Home ଜିଲ୍ଲା ପରିକ୍ରମା ଭଦ୍ରକ – ବାଲଗୋପାଲ ଓ ଦକ୍ଷିଣେଶ୍ୱର କାଳୀ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ପାଳିତ

ଭଦ୍ରକ – ବାଲଗୋପାଲ ଓ ଦକ୍ଷିଣେଶ୍ୱର କାଳୀ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ପାଳିତ

13

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ବିଭିନ୍ନ ସ୍ଥାନରେ ପବିତ୍ର ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି । ବିଶେଷକରି ଭଦ୍ରକର ବାଲଗୋପାଲ ମନ୍ଦିରରେ ଏହି ଉତ୍ସବ ଭଜନ ଓ କୀର୍ତ୍ତନ ମଧ୍ୟରେ ସମାହିତ ହୋଇଛି । ସହରର କେନ୍ଦ୍ରସ୍ଥଳ ବାଲଗୋପାଳ ମନ୍ଦିରରେ ସକାଳ ଧୂପ ଓ ଦର୍ଶନ ଆଳତି ପରେ ମଧ୍ୟାହ୍ନ ଆଳତି ସଂପନ୍ନ ହୋଇଥିଲା । ମୁଖ୍ୟ ପୁରୋଧା ଓ ପରିଚାଳକ ଚିନ୍ମୟୀ ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୂଜକ ଉପେନ୍ଦ୍ର ପତି ପୂଜାର୍ଚ୍ଚନା କରିଥିଲେ । ବିଶେଷକରି ସନ୍ଧ୍ୟା ଆଳତୀ ଓ ଛପନ ଭୋଗ ପରେ ବାଲଗୋପାଲଙ୍କୁ ଝୁଲଣରେ ଝୁଲାଯାଇଥିଲା । ଏ ପବିତ୍ର ପୀଠରେ ରାଧା-କୃଷ୍ଣଙ୍କ ପ୍ରତିମାଗୁଡିକୁ ଆକର୍ଷଣୀୟ ଢ଼ଙ୍ଗରେ ସଜ୍ଜାଯାଇ ଝୁଣରେ ଶ୍ରଦ୍ଧାଳୁ ଭକ୍ତମାନେ ଦୋଳାଇଥିଲେ । ସେହିପରି ଭଦ୍ରକ ସହରର ମଠସାହି ନୂଆବସ୍‌ଷ୍ଟାଣ୍ଡ ନିକଟସ୍ଥ ମା’ ଆଦ୍ୟାଶକ୍ତି ଦକ୍ଷିଣ କାଳୀଙ୍କ ମନ୍ଦିରରେ ମଧ୍ୟ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଛି । ମୁଖ୍ୟ ପୁରୋଧା ସତ୍ୟ ଦାସଙ୍କ ସଂଚାଳନାରେ ଏହି ଉତ୍ସବ ଆଜି ମହାସମାରୋହରେ ପାଳିତ ହୋଇ ସନ୍ଧ୍ୟାରେ ଭଜନ ସନ୍ଧ୍ୟା ପ୍ରତିଯୋଗିତାରେ ଶେଷ ହୋଇଛି । ମା’ ଙ୍କ ମନ୍ଦିରରେ ସକାଳ ପୂଜା ସହ ଭଗବାନ କୃଷ୍ଣଙ୍କ ପୂଚାର୍ଚ୍ଚନା କରାଯାଇ ସୁସଜ୍ଜିତ ଝୁଲଣାରେ ସଜ୍ଜିତ କରାଯାଇଥିଲା । ଭକ୍ତମାନେ ଶ୍ରୀକୃଷ୍ଣଙ୍କୁ ଆନନ୍ଦରେ ଝୁଲାଇଥିଲେ । ଆଜି ବାଲଗୋପାଲ ଓ ମା’ ଦକ୍ଷିଣେଶ୍ୱର କାଳୀ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କର ବହୁତ ଭିଡ ପରିଲକ୍ଷିତ ହୋଇଥିବାବେଳେ ସହର ଚଳଚଞ୍ଚଳ ହୋଇପଡିଥିଲା । ଏହି ଉତ୍ସବରେ ସହରାଞ୍ଚଳ ସମେତ ଗ୍ରାମାଞ୍ଚଳର ବହୁ ପୁରୁଷ ଓ ମହିଳା ଭକ୍ତ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରି ନିଜ ନିଜର ଭକ୍ତିଅର୍ଘ୍ୟ ବାଢିଥିଲେ । ଶେଷରେ ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.