ନୂଆ ଦିଲ୍ଲୀ ୩୦-୫ (ଓଡ଼ିଆ ପୁଅ) ବିଶ୍ୱରେ କରୋନା ଭାଇରସ୍ ଆତଙ୍କ ଖେଳାଇଛି। କରୋନାଭାଇରସ୍ ମହାମାରୀରେ ସଂକ୍ରମିତଙ୍କ ସଂଖ୍ୟା କମିବାରନାଁ ନେଉନାହିଁ। ମହାମାରୀ କାରଣରୁ କେବଳ ଲୋକଙ୍କର ଜୀବିକା ପ୍ରଭାବିତ ହୋଇନାହିଁ ଏହାସହ ସମଗ୍ର ବିଶ୍ୱରେ ପ୍ରମୁଖ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଛି ମଧ୍ୟ। ଭାରତରେ ବର୍ତ୍ତମାନ ୧୬୫, ୭୯୯ କରୋନା ଆକ୍ରାନ୍ତ ଥିବା ବେଳେ ୪, ୭୦୬ ମୃତ୍ୟୁ ହୋଇଛି। ଏପରି ସ୍ଥଳେ ମଧ୍ୟପ୍ରଦେଶ ସରକାର ଲକଡାଉନ୍ ଅବଧିକୁ ୧୫ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।