Home ଅପରାଧ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା, ପୋଲିସ ତଦନ୍ତ ଜାରି

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା, ପୋଲିସ ତଦନ୍ତ ଜାରି

341

ଆନନ୍ଦପୁର, ତା ୧୧ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ପଣସଡ଼ିହା ପଞ୍ଚାୟତ ଶିକାବେଡ଼ା ଗ୍ରାମରେ ଯୁବକଙ୍କୁ ସଂଘବଦ୍ଧ ଭାବେ ଠେଙ୍ଗାରେ ପିଟିପିଟି ନୃଶଂସ ଭାବେ ହତ୍ୟା କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଭାବେ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଛି । ସୂଚନା ଅନୁଯାୟୀ ମୃତକ ଜଣଙ୍କ ଉକ୍ତ ଗ୍ରାମର ଡିବାର ପୂର୍ତ୍ତି ବୋଲି ଜଣାପଡିଛି । ଯୁବକ ଜଣଙ୍କ ଗତକାଲି ସନ୍ଧ୍ୟାରେ ନିଜ ଘର ନିକଟରେ ଥିବା ସମ୍ପର୍କୀୟଙ୍କ ଦୋକାନକୁ କିଛି ଜିନିଷ କିଣିବାକୁ ଯାଇଥିଲେ । ସେତିକି ବେଳେ ସେଠାରେ କୈାଣସି କାରଣକୁ ନେଇ ଝଗଡ଼ା ସୃଷ୍ଟି ହୋଇଥିଲା । ଏହି ଝଗଡ଼ା ପରବର୍ତ୍ତୀ ସମୟରେ ଉଗ୍ରରୂପ ଧାରଣ କରିଥିଲା । ପରବର୍ତ୍ତୀ ସମୟରେ ୫ଜଣ ଲୋକ ମିଳିମିଶି ଡିବାର ପୂର୍ତ୍ତିଙ୍କୁ ଠେଙ୍ଗା ବାଡିରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଡିବାରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଆନନ୍ଦପୁର ପୋଲିସ ଆଜି ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.