଶନିବାରଦିନ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଦେବେନ୍ଦ୍ର ଫଡଣବୀସଙ୍କୁ ମୁଖ୍ୟମନ୍ତ୍ରୀ ପଦର ଶପଥ ପାଠ କରାଇଛନ୍ତି। ଦେବେନ୍ଦ୍ର ଫଡଣବୀସଙ୍କ ସାଥିରେ ଶରଦ ପାୱାରଙ୍କର ପୁତୁରା ଅଜିତ ପାୱାର ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେବେନ୍ଦ୍ର ଫଡ଼ଣବୀସ ଏବଂ ଅଜିତ ପାୱାରଙ୍କୁ ମହାରାଷ୍ଟ୍ରର କ୍ରମଶଃ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିବାରୁ ଶନିବାରଦିନ ବଧେଇ ଜଣେଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ଵିଟ କରି ଭରସା ଦେଇଛନ୍ତି କି ଏହି ଦୁଇ ନେତା ମହାରାଷ୍ଟ୍ରର ବିକାସ ପାଇଁ କାମ କରିବେ। ଗୃହ ମନ୍ତ୍ରୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହା ଦେବେନ୍ଦ୍ର ଫଡଣବୀସଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଅଜୀତ ପାୱାରକୁ ଉପ ମୁଖ୍ୟମନ୍ତ୍ରୀ ହୋଇଥିବା ଯୋଗୁଁ ବଧେଇ ଜଣେଇଛନ୍ତି।

ଫଡଣବୀସ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦର ଶପଥ ନେବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହ ଏବଂ ଜେପୀ ନଡ୍ଡାଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତିଯେ, ମହାରାଷ୍ଟ୍ରର ସେବା କରିବାପାଇଁ ମୌକା ମିଳିଥିବାରୁ ଧନ୍ୟବାଦ। ଜନତା ଆମକୁ ସ୍ପଷ୍ଟ ଜନାଦେଶ ଦେଇଛନ୍ତି କିନ୍ତୁ ଶିବସେନା ଆମକୁ ଛାଡ଼ିକରି ଅନ୍ୟ କାହା ସହ ଗଠବନ୍ଧନ କରିବାକୁ ଆରମ୍ଭ କରିଦେଇଛି। ଯାହା ଫଳରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ମହାରାଷ୍ଟ୍ର ପରି ରାଜ୍ୟରେ ଏତେ ସମୟ ପର୍ଯ୍ୟନ୍ତ ରାଷ୍ଟ୍ରପତି ଶାସନ ଲାଗୁ ରହିବା ଶୋଭା ଦେଉନାହିଁ। ମହାରାଷ୍ଟ୍ରରେ ଏକ ସ୍ଥିର ସରକାରର ଆବଶ୍ୟକତା ଅଛି। ଖେଚେଡ଼ି ସରକାର ନୁହେଁ। ଶେଷରେ ମୁଁ ରାଷ୍ଟ୍ରବାଦୀ ପାର୍ଟୀର ନେତା ଅଜିତ ପାୱାରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି କାରଣ ସେ ଆମ ସହିତ ଆସିଛନ୍ତି। ସେ କହିଛନ୍ତି କି ଆମ ସାଥିରେ ଅନେକ ଅନ୍ୟ ଲୋକ ମଧ୍ୟ ଆସିଛନ୍ତି। ଆମେ ରାଜ୍ୟପାଳଙ୍କ ପାଖରେ ଦାବୀ କରିଥିଲୁଯେ, ରାଜ୍ୟରେ ରାଷ୍ଟ୍ରପତିଙ୍କଠାରୁ ଅନୁମତି ନିଆଯାଇ ରାଷ୍ଟ୍ରପତି ଶାସନର ହଟାଯାଉ। ତା’ ପରେ ରାଜ୍ୟପାଳ ସରକାର ଗଠନ କରିବା ପାଇଁ ଆମନ୍ତ୍ରଣ କରିଥିଲେ। ମହାରାଷ୍ଟ୍ରରେ ସ୍ଥିର ଏବଂ ସ୍ଥାୟୀ ସରକାର ଦେଇପାରିବେ ବୋଲି ସେ କହିଛନ୍ତି।

ଉପ ମୁଖ୍ୟମନ୍ତ୍ରୀ ଅଜୀତ ପାୱାର କହିଲେ କି ୨୪ ତାରିଖଦିନ ଫଳାଫଳ ଆସିବା ପରେ କୌଣସି ସରକାର ବନିପାରିନଥିଲା। ବହୁତ ସମସ୍ୟା ଥିଲା ଯେଉଁଥିରେ ଚାଷୀଙ୍କର ସମସ୍ୟାଥିଲା। ସରକାର ଆସିବାକ୍ଷଣି ରାସ୍ତା ବାହାର କରାଯାଇ ସହାୟତା କରାଯିବ। ସେଥିପାଇଁ ଆମେ ସବୁ ଏହି ନିର୍ଣ୍ଣୟ ନେଲୁ।

ଆପଣଙ୍କୁ ସୂଚନା ଦିଆଯାଇପାରେଯେ, ଏନସିପି ଅଧ୍ୟକ୍ଷ ଶରଦ ପାୱାର ଶୁକ୍ରବାରଦିନ ସଂଧ୍ୟାରେ ଉଦ୍ଧବଙ୍କ ସହିତ ପ୍ରାୟତଃ ଦୁଇ ଘଣ୍ଟା ପର୍ଯ୍ୟନ୍ତ କଥାବାର୍ତ୍ତା ହେବାପରେ ଏହାର ଘୋଷଣା କରିଥିଲେ କି ସେ ମୁଖ୍ୟମନ୍ତ୍ରୀ ହେବେ। ପାୱାର କହିଲେ କି କଂଗ୍ରେସ-ଏନସିପି ଏବଂ ଶିବସେନା ତିନି ଦଳରେ ଏହି କଥାକୁ ନେଇ ସହମତି ବନିଛିଯେ, ଉଦ୍ଧବ ଠାକରେ ହିଁ ସରକାରଙ୍କର ନେତୃତ୍ଵ କରିବେ।
ତେବେ ସଦନର ସମୀକରଣ କ’ଣ ଜାଣନ୍ତୁ …

ମୋଟ ଆସନ ୨୮୮
ସରକାର ଗଠନପାଇଁ ଆବଶ୍ୟକ ୧୪୫
ଭାରତୀୟ ଜନତା ପାର୍ଟୀ ୧୦୫
ଶିବସେନା ୫୬
ଏନସିପି ୫୪
କଂଗ୍ରେସ ୪୪

ଆଜି ମହାରାଷ୍ଟ୍ରରେ ବିଜେପି ନେତା ମୁଖ୍ୟମନ୍ତ୍ରୀ ପଦର ଶପଥ ନେବା ପରେ ବିଜେପି, ଶିବସେନା ନେତା ସଂଜୟ ରାଉତଙ୍କ ଉପରେ ଟିପ୍ପଣୀ ଦେଇ କହିଛିଯେ, ସେ ଶିବସେନାକୁ ବରବାଦ କରିଦେଇଛନ୍ତି ଏବେ ଚୁପ୍ ହୋଇଯାଆନ୍ତୁ। ମହାରାଷ୍ଟ୍ରରେ ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କହିଲେ କି ମତଦାତାମାନେ ବିଜେପି ଶିବସେନା ଗଠବନ୍ଧନକୁ ଜନାଦେଶ ଦେଇଛନ୍ତି। ଆମକୁ ୧୬୧ ବିଧାୟକ ମିଳିଥିଲେ। କିନ୍ତୁ ଶିବସେନା ଜନାଦେଶର ଅପମାନ କରିଛି। ଶିବସେନା ନିଜର ପ୍ରଥମ ପ୍ରେସ କନ୍ଫ୍ରେଂସରୁ ହିଁ ବିକଳ୍ପର କଥା କହୁଛି।

ଏହା ପୂର୍ବରୁ ଏହି ନୂଆ ରାଜନୈତିକ ଘଟଣାକ୍ରମ ଉପରେ ଶିବସେନା ନେତା ସଂଜୟ ରାଉତ ପ୍ରେସ କନ୍ଫ୍ରେସ କରି କହିଛନ୍ତି, ‘ଅଜିତ ପାୱାର ତାଙ୍କ ପିଠିରେ ଛୁରି ମାରିଛନ୍ତି” ସଂଜୟ କହିଛନ୍ତି, ” ମହାଶୟ! ୯ ବେଳ ପର୍ଯ୍ୟନ୍ତ ଆମ ସହିତ ବସିଥିଲେ। ସେହି ସମୟରେ ଆମକୁ ତାଙ୍କର ବଡ଼ି ଲାଙ୍ଗୁଏଜ୍ ଅଲଗା ଲାଗୁଥିଲା। ଆଖି ମିଳାଇ ପାରୁନଥିଲେ ଏବଂ ଅଚାନକ କୁଆଡ଼େ ଚାଲିଯାଇଥିଲେ। ତାଙ୍କର ଫୋନ ମଧ୍ୟ ସ୍ଵିଚ ଅଫ ହୋଇଯାଇଥିଲା। ସଂଜୟ ରାଉତ ପୁଣି କହିଛନ୍ତିୟେ, ବିଜେପି ରାଜଭବନର ଦୁରୁପୋଯୋଗ କରିଛି ଏବଂ ଯେଉଁପରି ଭାବରେ ରାତି ଅଧିଆ ସରକାର ଗଠନ କରାଯାଇଛି ତାହା ପାପ ଅଟେ। ସେ କହିଛନ୍ତିଯେ, ଅଜିତ ପାୱାର ମହାରାଷ୍ଟ୍ରର ଜନତା ଏବଂ ଛତ୍ରପତି ଶିବାଜୀଙ୍କର ମୂଲ୍ୟର ଅନାଦର କରିଛନ୍ତି। ତା’ ପରେ ସଂଜୟ ରାଉତ ଏକ ଟ୍ଵିଟ ମଧ୍ୟ କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି, ‘ପାପର ସୌଦାଗର’।

ଅପର ପଟରେ ଏନସିପି ପ୍ରମୁଖ ଶରଦ ପାୱାର କହିଛନ୍ତି କି ବିଜେପି ସହିତ ସରକାର ଗଠନ କରିବା ପାଇଁ ନିଷ୍ପତି ଅଜିତ ପାୱାରଙ୍କର ନିଜସ୍ୱ ଅଟେ। ଏହା ଏନସିପିର ନିଷ୍ପତି ନୁହେଁ ଏବଂ ସେ ଅଜିତ ପାୱାରଙ୍କର ନିଷ୍ପତିର ସମର୍ଥନ କରୁନାହାଁନ୍ତି। ଗଣ ମାଧ୍ୟମରୁ ଆସିଥିବା ଶରଦ ପାୱାରଙ୍କର ଏହି ବୟାନ ପରେ ଏବେ ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛିଯେ,
କ’ଣ ଏନସିପିରେ ଫାଟ ହୋଇଛି?
ନାଁ ଶରଦ ପାୱାରଙ୍କର କୌଣସି ରାଜନୈତିକ ଖେଳ ଏଥିରେ ଅଛି?
ନାଁ ଅଜିତ୍ ପାୱାରଙ୍କୁ ଅର୍ଥ ଲୋଭ କିମ୍ବା ଭୟ ଦେଖାଇ ନିଜ ଆଡ଼କୁ ଟାଣି ନିଆଯାଇଛି?
ଯଦି ଏମିତି ହୋଇଛି ତେବେ କ’ଣ ଏତେ ବିଧାୟକ ଅଜିତ ପାୱାରଙ୍କ ସହିତ ଅଛନ୍ତି ଯେ, ତାଙ୍କର ସମର୍ଥନରେ ବିଜେପି ସରକାର ଗଠନ କରିପାରିବ?

ମହାରାଷ୍ଟ୍ରରେ ଶନିବାରଦିନ ସକାଳେ ନାଟକୀୟ ଘଟଣାକ୍ରମ ଯେଉଁପରି ଭାବରେ ନୂଆ ସରକାର ଗଠନ ପାଇଁ ହୋଇଥିଲା ତାହା ଏନସିପିକୁ ଦୋହଲାଇ ଦେଇଥିଲା ଏପରିକି କାହାରିକୁ ବିଶ୍ୱାସ ହେଉନଥିଲାଯେ, ଏପରି କିଛି ହୋଇଯିବ ବୋଲି। ଅଜିତ ପାୱାରଙ୍କର ସମର୍ଥନରେ ଗଠିତ ନୂଆ ସରକାରକୁ ନେଇକରି ଏନସିପିରେ ଫାଟ ସୃଷ୍ଟି ହୋଇଛି। ସୂତ୍ରରୁ ଜଣାପଡ଼ିଛିଯେ, ଆଜି ସଂଧ୍ୟାରେ ହେବାକୁଥିବା ବିଧାୟକ ଦଳର ବୈଠକରେ ଅଜିତ ପାୱାରଙ୍କୁ ବିଧାୟକ ଦଳର ନେତା ପଦରୁ ହଟାଯାଇପାରେ।

କୁହାଯାଇପାରେଯେ, ଏନସିପି ଚିଫ ଶରଦ ପାୱାର ବିଧାୟକ ଦଳର ଏହା ବୈଠକ ଡକାଇଛନ୍ତି। ଅବଶ୍ୟ ଏହି ବୈଠକରେ କେତେ ବିଧାୟକ ଭାଗ ନେବେ ଏହା ସ୍ପଷ୍ଟ ନୁହେଁ। କାରଣ ବିଜେପି ନେତା ଗିରୀଶ ମହାଜନ ଦାବୀ କରିଛନ୍ତି କି ସମସ୍ତ ଏନସିପି ବିଧାୟକମାନେ ବିଜେପି ସରକାରକୁ ନିଜର ସମର୍ଥନ ଦେଇଛନ୍ତି।

ତେବେ ମହାରାଷ୍ଟ୍ରରେ ଅବଶ୍ୟ ପୁଣି ଥରେ ବିଜେପିର ସରକାର ବନିଛି। କିନ୍ତୁ ଏହି ସରକାର କିପରି ଗଠନ ହେବ ତାହା ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସସ୍ପେଂସ ରହିଛି। ବିଜେପି କିଛି ବଡ଼ କରିବାକୁ ଯାଉଥିବାର ଖବର ପୂର୍ବରୁ ଗଣମାଧ୍ୟମ ସୂତ୍ରରୁ ମିଳିଥିଲା। ଏହି କଥାର ସନ୍ଦେହ ସେତେବେଳେ କରାଯାଉଥିଲା ଯେତେବେଳେ ଅଚାନକ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ନିଜର ଦିଲ୍ଲୀ ଗସ୍ତ ରଦ୍ଦ କରି ଦେଇଥିଲେ। ରାଜନୀତିର ବିଶେଷଜ୍ଞମାନଙ୍କୁ ଏହି କଥା ଠିକରେ ବୁଝା ପଡ଼ୁନଥିଲାଯେ, ଶିବସେନାକୁ ସରକାର ଗଠନ କରିବା ପାଇଁ ୩ ଦିନର ସମୟ ନ ବଢ଼ାଇଥିବା ରାଜ୍ୟପାଳ ଉଦ୍ଧବ ଠାକରେଙ୍କର ଅପେକ୍ଷାରେ ନିଜର ଦିଲ୍ଲୀ ଗସ୍ତ କିପରି ରଦ୍ଦ କରିଦେଲେ। ଅବଶ୍ୟ ଆଜି ସକାଳେ ଦେବେନ୍ଦ୍ର ଫଡଣବୀସ ଶପଥ ନେବାପରେ ଏହା ସ୍ପଷ୍ଟ ହୋଇଯାଇଥିଲାଯେ, ରାଜ୍ୟପାଳ ନିଜର ଦିଲ୍ଲୀ ଗସ୍ତ କ’ଣ ପାଇଁ ରଦ୍ଦ କରିଥିଲେ।

ଏହି ସରକାର ଗଠନରେ ସବୁଠାରୁ ବିଶେଷତ୍ୱ ଥିଲାଯେ, ଯେଉଁ ବିଜେପି ନେତାମାନେ ଦେଶରେ ସରକାର ଗଠନ କରିବା ଉଦ୍ଦେଶ୍ୟରେ ବନାଇବା ପାଇଁ ସକ୍ରିୟ ହୋଇଥାନ୍ତି କିମ୍ବା ସକ୍ରିୟ ଭୂମିକା ନିର୍ବାହ କରିଥାନ୍ତି ସେମାନଙ୍କୁ ଏହି ସରକାର ଗଠନ ପ୍ରକ୍ରିୟାରୁ ଦୂରରେ ରଖାଗଲା। ବିଜେପି ତରଫରୁ ପାର୍ଟୀ ଅଧ୍ୟକ୍ଷ ଅମିତ ଶାହ ଏନସିପି ନେତାମାନଙ୍କମଧ୍ୟରେ କୌଣସି ବୈଠକ ହୋଇନଥିଲା। ଏପରିକି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବୀସ ମଧ୍ୟ ବୈଠକରୁ ଦୂରରେ ରହିଥିଲେ। ଏପରିକି ଏନସିପି ନେତା ଅଜିତ ପାୱାର ମଧ୍ୟ ବିଜେପି ସହିତ ସରକାର ଗଠନର ବୈଠକରୁ ଦୂରରେ ଥିଲେ। ଏହି ସମସ୍ତ ନେତାମାନଙ୍କର କାର୍ଯ୍ୟକଳାପ ଦେଖିବାକୁ ଗଲେ ଏହା ସ୍ପଷ୍ଟଯେ, ସରକାର ଗଠନର ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପୂର୍ବରୁ ଦୁଇ ଦଳ ମିଡ଼ିଆ ଏବଂ କଂଗ୍ରେସ-ଶିବସେନା ଧ୍ୟାନ ଅନ୍ୟ ପଟେ ରଖିଥିଲେ। ଯେତେବେଳ ପର୍ଯ୍ୟନ୍ତ ସରକାର ଗଠନ ପାଇଁ ରୋଡମ୍ୟାପ ସମ୍ପୂର୍ଣ୍ଣ ଭାବରେ ଫାଇନାଲ୍ ହୋଇନଥିଲା ସେତେବେଳ ପର୍ଯ୍ୟନ୍ତ ଏହାର କାହାକୁ ଯେପରି ଏହାର ସନ୍ଦେହ ନ ହେବ ସେତେବେଳ ପର୍ଯ୍ୟନ୍ତ ଏହା ସମସ୍ତଙ୍କୁ ଗୁପ୍ତ ରଖାଯାଇଥିଲା। ଦଳର ସମସ୍ତ ସଦସ୍ୟମାନଙ୍କୁ ଜଣାନଥିଲା କାରଣ ଦୁଇ ଦଳ ମଧ୍ୟରେ କୌଣସି କଥା ଆଗକୁ ଯାଇଥିଲା ହୁଏତ ଏହି ଅପରେସନ ବିଫଳ ହୋଇଥାନ୍ତା।

ସୂତ୍ରରୁ ଜଣାପଡ଼େଯେ, ଯେଉଁଠାରେ ଏନସିପି ଶିବସେନା ସହିତ ଲଗତାର ସରକାର ଗଠନ କରିବା ପାଇଁ ଚେଷ୍ଟା କରୁଥିଲା ଅପରପଟେ ଅଜିତ ପାୱାର କ୍ରମାଗତଭାବେ ଶରଦ ପାୱାରଙ୍କ ଉପରେ ବିଜେପିକୁ ସମର୍ଥନ ଦେବାପାଇଁ ଚାପ ପକାଉଥିଲେ। ଏପରିକି ୨୨ ନଭେମ୍ବର ରାତିରେ ଅଜିତ ପାୱାରଙ୍କୁ ଲାଗିଲା କି ଶରଦ ପାୱାର ବିଜେପି ସହିତ ଯିବାକୁ ପ୍ରସ୍ତୁତ ନୁହେଁ ଏବଂ ଶିବସେନା-ଏନସିପି ଏବଂ କଂଗ୍ରେସର ସରକାର ବନିବ । ତା’ ପରେ ତୁରନ୍ତ ଅଜିତ ପାୱାର ପାର୍ଟୀ ଭାଙ୍ଗିବା ପାଇଁ ନିଷ୍ପତି ନେଇଥିଲେ। ପୁନଶ୍ଚ ସୂତ୍ରରୁ ଜଣା ପଡ଼ିଛିଯେ, ବିଜେପିରେ ଗଠବନ୍ଧନ ଉପରେ ଏନସିପିରେ ଫାଟ ହୋଇଛି ଏବଂ ୨୫ ରୁ ୩୦ ବିଧାୟକ ଅଜିତ ପାୱାରଙ୍କ ସହିତ ଥିବା ଜଣାପଡ଼ିଛି। ଏପରିକି ଲୋକସଭା ନିର୍ବାଚନରେ ମଧ୍ୟ ଅଜିତ ଏବଂ ଶରଦ ପାୱାରଙ୍କ ମଧ୍ୟରେ ମତଭେଦର ଖବର ସାମନାକୁ ଆସିଥିଲା। ଏପରିକି ଏନସିପିରେ ଶରଦ ପାୱାରଙ୍କର ଉତ୍ତରାଧିକାରୀକୁ ନେଇକରି ପୂର୍ବରୁ ମଧ୍ୟ ସୁପ୍ରିୟା ସୁଲେ ଏବଂ ଅଜିତ ପାୱାରଙ୍କ ମଧ୍ୟରେ ଟଣା ଓଟରା ଚାଲିଥିଲା ବୋଲି ଲୋକସଭା ନିର୍ବାଚନ ସମୟରେ ଏହା ସାମନାକୁ ଆସିଥିଲା। ସେହି ସମୟରେ ଅଜିତ ପାୱାରଙ୍କର ପୁଅ ପାର୍ଥକୁ ଟିକଟ ଦେବା ମାମଲାରେ ମଧ୍ୟ ଶରଦ ପାୱାର ଏବଂ ଅଜିତ ପାୱାରଙ୍କର ମଧ୍ୟରେ ମତଭେଦର ଖବର ସାମନାକୁ ଆସିଥିଲା। ସେହି ସମୟରେ ପାର୍ଥର ନିର୍ବାଚନ ଲଢ଼ିବାକୁ ନେଇ ଶରଦ ପାୱାର କଡ଼ା ଆଭିମୁଖ୍ୟକୁ ନେଇ ତାଙ୍କର ଟିକଟ କାଟିଦେଇଥିଲେ।

ତେବେମହାରାଷ୍ଟ୍ରରେ ଏପରି ରାତି ଅଧିଆ ବଡ଼ ପରିବର୍ତ୍ତନ ପରେ ଜୁନିୟର ପାୱାରଙ୍କର ଏହି ନିଷ୍ପତ୍ତି ତାଙ୍କର ମହତ୍ଵାକାଂକ୍ଷା କିମ୍ବା ଅଜ୍ଞାତ ଭୟ ବୋଲି ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ଏହା ମଧ୍ୟ ଲୋକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଛିଯେ, ଦୁଇ ଦିନ ପୂର୍ବରୁ ସଂସଦରେ ଶରଦ ପାୱାରଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସାକ୍ଷାତ। ସେହି ସମୟରେ ମଧ୍ୟ ସରକାର ଗଠନ ଉପରେ ସସ୍ପେନ୍ସ ଏବଂ ବିଭିନ୍ନ ଅଟକଳ ଲଗାଯାଉଥିଲା।

ତେବେ ବର୍ତ୍ତମାନର ରାଜନୈତିକ ଆକଳନରୁ କୁହାଯାଉଛିଯେ, ଅଜିତ ପାୱାର ନିଜର ଭବିଷ୍ୟତର ରାଜନୀତିକୁ ଧ୍ୟାନରେ ରଖିକରି ଏପରି ନିଷ୍ପତି ନେଇଛନ୍ତି। ଭାରତୀୟ ଜନତା ପାର୍ଟି ସରକାର ସମୟରେ ସେ ଯେଉଁପରି ଭାବରେ ବିବାଦ ଘେରରେ ଥିଲେ ସେଥିରେ ତାଙ୍କଉପରେ ଭ୍ରଷ୍ଟାଚାରର ବଡ଼ ଡର ରହିଥିଲା। ତେଣୁ କୁହାଯାଉଛି ଅଜିତ ପାୱାରଙ୍କର ଅଜ୍ଞାତ ଭୟ ବିଜେପିର କାମକୁ ସହଜ କରିଦେଇଛି। ଜୁନିୟର ପାୱାରଙ୍କୁ ଲାଗିଲା ଯଦି ଶିବସେନା ସହିତ ସରକାର ବନେ ତେବେ ଭାରତୀୟ ଜନତା ପାର୍ଟି ସହିତ ତାଙ୍କର ଭବିଷ୍ୟତର ରାଜନୀତି କ’ଣ ହେବ? ଯଦି ସେ କୌଣସି ଭ୍ରଷ୍ଟାଚାର ସମ୍ବନ୍ଧିତ ଘଟଣାରେ ଛନ୍ଦି ହେବେ ତେବେ ତାଙ୍କୁ ଶିବସେନା ସହିତ ସରକାର ଗଠନ ପରେ ମଧ୍ୟ ଅସୁବିଧା ହୋଇପାରେ। କିଛି ବିଶେଷଜ୍ଞମାନଙ୍କ ମତରେ ତାଙ୍କୁ ବିଭିନ୍ନ ଏଜେଂସିଗୁଡ଼ିକର ମଧ୍ୟ ଡର ଥିଲା। ଏହା ବ୍ୟତୀତ ଶିବସେନା ସାଥିରେ ଉପ ମୁଖ୍ୟମନ୍ତ୍ରୀ ବନିବା ପରେ ମଧ୍ୟ ଇସ୍ତଫା ଦେବାର ଚାପ ପଡ଼ିପାରେ ବୋଲି ଡର ଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.