Home Top News ପତ୍ନୀକୁ ଏହି ଅବସ୍ଥାରେ ଦିଅର ସହିତ ବନ୍ଦ ରୁମ୍‌ରେ ଦେଖିଲା ସ୍ୱାମୀ, ତାପରେ ସତ କାହାଣୀ...

ପତ୍ନୀକୁ ଏହି ଅବସ୍ଥାରେ ଦିଅର ସହିତ ବନ୍ଦ ରୁମ୍‌ରେ ଦେଖିଲା ସ୍ୱାମୀ, ତାପରେ ସତ କାହାଣୀ ସାମ୍ନାକୁ ଆସିଲା – ଦିଅର ଭାଉଜ ଖାଇଲେ ବିଷ

291

ନାଲନ୍ଦା ୧୦-୮ (ଓଡ଼ିଆ ପୁଅ) ସ୍ୱାମୀ ବିଶ୍ୱାସରେ ବିଷ ଦେଲା। ସ୍ତ୍ରୀର ହୃଦୟ ଭାଙ୍ଗିଲା। ବିବାହିତା ମହିଳା ପ୍ରତି ଦିଅରର ସହାନୁଭୁତି ଧିରେ ଧିରେ ପ୍ରେମରେ ପରିଣତ ହେଲା। ସ୍ୱାମୀ, ବନ୍ଦ ରୁମରେ ସ୍ତ୍ରୀକୁ ସାନଭାଇ ସହିତ ଦେଖିଦେଲା। ସମ୍ପର୍କ ପ୍ରକାଶ ପାଇବା ମାତ୍ରେ ସେମାନେ ଦିଲ୍ଲୀ ପଳାଇଲେ। ଫେରିବା ପରେ ଦୁହେଁ ବିଷ ପିଇଦେଲେ। ମହିଳାର ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାବେଳେ ଦିଅରର ମୃତ୍ୟୁ ଘଟିଛି।

ଏହି ମାମଲା ବିହାରର ନାଲନ୍ଦାର ହର୍ଣ୍ଣାଟ ପୋଲିସ ଥାନା ଅଞ୍ଚଳର ଅଟେ। ଏଠାରେ ରେଳ ଷ୍ଟେସନ ନିକଟରେ ଜଣେ ଯୁବତୀଙ୍କ ସହଜଣେ ଯୁବକର ଚେତାଶୂନ୍ୟ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଲୋକମାନେ ତୁରନ୍ତ ରେଳ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ସେମାନଙ୍କୁ ସଦର ଡାକ୍ତରଖାନାକୁ ନେଇଥିଲା ଯେଉଁଠାରେ ଯୁବକଙ୍କର ମୃତ୍ୟୁ ହୋଇଥିଲା। ମହିଳାର ଅବସ୍ଥା ଗୁରୁତର ଥିବା କୁହାଯାଉଛି। ମାମଲାର ଅନୁସନ୍ଧାନରୁ ଜଣାପଡିଛି ଯେ ଶବନମ କୁମାରୀ ୧ ବର୍ଷ ପୂର୍ବେ ହର୍ଣ୍ଣନାଟ ପୋଲିସ ଷ୍ଟେସନ ଅଞ୍ଚଳର ଚକଜାଇନା ଗାଁର ବାସିନ୍ଦା ରାକେଶଙ୍କୁ ବିବାହ କରିଥିଲେ। ପରେ ମହିଳା ଜାଣିବାକୁ ପାଇଲା ଯେ, ତାଙ୍କ ସ୍ୱାମୀ ଅନ୍ୟ ଜଣେଙ୍କୁ ବିବାହ କରିଥିଲେ ଏବଂ ସଉତୁଣୀ ସହ ଅଧିକ ସମୟସେ ପାଟନାରେ ରହୁଥିଲେ।

ସ୍ୱାମୀ ପ୍ରାୟତଃ ପ୍ରଥମ ପତ୍ନୀଙ୍କ ସହିତ ରହୁଥିଲେ। ଯେତେବେଳେ ମହିଳା ଏହାକୁ ବିରୋଧ କରିଥିଲେ, ଶାଶୁଘରଲୋକେ ମାଡ ମାରିବା ଆରମ୍ଭ କରିଥିଲେ। କିନ୍ତୁ, ଦିଅର ତାକୁ ପରିବାର ବିରୁଦ୍ଧରେ ଯାଇ ଅନେକ ସମୟରେ ରକ୍ଷା କରୁଥିଲା। ଏହି ସହାନୁଭୂତି ଧୀରେ ଧୀରେ ପ୍ରେମରେ ପରିଣତ ହେଲା। ଏଠାରେ ଯେତେବେଳେ ସ୍ୱାମୀ ଏ ବିଷୟରେ ଜାଣିଲେ, ଦିଅର କୁନ୍ଦନ ଘରୁ ବାହାରି ହର୍ନାଟ ବଜାରରେ ଏକ ଭଡା ଘରେ ରହିବାକୁ ଲାଗିଲା।

ଏଠାରେ ସ୍ୱାମୀ ଦିନେ ଦିଅର ସହ କୋଠରୀରେ ପତ୍ନୀଙ୍କୁ ଦେଖି ଦୁହିଁଙ୍କୁ ଜୋରରେ ପିଟିଥିଲେ। ଏହା ପରେ ଦୁହେଁ ଦିଲ୍ଲୀ ପଳାଇଥିଲେ। ଶବନମଙ୍କ ମା ଏକ ନିଖୋଜ ଖବର ପୋଲିସ ଷ୍ଟେସନରେ ଦାଖଲ କରିଥିଲେ। ଦୁହେଁ ଦିଲ୍ଲୀରୁ ଫେରିବା ମାତ୍ରେ ସେମାନେ ରେଳ ଷ୍ଟେସନରେ ବିଷାକ୍ତ ପଦାର୍ଥ ଖାଇଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.