Home Top News “ଲଭ୍ ଜିହାଦ୍”ର କରୁଣ ପରିଣତି: ଝିଅ ପରେ ଜୀବନ ହାରିଲା ବାପା – ଦି’ ଓଡ଼ିଶା...

“ଲଭ୍ ଜିହାଦ୍”ର କରୁଣ ପରିଣତି: ଝିଅ ପରେ ଜୀବନ ହାରିଲା ବାପା – ଦି’ ଓଡ଼ିଶା ଷ୍ଟୋରୀ ..

118

ଭୁବନେଶ୍ୱର: ଲଭ୍ ଜିହାଦ୍ ଏବଂ କମ୍ପ୍ରମାଇଜର ପରିଣାମ ସ୍ୱରୂପ ଝିଅ ପରେ ଜୀବନ ହରାଇଛି ବାପା। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ପଦ୍ମପୁର ଗ୍ରାମର କୂଳମଣି ପ୍ରଧାନଙ୍କ ଝିଅ ଇପ୍ସିତା ଗତ ଅକ୍ଟୋବର ୧୪ ତାରିଖ ରାତିରେ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଇପ୍ସିତା କମାଗୁରୁ କଲେଜରେ +୨ ଛାତ୍ରୀ ଥିଲେ। ନିକଟସ୍ଥ ଖଜୁରୀପଡ଼ା ଗ୍ରାମର ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ମୃତଜ୍ ସାହାଙ୍କ ପୁଅ ସତଜ୍ ସାହା ସହିତ ଭୁଲ୍ ବଶତଃ ଇପ୍ସିତାଙ୍କ ସଂପର୍କ ଗଢ଼ି ଉଠିଥିଲା। ଥରେ ସତଜ୍ ଇପ୍ସିତାଙ୍କୁ ଭୁଆଁ ବୁଲାଇ ନେଇ ତାଙ୍କ ବସ୍ତିରେ କେଉଁଠି ଲୁଚାଇ ରଖିଥିଲା। ପରିବାର ପକ୍ଷରୁ ଅଭିଯୋଗ ପରେ ସତଜ୍ ଯୁବତୀ ଜଣଙ୍କୁ ଛାଡ଼ି ଦେଇଥିଲା। ଏହାକୁ ନେଇ ନିରାକାରପୁର ଥାନାରେ ଉଭୟଙ୍କ ପରିବାର ପକ୍ଷରୁ ଏକ ଆପୋଷ ବୁଝାବଣା (କମ୍ପ୍ରମାଇଜ୍) ହୋଇଥିଲା। ତେବେ, ଏହି କମ୍ପ୍ରମାଇଜ୍ ପାଇଁ ଇପ୍ସିତାଙ୍କୁ ଜୀବନ ହାରିବାକୁ ପଡ଼ିଥିଲା। ନିଜର ଭୁଲ୍ ବୁଝିପାରି ଇପ୍ସିତା ସତଜଙ୍କ ଠାରୁ ଦୂରେଇ ଯିବାକୁ ଚାହୁଁଥିଲେ। କିନ୍ତୁ, ସତଜ୍ ଇପ୍ସିତାଙ୍କ ସହିତ ଜୋର୍ ଜବରଦସ୍ତ ପ୍ରେମ ସଂପର୍କ ରଖିବାକୁ ଚାହୁଁଥିଲା। ଏଥିପାଇଁ ସତଜ୍ ଏବଂ ତାଙ୍କର ୪ ଭାଇ ଇପ୍ସିତାଙ୍କୁ ଧମକ୍ ଚମକ୍ ଦେଉଥିଲେ। ପାଖରେ ଥିବା ପୁରୁଣା ଫଟୋ ଭାଇରାଲ୍ କରିଦେବାର, ମୁହଁରେ ଏସିଡ୍ ପକାଇ ଦେବା ଆଦି ନେଇ ଧମକ୍ ଦେଉଥିଲେ। ଶେଷରେ ଭୟରେ ମରଣକୁ ବରଣ କରି କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଦେଇଥିଲେ ଇପ୍ସିତା। ଏହାପରେ ପୋଲିସ ସତଜ୍ ସମେତ କିଛି ଅଭିଯୁକ୍ତଙ୍କୁ ଗିରଫ୍ କରିଥିଲା। ତେବେ, ସେବେଠାରୁ କେସ୍ ଉଠାଇନେବା ପାଇଁ ଇପ୍ସିତାଙ୍କ ପରିବାର ଉପରେ ବିଭିନ୍ନ ପ୍ରକାର ଚାପ ସୃଷ୍ଟି କରାଯାଉଥିଲା। ସେହିଦିନ ଠାରୁ ପୂରା ପରିବାର ମାନସିକ ଚାପରେ ରହି ଆସୁଥିଲେ। ଏବେ ସେହି କେସ୍ ଉପରେ ଇପ୍ସିତାଙ୍କ ସାନ ଭଉଣୀଙ୍କ ପାଖକୁ କୋର୍ଟରେ ହାଜିର୍ ପାଇଁ ସମନ୍ ପହଞ୍ଚିଥିଲା। କିନ୍ତୁ, ଗତ ରାତିରେ କୂଳମଣି ଛାତ ଉପରେ ଶୋଇବାକୁ ଯାଉଛି କହି ଯାଇଥିବା ବେଳେ ଭୋରରୁ ବାରିପଟ ପିଜୁଳି ଗଛରେ ରଶୀ ଲଗାଇ କୂଳମଣିଙ୍କ ମୃତ ଶରୀର ଉଦ୍ଧାର ହେଲା। ଏହା ହତ୍ୟା ନାଁ, ଆତ୍ମହତ୍ୟା ନେଇ ମଧ୍ୟ ସାଧାରଣରେ ଗୁଞ୍ଜନ ସୃଷ୍ଟି ହେଉଛି। ପୋଲିସ ଶବ ଜବତ କରି ପୋଷ୍ଟମଟମ୍ ପାଇଁ ପଠାଇଦେଇଛି।

ଇପ୍ସିତାଙ୍କ ମୃତ୍ୟୁର କିଛିଦିନ ପରେ ବିଜେପି ତଥା ହିନ୍ଦୁ ମହାସଭା ନେତ୍ରୀ ହରପ୍ରିୟା ସାହୁ ଇପ୍ସିତାଙ୍କ ପରିବାରକୁ ଯାଇ ଭେଟି ସାନ୍ତ୍ୱନା ଦେବା ସହ ନିରାକାରପୁର ଠାରେ ଆୟୋଜିତ ଏକ ଧର୍ମସଭାରେ ଯୋଗଦେଇ ଇପ୍ସିତାଙ୍କ ମା’ଙ୍କ ଉପସ୍ଥିତିରେ ଲଭ୍ ଜିହାଦ୍ ବିରୋଧରେ ଧର୍ମଯୁଦ୍ଧ ପାଇଁ ଆହ୍ୱାନ୍ ଦେଇଥିଲେ। ଏବେ କୂଳମଣିଙ୍କ ମୃତ୍ୟୁ ପରେ ଇପ୍ସିତାଙ୍କ ମା’ ସିଧାସଳଖ କମ୍ପ୍ରମାଇଜ୍ ପାଇଁ କୂଳମଣିଙ୍କୁ ପ୍ରେସର୍ କରାଯାଉଥିଲା ବୋଲି କହିବା ପରେ ଇପ୍ସିତାଙ୍କ ପରିବାରକୁ ନ୍ୟାୟ ଦାବୀ ସହ କିଏ ସିଏ ପ୍ରେସର୍ କରୁଥିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ହରପ୍ରିୟା। ହରପ୍ରିୟା କହିଛନ୍ତି, “ଦି କେରଳ ଷ୍ଟୋରୀ”ରେ ଲଭ୍ ଜିହାଦର କରୁଣ ପରିଣତିର ବାସ୍ତବ ଚିତ୍ରକୁ ରିଲ୍ ମାଧ୍ୟମରେ ଦେଖାଯାଇଛି। କିଛି ଲୋକଙ୍କୁ ଏହା ମିଛ ପ୍ରୋପଗଣ୍ଡା ବୋଲି ଲାଗୁଛି। ଆଉ, ଏଠି ଦି ଓଡ଼ିଶା ଷ୍ଟୋରୀରେ ରିଅଲ୍ ଲାଇଫରେ ଲଭ୍ ଜିହାଦର କରୁଣ ପରିଣତି ସ୍ୱରୂପ ଝିଅ ପରେ ଜୀବନ ହାରିଲା ବାପା। ସଜତ୍ ଇପ୍ସିତାଙ୍କ ସହିତ ଜୋର୍ ଜବରରଦସ୍ତ ସଂପର୍କ ରଖିବାକୁ ଚାହିଁ ବିଫଳ ହେବାରୁ ମୁହଁରେ ଏସିଡ୍ ପକାଇ ଦେବା, ଫଟୋ ଭାଇରାଲ୍ କରିଦେବା ଆଦି ଧମକ ଦେଉଥିଲା। ଶେଷରେ ଭୟରେ ଇପ୍ସିତା ଜୀବନ ହାରି ଦେଇଥିଲେ। ଏହାପରେ କମ୍ପ୍ରମାଇଜ୍ କରିବାକୁ ଇପ୍ସିତାଙ୍କ ପରିବାର ଉପରେ ପ୍ରେସର୍ କରାଯାଉଥିଲା ମୁଁ ନିଜେ ଇପ୍ସିତାଙ୍କ ଘରକୁ ଯାଇଛି। ତାଙ୍କ ମା’ ତାଙ୍କ ସାନ ଭଉଣୀଙ୍କୁ ଭେଟିଛି। ଆଖିରୁ ତାଙ୍କର ଲୁହ ଶୁଖୁନଥିଲା। ଆଉ ଆଜି ଇପ୍ସିତାଙ୍କ ବାପା କୂଳମଣିଙ୍କ ବାବଦରେ ହଠାତ୍ ଏପରି ଏକ ଦୁଃଖଦ ଖବର ଆସି ପହଞ୍ଚିଲା। ଘଟଣାର ନିରପେକ୍ଷ ତଥା ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଅଭିଯୁକ୍ତ ମାନଙ୍କୁ ଦଣ୍ଡିତ କରିବା ସହ ଇପ୍ସିତାଙ୍କ ପରିବାରକୁ ସୁରକ୍ଷା, ଆଇନଗତ ସହାୟତା ତଥା ଆର୍ଥିକ ସହଯୋଗ ପ୍ରଦାନ ନିମନ୍ତେ ପ୍ରଶାସନ ତଥା ସରକାରଙ୍କ ନିକଟରେ ଦାବୀ କରିଛନ୍ତି ହରପ୍ରିୟା ସାହୁ। ସେହିପରି ଇପ୍ସିତାଙ୍କ ମା’ ଯେଉଁ ସ୍ପଷ୍ଟ ଭାବରେ କହିଛନ୍ତି ଯେ କେସ୍ କମ୍ପ୍ରମାଇଜ୍ ପାଇଁ ତାଙ୍କୁ ପ୍ରେସର୍ କରାଯାଉଥିଲା, ସେ ପ୍ରେସର୍ କରୁଥିବା ବ୍ୟକ୍ତି ସବୁ କିଏ? ତା’ର ମଧ୍ୟ ତଦନ୍ତ କରାଯାଉ ବୋଲି ମଧ୍ୟ ହରପ୍ରିୟା ଦାବୀ କରିଛନ୍ତି।
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.