Home ଜିଲ୍ଲା ପରିକ୍ରମା ଘରେ ପଶି ଦୁଇ ମହିଳାଙ୍କୁ ମିଳିତ ଆକ୍ରମଣ, ଅଭିଯୁକ୍ତଙ୍କୁ ଗିରଫ ଦାବି

ଘରେ ପଶି ଦୁଇ ମହିଳାଙ୍କୁ ମିଳିତ ଆକ୍ରମଣ, ଅଭିଯୁକ୍ତଙ୍କୁ ଗିରଫ ଦାବି

47

ବଲାଙ୍ଗୀର, ୧୩-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଖୋଲନ ଗ୍ରାମରେ ଘରେ ପଶି ଦୁଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରି ଗୁରୁତର ଆହତ କରିଦେଇଥିବା ଅଭିଯୋଗ ହୋଇଛି। ସୂଚନାନୁଯାଇ ଗତ ରାତି ପ୍ରାୟ ୯ ଟା ସମୟରେ ଉକ୍ତ ଗ୍ରାମର ସିଲା ନାଏକ (ବ-୩୦) ନାମ୍ନୀ ମହିଳା ଓ ତାଙ୍କ ଶାଶୁ ଡମେନ ନାଏକ (ବ-୫୦) ଦୁଇ ଜଣ ମହିଳା ଘରେ ଏକୁଟିଆ ଥିବା ବେଳେ ଉକ୍ତ ଖୋଲନ ଗ୍ରାମର ମନୋହର ରଣା(ବ-୫୦), ପାର୍ଥ ରଣା (ବ-୫୪), ସଞ୍ଜୟ ରଣା (ବ-୨୨), ମୁକ୍ତା ରଣା (ବ-୪୦) ନାମକ ଚାରି ଜଣ ଘରେ ପଶି ବିଭିନ୍ନ ମାରଣାସ୍ତ୍ର ସହ ଆକ୍ରମଣ କରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ଆହତ କରି ଫେରାର ହୋଇଯାଇଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ କୁ ଆଣି ଭର୍ତ୍ତି କରାଯାଇଛି। ତେବେ ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ଡାକ୍ତର ବଲାଙ୍ଗୀର ଜିଲ୍ଲା ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ଜଣାଯାଇଛି। ଉକ୍ତ ଆକ୍ରମଣ କାରି ପୂର୍ବରୁ ଘରୋଇ ବିବାଦ କୁ ନେଇ ଗାଳି, ଗୁଲଜ କରି ଆସୁଥିବା ବେଳେ ରାଗ ରଖି ଏପରି ଆକ୍ରମଣ କରିଥିବା ନେଇ ଟିଟିଲାଗଡ଼ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣା ର ସବିଶେଷ ତଦନ୍ତ ସହ ଉକ୍ତ ଅଭିଯୁକ୍ତ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.