Home Coronavirus Outbreak ବାବା ରାମଦେବଙ୍କୁ ପୁଣି ଝଟକା : ମାଡ୍ରାସ ହାଇକୋର୍ଟ ପତଞ୍ଜଳିର କରୋନିଲ ଟ୍ରେଡ଼ମାର୍କ ଉପରେ ଲଗାଇଲେ...

ବାବା ରାମଦେବଙ୍କୁ ପୁଣି ଝଟକା : ମାଡ୍ରାସ ହାଇକୋର୍ଟ ପତଞ୍ଜଳିର କରୋନିଲ ଟ୍ରେଡ଼ମାର୍କ ଉପରେ ଲଗାଇଲେ ରହିତାଦେଶ

663

ଚେନ୍ନାଇ ୧୮-୭ (ଓଡ଼ିଆ ପୁଅ) – ଯୋଗଗୁରୁ ବାବା ରାମଦେବଙ୍କୁ ପୁଣି ଏକ ଝଟକା। ବାବା ରାମଦେବଙ୍କ କରୋନିଲ ପତଞ୍ଜଳି ଔଷଧକୁ ନେଇ ପୁଣି ଥରେ ବିବାଦ। ମାଡ୍ରାସ ହାଇକୋର୍ଟରେ ଦାଖଲ ହୋଇଥିବା ଏକ ଆବେଦନ ପରେ ହାଇକୋର୍ଟ କରୋନିଲର ଟ୍ରେଡ୍ ମାର୍କ ଉପରେ ରହିତାଦେଶ ଲଗାଇଛନ୍ତି, ମାଡ୍ରାସ ହାଇକୋର୍ଟ। ମାଡ୍ରାସ ହାଇକୋର୍ଟରେ ଏକ ଘରୋଇ କମ୍ପାନୀ ଏହି ଟ୍ରେଡ୍ ମାର୍କ ଉପରେ ଆପତ୍ତି ଉଠାଇଛି। ଏହି ମଧ୍ୟବର୍ତ୍ତୀକାଳୀନ ଆଦେଶ ବର୍ତ୍ତମାନ ୩୦ ଜୁଲାଇ ପର୍ଯ୍ୟନ୍ତ ବଳବତ୍ତର ରହିବ।

ସୂଚନାଯୋଗ୍ୟଯେ, ଚେନ୍ନାଇ ସ୍ଥିତ କମ୍ପାନୀ ଆରୁଦ୍ରା ଇଞ୍ଜିନିୟରିଂ ଲିମିଟେଡର ଆବେଦନ ଉପରେ ମାଡ୍ରାସ ହାଇକୋର୍ଟର ଜଷ୍ଟିସ ସି ଭି କାର୍ତ୍ତିକେୟନ ଏହି ଆଦେଶ ଦେଇଛନ୍ତି।

ଆରୁଦ୍ରା ଇଞ୍ଜିନିୟରିଂ ଲିମିଟେଡ୍ ଦାବି କରିଛି ଯେ କରୋନିଲ୍ ହେଉଛି ୧୯୯୩ ଠାରୁ ତାଙ୍କର ଟ୍ରେଡ୍ ମାର୍କ। କମ୍ପାନୀ ଅନୁଯାୟୀ, ସେ ୧୯୯୩ ରେ କରୋନିଲ -୨୧୨ ଏସପିଏଲ ଏବଂ କରୋନିଲ -୯୨ ବି ପଞ୍ଜୀକୃତ କରିଥିଲେ।

ଭାରୀ ମେସିନ୍ ଏବଂ ଡିଜେନ୍ସିଫିକ୍ ୟୁନିଟ୍ ସଫା କରିବା ପାଇଁ କମ୍ପାନୀ ରାସାୟନିକ ପଦାର୍ଥ ଏବଂ ସାନିଟାଇଜର ପ୍ରସ୍ତୁତ କରେ।

କମ୍ପାନୀ ହାଇକୋର୍ଟରେ ଦର୍ଶାଇଛି ଯେ ବର୍ତ୍ତମାନ ସୁଦ୍ଧା ଏହି ଟ୍ରେଡ୍ ମାର୍କ ଉପରେ ଆମର ଅଧିକାର ୨୦୨୭ ପର୍ଯ୍ୟନ୍ତ ବୈଧ ଅଟେ।

ସୂଚନାଯୋଗ୍ୟଯେ, ପତଞ୍ଜଳିର କରୋନିଲକୁ ଆୟୁଷ ମନ୍ତ୍ରଣାଳୟ ଜୁଲାଇ ୧ ରେ ଇମ୍ୟୁନିଟି ବଢ଼ାଇବା ପାଇଁ ବିକ୍ରି କରିବା ପାଇଁ ଅନୁମତି ମିଳିଛି କିନ୍ତୁ କୋଭିଡ -୧୯ ର ଚିକିତ୍ସା ପାଇଁ ନୁହେଁ।

ଉପରୋକ୍ତ କମ୍ପାନୀ କୋର୍ଟରେ ମଧ୍ୟ ଦାବି କରିଛି ଯେ ପତଞ୍ଜଳି ଦ୍ୱାରା ବିକ୍ରି ହୋଇଥିବା ଔଷଧର ଚିହ୍ନ ତାଙ୍କ କମ୍ପାନୀ ସହିତ ସମାନ। କମ୍ପାନୀ କହିଛି ଯେ ବିକ୍ରି ହେଉଥିବା ଦ୍ରବ୍ୟ ଭିନ୍ନ ହୋଇପାରେ କିନ୍ତୁ ଟ୍ରେଡ୍ ମାର୍କ ସମାନ, ଏହା ପରେ ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇ କରୋନିଲର ଟ୍ରେଡ୍ ମାର୍କ ଉପରେ ରହିତାଦେଶ ଲଗାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.