Home Top News ଫେବ୍ରୁଆରୀରେ ତୃତୀୟଥର ପାଇଁ ବଢ଼ିଲା ଏଲପିଜି ସିଲିଣ୍ଡର ଦର – ପୁଣି ୨୫ ଟଙ୍କା ବୃଦ୍ଧି

ଫେବ୍ରୁଆରୀରେ ତୃତୀୟଥର ପାଇଁ ବଢ଼ିଲା ଏଲପିଜି ସିଲିଣ୍ଡର ଦର – ପୁଣି ୨୫ ଟଙ୍କା ବୃଦ୍ଧି

35

ନୂଆଦିଲ୍ଲୀ ୨୫-୨ (ଓଡ଼ିଆ ପୁଅ) ଗୁରୁବାର ଦିନ ପୁଣି ଥରେ ଦିଲ୍ଲୀରେ ଏଲପିଜି ଘରୋଇ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି। ଏଲପିଜି ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରାଯାଇଛି। ଆଜିଠାରୁ ଏହା ଜାତୀୟ ରାଜଧାନୀର ଘରୋଇ ସିଲିଣ୍ଡରର ମୂଲ୍ୟ ୧୪.୨ କେଜି ପ୍ରତି ୭୯୪ ଟଙ୍କା ହେବ।

ଏହା ପୂର୍ବରୁ ଦିଲ୍ଲୀରେ ୧୪.୨ କେଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୭୬୯ ଟଙ୍କା ଥିଲା। ଏହା ଫେବୃଆରୀ ମାସରେ ଜାତୀୟ ରାଜଧାନୀରେ ଲିକ୍ୱିଡ୍ ପେଟ୍ରୋଲିୟମ ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ କ୍ରମାଗତ ତୃତୀୟ ବୃଦ୍ଧି ଘଟିଛି। ଫେବୃଆରୀ ୪ ରେ ଏହା ୨୫ ଟଙ୍କା (ମୂଲ୍ୟ: ୭୧୯ ଟଙ୍କା) ଏବଂ ଫେବୃଆରୀ ୧୪ ରେ ୫୦ ଟଙ୍କା (ମୂଲ୍ୟ: ୭୬୯ ଟଙ୍କା) କୁ ବୃଦ୍ଧି କରାଯାଇଥିଲା।

ଡିସେମ୍ବରରେ ରନ୍ଧନ ଇନ୍ଧନ ମୂଲ୍ୟ ସିଲିଣ୍ଡର ପିଛା ୨୦୦ ଟଙ୍କା ବୃଦ୍ଧି କରାଯାଇଛି।

ତେବେ ସଂକ୍ଷୀପ୍ତରେ କହିବାକୁ ଗଲେ,
ଫେବୃଆରୀରେ ତୃତୀୟ ଥର ପାଇଁ ମୂଲ୍ୟ ବୃଦ୍ଧି ପାଇଛି।
ବର୍ତ୍ତମାନ ଦିଲ୍ଲୀରେ ୧୪ .୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୭୯୪ ଟଙ୍କା ରହିଛି।
ଡିସେମ୍ବର ୧ ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ LPG ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହୋଇଛି।
୧ ଡିସେମ୍ବରରେ ୫୯୪ ରୁ ୬୪୪ ବୃଦ୍ଧି ପାଇଥିଲା।
୧ ଜାନୁଆରୀରେ ୬୪୪ ରୁ ୬୯୪।
୪ ଫେବୃଆରୀରେ ୬୯୪ ରୁ ୭୧୯।
୧୫ ଫେବୃଆରୀ ୭୧୯ ରୁ ୭୬୯।
୨୫ ଫେବୃଆରୀରେ ୭୬୯ ରୁ ୭୯୪।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.