Home ଓଡ଼ିଶା କୋଭିଡ-୧୯ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଯୋଡା ସହର କୋଣଅନୁକୋଣରେ ଗୁଞ୍ଜରିତ ହେଲା ‘ବନ୍ଦେ ଉତ୍କଳ ଜନନୀ.’

କୋଭିଡ-୧୯ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଯୋଡା ସହର କୋଣଅନୁକୋଣରେ ଗୁଞ୍ଜରିତ ହେଲା ‘ବନ୍ଦେ ଉତ୍କଳ ଜନନୀ.’

143

ଯୋଡା, ୩୦ । ୫ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ସାରା ଓଡ଼ିଶା ଓ ପୂରା ଓଡ଼ିଆ ଜାତି ଗାଇଲା ‘ବନ୍ଦେ ଉତ୍କଳ ଜନନୀ’। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନକୁ ଗ୍ରହଣ କରି କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ସହରରୁ ଗାଁ, କାର୍ଯ୍ୟାଳୟ ସବୁଠି ଗାନ କରାଯାଇଛି ‘ବନ୍ଦେ ଉତ୍କଳ ଜନନୀ।’ ଶନିବାର ସନ୍ଧ୍ୟା ୫.୩୦ ମିନିଟ୍‌ରେ ଓଡ଼ିଶାର ଘରେଘରେ ମୁଖରିତ ହୋଇଛି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲିଖିତ କାଳଜୟୀ କବିତା ‘ବନ୍ଦେ ଉତ୍କଳ ଜନନୀ’। ଏଥିସହ ବିଭିନ୍ନ ସରକାରୀ-ବେସରକାରୀ କାର୍ଯ୍ୟାଳୟ ଓ ସର୍ବସାଧାରଣସ୍ଥାନରେ ଲୋକେ ଏକତ୍ରୀତ ହୋଇ ଏହି ଗୀତକୁ ଗାଇ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛନ୍ତି।  ଶନିବାର ୫.୩୦ମି. ସମୟରେ ଯୋଡା ପୌରାଞ୍ଚଳ ତଥା ଯୋଡା ବ୍ଲକରେ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ଯୋଡା ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଏହା ଅନୁଷ୍ଠିତ ହୋଇଥିବା ବେଳେ ବ୍ଲକ କାର୍ଯ୍ୟାଳୟ ତଥା ପଞ୍ଚାୟତ କାର୍ଯ୍ୟାଳୟ ଗୁଡିକରେ ଏହା ଅନୁଷ୍ଠିତ ହୋଇଥିଲା । ସାମାଜିକ ଦୂରତା ରକ୍ଷା କରି ସବୁ ସ୍ଥାନରେ ବନ୍ଦେ ଉତ୍କଳ ଜନନୀ ଗାନ କରିବା ସହିତ କୋଭିଡ ଯୋଦ୍ଧା ମାନଙ୍କୁ ଉତ୍ତରିୟ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ଯୋଡା ବସ୍ ଷ୍ଟାଣ୍ଡ ଓଡିଶାର ବରପୁତ୍ର ଉତ୍କଳମଣୀ ଗୋପବନ୍ଧୁଙ୍କ ମୂର୍ତ୍ତି ନିକଟରେ ଏହା ପ୍ରଦର୍ଶିତ କରାଯାଇଥିଲା । ଏଥିରେ ପୌରାଞ୍ଚଳରେ ସ୍ୱଚ୍ଛ ସାଥି, ସଫେଇ କର୍ମଚାରୀ ଏବଂ କରୋନାର ଯୁଦ୍ଧରେ ମୁଖ୍ୟ ଭୁମିକା ଗ୍ରହଣ କରିଥିବା ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ୨ଜଣ ଡାକ୍ତରଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ସେହିପରି ଯୋଡା ପୌରାଞ୍ଚଳ ଅନ୍ତର୍ଗତ ଶାସ୍ତ୍ରୀ ନଗର, ଟାଟା ଷ୍ଟିଲ ଡାକ୍ତରଖାନା, ଅନ୍ୟତମ ବରପୁତ୍ର ଧରଣୀଧର ଛକ, ଏବଂ ଲକ୍ଷ୍ମୀ ପୂଜା ପଡିଆ ଠାରେ ମଧ୍ୟ ଏହା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟାକ୍ରମରେ ଯୋଡା ସହରର ଅନେକ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ରହି ଏହାକୁ ସଫଳ କରିଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.