Home Top News LJP ସାଂସଦ ପ୍ରିନ୍ସରାଜ୍‌ଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ – ଚିରାଗ ପାସୱାନଙ୍କର ନାଁ ମଧ୍ୟ...

LJP ସାଂସଦ ପ୍ରିନ୍ସରାଜ୍‌ଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ – ଚିରାଗ ପାସୱାନଙ୍କର ନାଁ ମଧ୍ୟ FIRରେ

55

ନୂଆଦିଲ୍ଲୀ ୧୪-୯ (ଓଡ଼ିଆ ପୁଅ) : ଦିଲ୍ଲୀରେ ଲୋକଜନଶକ୍ତି ପାର୍ଟି (ଏଲଜେପି) ସାଂସଦ ପ୍ରିନ୍ସ ରାଜ ପାସୱାନଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଛି। ଏକ ଦୁଷ୍କର୍ମ ମାମଲାରେ ପ୍ରିନ୍ସ ରାଜଙ୍କ ବିରୋଧରେ ଏହି ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ଦିଲ୍ଲୀର କନ୍ନାଟ୍ ପ୍ଲେସ୍ ପୋଲିସ୍ ଷ୍ଟେସନରେ ଏହି FIR ପଞ୍ଜିକୃତ ହେବା ସହ ଚିରାଗ ପାସୱାନ୍ ଙ୍କ ନାମ ମଧ୍ୟ ଉଲ୍ଲେଖ କରାଯାଇଛି। ପୋଲିସ ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ଘଟଣାର ତଦନ୍ତ କରାଯାଉଛି।

କୁହାଯାଉଛି ଯେ ପ୍ରାୟ ତିନିମାସ ପୂର୍ବେ ଜଣେ ପୀଡିତା ଅଭିଯୋଗ କରିଥିଲେ। କିନ୍ତୁ ବର୍ତ୍ତମାନ କୋର୍ଟଙ୍କ ନିର୍ଦ୍ଦେଶ ପରେ ସାଂସଦ ପ୍ରିନ୍ସ ରାଜଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି। ସୂଚନାଯୋଗ୍ୟଯେ, ବିହାରର ସମସ୍ତିପୁରର ପ୍ରିନ୍ସ ରାଜ ହେଉଛନ୍ତି LJP ସାଂସଦ। ପ୍ରିନ୍ସ ରାଜ ପାସୱାନ ଲୋକ ଜନକ୍ଷେତ୍ର ପାର୍ଟି ନେତା ଚିରାଗ ପାସୱାନଙ୍କ କକାପୁଅ ଭାଇ ହୋଇଥିବାବେଳେ କେନ୍ଦ୍ର ମନ୍ତ୍ରୀ ପଶୁପତି ପାରସ ପାସୱାନଙ୍କ ପୁତୁରା।

ପ୍ରାୟ ତିନିମାସ ପୂର୍ବେ ଜଣେ ପୀଡିତା ଦିଲ୍ଲୀର କନ୍ନୋଟ୍ ପ୍ଲେସ୍ ପୋଲିସ୍ ଷ୍ଟେସନରେ ଅଭିଯୋଗ କରିଥିଲେ, ବର୍ତ୍ତମାନ କୋର୍ଟଙ୍କ ନିର୍ଦ୍ଦେଶ ପରେ ସାଂସଦ ପ୍ରିନ୍ସ ରାଜଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରାଯାଇଛି। ଏହି FIR ୯ ସେପ୍ଟେମ୍ବରରେ ପଞ୍ଜିକୃତ ହୋଇଛି। ମହିଳା ଜଣକ ନିଜକୁ ଜଣେ LJP କର୍ମୀ ବୋଲି ବର୍ଣ୍ଣନା କରିଛନ୍ତି।

ଏଫଆଇଆରରେ ଚିରାଗ ପାସୱାନଙ୍କ ନାଁ ମଧ୍ୟ ଉଲ୍ଲେଖ କରାଯାଇଛି, ପୀଡିତା କହିଛନ୍ତି ଯେ, ସେ ଏହି ଘଟଣା ବିଷୟରେ ଚିରାଗଙ୍କୁ କହିଛନ୍ତି। ପୀଡିତାଙ୍କ ଅନୁଯାୟୀ, ଯେତେବେଳେ ଚିରାଗ ପାସୱାନ୍ ମଧ୍ୟ ତାଙ୍କ କଥା ଶୁଣିନଥିଲେ, ସେତେବେଳେ ସେ ଏଫ୍ଆଇଆର୍ କରିବା ଆରମ୍ଭ କରିଥିଲେ, ପରେ ଚିରାଗ ପାସୱାନ୍ ସାକ୍ଷାତ କରିବା ପରେ ସେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ କରି ନଥିଲେ। ଏଥିସହ ପୀଡିତା ଅଭିଯୋଗ କରିଛନ୍ତି ଯେ, ଦଳର ସଭାପତି ଥିବାବେଳେ ଚିରାଗ ପାସୱାନ ଏହି ପ୍ରସଙ୍ଗରେ କୌଣସି ପଦକ୍ଷେପ ନେଇ ନାହାଁନ୍ତି।

ଜୁନ୍ ୧୭ ରେ, ପ୍ରିନ୍ସ ରାଜ ଏହି ବିଷୟରେ ଟୁଇଟ୍ କରି ତାଙ୍କ ପକ୍ଷ ଦେଇଛନ୍ତି। ତାଙ୍କ ବିରୋଧରେ ଏହି ଅଭିଯୋଗକୁ ପ୍ରିନ୍ସରାଜ୍‌ ରାଜ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ଏହା ମିଥ୍ୟା ଅଟେ। ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ମୋର ପ୍ରତିଷ୍ଠା ପ୍ରତି ବିପଦ ସୃଷ୍ଟି କରି ବୃତ୍ତିଗତ ତଥା ବ୍ୟକ୍ତିଗତ ଭାବେ ମୋ ଉପରେ ଚାପ ପକାଇବା ଏହା ଏକ ବୃହତ ଅପରାଧିକ ଷଡଯନ୍ତ୍ରର ଏକ ଅଂଶ। ଅପର ପକ୍ଷରେ, FIR ପଞ୍ଜିକୃତ ହେବା ପରେ, ବର୍ତ୍ତମାନ ସେମାନଙ୍କର ସମସ୍ୟା ବଡ଼ିପାରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.