Home Coronavirus Outbreak ଭାରତରେ ଲକଡାଉନ୍ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ଜାରି ରହିବା ସମ୍ଭାବନା – ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର...

ଭାରତରେ ଲକଡାଉନ୍ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ଜାରି ରହିବା ସମ୍ଭାବନା – ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ଏହିପରି ମତ

1311

ନୂଆଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନଫରେସିଂ ଜରିଆରେ ଆଲୋଚନା କରିଛନ୍ତି। ଆଶାକରାଯାଉଛିଯେ, ଭାରତରେ ଲକଡାଉନ୍ ର ଅବଧିକୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରାଯାଇପାରେ। ଭାରତରେ କୋଭିଡ -19 ବ୍ୟାପିବାକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲାଗୁ ହୋଇଥିବା ଦେଶବ୍ୟାପୀ ଲକଡାଉନ ଏପ୍ରିଲ ୧୪ରେ ଶେଷ ହେବାକୁ ଯାଉଥିବା ବେଳେ ଏହି ଲକଡାଉନ ଆଗକୁ ଜାରି ରବିବ ବୋଲି ଆଶା କରାଯାଉଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାରରୁ ଅଧିକ ହୋଇଥିବା ବେଳେ ପାଖାପାଖି ୨୫୦ ଜଣଙ୍କର ମୃତ୍ୟୁ ହୋଇଛି।

କେତେକ ଜାତୀୟ ଗଣମାଧ୍ୟମର ସୂତ୍ରରୁ ପ୍ରକାଶ ଯେ ସମଗ୍ର ଭାରତରେ ହଟସ୍ପଟ୍ ଭାବରେ ଚିହ୍ନଟ ହୋଇଥିବା ଜିଲ୍ଲାଗୁଡିକରେ ଅଧିକ କଡ଼ାକଡ଼ି ଭାବେ ଲକଡାଉନ ଲାଗୁହେବ। ସୁରକ୍ଷିତ ଜିଲ୍ଲା ତଥା ରାଜ୍ୟମାନଙ୍କୁ କିଛି ଆରାମ ପାଇଁ ଅନୁମତି ଦିଆଯାଇପାରେ କିନ୍ତୁ ସମସ୍ତ ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ପ୍ରୋଟୋକଲ୍ ପାଳନ କରାଯିବ।

ଅନ୍ତତଃ ଛଅଟି ପ୍ରମୁଖ ରାଜ୍ୟ ଲକଡାଉନ୍ ଅବଧି ବୃଦ୍ଧିକୁ ସମର୍ଥନ କରିଛନ୍ତି। ପଞ୍ଜାବ, ଓଡିଶା ଏବଂ ରାଜସ୍ଥାନ ଏପ୍ରିଲ୍ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରିସାରିଛନ୍ତି। ତେଲେଙ୍ଗାନା ସିଏମ୍ କେ ଚନ୍ଦ୍ରଶେଖର ରାଓ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଲକଡାଉନ୍ ବୃଦ୍ଧି କରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତିଯେ, ଅର୍ଥନୀତି ପୁନର୍ଜୀବିତ ହୋଇପାରିବ କିନ୍ତୁ ଜୀବନ ନୁହେଁ।

ଏହି ବୈଠକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକ୍ଡାଉନ୍ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି।

ଜାତୀୟ ସ୍ତରରେ ଏହି ନିଷ୍ପତ୍ତି ନିଆଯିବା ଉଚିତ, ରାଜ୍ୟ ସ୍ତରୀୟ ନିଷ୍ପତ୍ତି ଅଧିକ ପ୍ରଭାବଶାଳୀ ହୋଇନପାରେ। ସଡକ, ରେଳ କିମ୍ବା ବିମାନ ପରିବହନ ଖୋଲାଯିବା ଉଚିତ ନୁହେଁ ବୋଲି କେଜ୍ରିୱାଲ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି ଯେ ସେମାନଙ୍କର ସମସ୍ତ ପରାମର୍ଶକୁ ବିଚାରକୁ ନିଆଯିବ ଏବଂ ଏହି ସଂଗ୍ରାମରେ କେନ୍ଦ୍ର ଓ ରାଜ୍ୟ ଏକଜୁଟ ହୋଇଛନ୍ତି।

କରୋନା ଭାଇରସ୍ ବିଶ୍ୱରେ ୧, ୦୦, ୦୦୦ ଲୋକଙ୍କ ଜୀବନ ନେଇସାରିଲାଣି ଏବଂ ୧୬ ଲକ୍ଷରୁ ଉର୍ଦ୍ଧ୍ୱ ଏଥିରେ ଆକ୍ରାନ୍ତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.