Home Top News ରାଜ୍ୟଗୁଡ଼ିକ ନିଜର ଓବିସି ତାଲିକା ପ୍ରସ୍ତୁତ କରିବାର କ୍ଷମତା ପାଇବେ, ଲୋକସଭାରେ ପାରିତ ହେଲା ବିଧେୟକ

ରାଜ୍ୟଗୁଡ଼ିକ ନିଜର ଓବିସି ତାଲିକା ପ୍ରସ୍ତୁତ କରିବାର କ୍ଷମତା ପାଇବେ, ଲୋକସଭାରେ ପାରିତ ହେଲା ବିଧେୟକ

70

ନୂଆ ଦିଲ୍ଲୀ ୧୦ ଅଗଷ୍ଟ (ଓଡ଼ିଆ ପୁଅ) ସମ୍ବିଧାନ (୧୨୭ ତମ ସଂଶୋଧନ) ବିଲ୍, ୨୦୨୧ ମଙ୍ଗଳବାର ଦିନ ଲୋକସଭାରେ ପାରିତ ହୋଇଛି। ନିଜସ୍ୱ ଓବିସି ତାଲିକା ପ୍ରସ୍ତୁତ କରିବାକୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ କ୍ଷମତା ମିଳିଛି। ଏହାକୁ କ୍ୟାବିନେଟ୍ ଅନୁମୋଦନ କରିଥିଲା। ଏହି ବିଲରେ ସମସ୍ତ ବିରୋଧୀ ଦଳର ସମର୍ଥନ ଥିବାରୁ ରାଜ୍ୟସଭାରେ ଏହା ସହଜରେ ପାରିତ ହେବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ ଯେ ଏହି ବିଲ୍ ମାଧ୍ୟମରେ ମହାରାଷ୍ଟ୍ରର ମରାଠା ସମ୍ପ୍ରଦାୟକୁ ହରିୟାଣା ଏବଂ ଉତ୍ତରପ୍ରଦେଶର ଜାଟ୍ ସମ୍ପ୍ରଦାୟକୁ ଓବିସି (ଅତି ପଛୁଆ ଶ୍ରେଣୀ) ରେ ଅନ୍ତର୍ଭୁକ୍ତ କରିବା ଏବଂ ସେମାନଙ୍କୁ ସଂରକ୍ଷଣ ପ୍ରଦାନ କରିବାର କ୍ଷମତା ରାଜ୍ୟ ସରକାରଙ୍କୁ ମିଳିବ। ତେବେ ଏହି ନିଷ୍ପତ୍ତି ପରେ ସଂରକ୍ଷଣର ୫୦ ପ୍ରତିଶତ ସୀମାକୁ ବଢ଼ାଇବାକୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ବୃଦ୍ଧି ପାଇବ ବୋଲି ବିଶ୍ୱାସ କରାଯାଉଛି।

ଏହି ବିଧେୟକକୁ କଂଗ୍ରେସର ସମର୍ଥନ
କଂଗ୍ରେସ ଦଳ ଲୋକସଭାରେ ଓବିସି ସଂରକ୍ଷଣ ବିଲ୍‌କୁ ସମର୍ଥନ କରିଛି। କଂଗ୍ରେସ ସାଂସଦ ଅଧିର ରଂଜନ ଚୌଧୁରୀ କହିଛନ୍ତି ଯେ ଆମେ ଏହି ବିଲ୍‌କୁ ସମର୍ଥନ କରୁଛୁ ଏବଂ ୫୦ ପ୍ରତିଶତ ସୀମା ହଟାଇବାକୁ ମଧ୍ୟ ବିଚାର କରାଯାଉ ବୋଲି ଦାବି କରୁଛୁ। କଂଗ୍ରେସ କହିଛି ଯେ ଏହି ସୀମା ହଟାଯିବା ପରେ ହିଁ ମରାଠା ସମ୍ପ୍ରଦାୟ ଏବଂ ଅନ୍ୟ ରାଜ୍ୟର ଲୋକମାନେ ଏହାର ଲାଭ ପାଇପାରିବେ।

ଚୌଧୁରୀ କହିଛନ୍ତି ଯେ, କେତେକ ରାଜ୍ୟରେ ସଂରକ୍ଷଣ ସୀମା ଏହାଠାରୁ ଅଧିକ। ତାମିଲନାଡୁର ୬୯% ସଂରକ୍ଷଣ ରହିଛି। ଏହି ସୀମା ବାହାରେ ସଂରକ୍ଷଣ ବୃଦ୍ଧି ପାଇଁ ବାକି ରାଜ୍ୟମାନଙ୍କୁ ମଧ୍ୟ ଏହି ଶକ୍ତି ଦିଆଯିବା ଉଚିତ୍। ସେ କହିଛନ୍ତି, ‘ଆମେ ଏକ ଦାୟିତ୍ତ୍ୱବାନ୍‌ ଦଳ। ଏହା ଏକ ସମ୍ବିଧାନ ସଂଶୋଧନ ବିଲ୍ ଏବଂ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତାର ସମର୍ଥନ ଆବଶ୍ୟକ କରେ। ସେଥିପାଇଁ ଆମେ ଏଥିରେ ଭାଗ ନେଉଛୁ।’

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.