Home ଓଡ଼ିଶା ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଈଙ୍କର ସୁପ୍ରୀମ କୋର୍ଟରେ ଆଜି ଶେଷ ଦିନ : ଜାଣନ୍ତୁ କେତେକ...

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଈଙ୍କର ସୁପ୍ରୀମ କୋର୍ଟରେ ଆଜି ଶେଷ ଦିନ : ଜାଣନ୍ତୁ କେତେକ ଐତିହାସିକ ନିଷ୍ପତ୍ତି

243

ନୂଆ ଦିଲ୍ଲୀ ୧୫-୧୧ (ଓଡ଼ିଆ ପୁଅ) ଭାରତର ପ୍ରଧାନ ବିଚାରପତି ସିଜେଆଇ ରଞ୍ଜନ ଗୋଗୋଈଙ୍କର ଆଜି ଅର୍ଥାତ୍ ୧୫ ନଭେମ୍ବର ୨୦୧୯ ରେ ସୁପ୍ରୀମ କୋର୍ଟରେ ଶେଷ ଦିନ। ସିଜେଆଇ ରଞ୍ଜନ ଗୋଗୋଈ ୧୭ ନଭେମ୍ବର ୨୦୧୯ ରେ ଅବସର ନେବେ। ଆସନ୍ତା ୨ ଦିନ ଶନିବାର ଏବଂ ରବିବାର ହେବାଯୋଗୁଁ ଛୁଟିକାରଣରୁ ସୁପ୍ରୀମ କୋର୍ଟରେ ଆଜି ତାଙ୍କର ଶେଷ ଦିନ। ପରମ୍ପରା ମୁତାବକ ଆସନ୍ତା ସିଜେଆଇ ଏସ ଏ ବୋବଡ଼େଙ୍କ ସହିତ ଆଜି ବସିଛନ୍ତି। ସଂଧ୍ୟାରେ ୪ ଟା ୩୦ ମିନଟରେ ସୁପ୍ରୀମ କୋର୍ଟ ପରିସରରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଈଙ୍କର ସମ୍ମାନରେ ବିଦାୟକାଳୀନ ସମାରୋହ ଆୟୋଜନ କରାଯିବ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଈଙ୍କର କାର୍ଯ୍ୟକାଳରେ ଅନେକ ଐତିହାସିକ ଏବଂ ବିବାଦିତ ଫଇସଲାକୁ ସମାଧାନ କରିବାପାଇଁ ମନେ ରଖାଯିବ। ଯେଉଁଥିରେ ଅଯୋଧ୍ୟା ରାମଜନ୍ମଭୂମି ବାବରୀ ମସ୍ଜିଦ ବିବାଦ ଏବଂ ସବରୀମାଲା ମନ୍ଦିର ବିବାଦ ପ୍ରମୁଖ ଅଟେ।

ସିଜେଆଇ ରଞ୍ଜନ ଗୋଗୋଈ ୬୫୦ ହାଇକୋର୍ଟର ବିଚାରପତି ଏବଂ ୧୫୦୦୦ ନ୍ୟାୟିକ ଅଧିକାରୀମାନଙ୍କୁ ଭିଡ଼ିଓ କନ୍ଫ୍ରେଂସିଙ୍ଗରେ ସଂଧ୍ୟାରେ ସଂବୋଧିତ କରିବେ। ଏହା ଜରିଆରେ ପ୍ରଧାନ ବିଚାରପତି ସମସ୍ତଙ୍କୁ କଠିନ ପରିଶ୍ରମ ଏବଂ ମାମଲାର ଶିଘ୍ର ସମାଧାନକୁ ନେଇ ପ୍ରୋତ୍ସାହିତ କରିବେ ବୋଲି ଆଶା କରାଯାଉଛି।

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଈ ଆଜି ଦ୍ୱିପ୍ରହରରେ ରାଜଘାଟ ଯାଇପାରନ୍ତି। ସେ ଯେତେବେଳେ CJI ବନିଥିଲେ ସେତେବେଳେ ରାଜଘାଟ ଯାଇଥିଲେ।

ସିଜେଆଇ ରଞ୍ଜନ ଗୋଗୋଈ ପ୍ରାୟତଃ ସାଢ଼େ ୧୩ ମାସର ନିଜର କାର୍ଯ୍ୟକାଳରେ ୪୭ଟି ପ୍ରମୁଖ୍ୟ ଫଇସଲା ଶୁଣାଇଛନ୍ତି। କିନ୍ତୁ ଏହି ସମସ୍ତଙ୍କ ମଧ୍ୟରେ କିଛି ମୁଖ୍ୟ ରାୟ କାରଣରୁ ସିଜେଆଇ ରଞ୍ଜନ ଗୋଗୋଈଙ୍କର ଏହି କାର୍ଯ୍ୟକାଲ ଐତିହାସିକ ମାନା ଯାଉଛି।

କାର୍ଯ୍ୟକାଳର ଅନ୍ତିମ ଦିନରେ କେବଳ ତିନି ମିନଟ ପାଇଁ ନିଜର କୋର୍ଟରେ ବସିଥିଲେ CJI ରଞ୍ଜନ ଗୋଗୋଈ। ପରମ୍ପରା ମୁତାବକ ନିଜର ଉତ୍ତରାଧିକାରୀ ବିଚାରପତି ବୋବଡ଼େଙ୍କ ସହିତ ନିଜର କୋର୍ଟ ରୁମରେ CJI ଗୋଗୋଈ ବସିଥିଲେ। ଠିକ ସାଢ଼େ ଦଶଟା ବେଳେ କୋର୍ଟରୁମ ପୁରା ଭରିଥିଲା। ୧୮ ନଭେମ୍ବରରେ CJI ଭାବେ ଶପଥ ନେବାକୁଥିବା ବିଚାରପତି ବୋବଡ଼େଙ୍କର ବେଞ୍ଚରେ କାର୍ଯ୍ୟସୂଚୀରେ ସାମିଲ ସମସ୍ତ ଦଶଟି ମାମଲାର ନୋଟିସ ଜାରୀ କରିଥିଲେ ବିଚାରପତି ଗୋଗୋଇ, ଏଥିପାଇଁ କେବଳ ତିନି ମିନିଟ ସମୟ ଲାଗିଥିଲା। ଏହାପରେ ପ୍ରଧାନ ବିଚାରପତି ଗୋଗୋଇ ସିଟ୍ ରୁ ଉଠିଯାଇଥିଲେ। ଏହା ପରେ ସୁପ୍ରୀମ କୋର୍ଟ ବାର ଆସୋସିଏସନର ଅଧ୍ୟକ୍ଷ ରାକେଶ ଖାନ୍ନା ସମସ୍ତଙ୍କର ତରଫରୁ ଜଷ୍ଟିସ ଗୋଗୋଈଙ୍କୁ ଧନ୍ୟବାଦ ଏବଂ ଶୁଭକାମନା ଜଣାଇଥିଲେ। ଜଷ୍ଟିସ ଗୋଗୋଈ ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ପ୍ରମୁଖ ରାୟ :

ଅଯୋଧ୍ୟା ରାମଜନ୍ମଭୂମି ବାବରୀ ମସ୍ଜିଦ ବିବାଦ

ଦଶକ ଦଶକ ଧରି ଚାଲିଥିବା ଭାରତର ସବୁଠାରୁ ପୁରୁଣା ମାମଲାରେ ଅଯୋଧ୍ୟା ରାମଜନ୍ମଭୂମି ବାବରୀ ମସ୍ଜିଦ ବିବାଦ ଉପରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଈଙ୍କର ଅଧ୍ୟକ୍ଷତାରେ ଥିବା ୫ ଜଣିଆ ସଂବିଧାନ ପୀଠ ଐତିହାସିକ ନିଷ୍ପତି ଶୁଣାଇଥିଲେ। ସୁପ୍ରୀମ କୋର୍ଟ ନିଜର ଐତିହାସିକ ଫଇସଲାରେ କହିଲେ କି ବିବାଦିତ ୨.୭୭ ଏକର ଜମି ରାମଲଲାଙ୍କୁ ଦିଆଯାଉ ଏବଂ ସୁନ୍ନୀ ବକ୍ଫ ବୋର୍ଡକୁ ଅଯୋଧ୍ୟାରେ ମସ୍ଜିଦ ପାଇଁ ୫ ଏକର ଜମି ଦିଆଯାଉ। ଏହା ସହିତ ହିଁ ସୁପ୍ରୀମ କୋର୍ଟ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କୁ ୩ ମାସ ଭିତରେ ଟ୍ରଷ୍ଟ ବନାଇବା ପାଇଁ ଆଦେଶ ଦେଇଥିଲେ।

ସବରୀମାଲା ମାମଲା

ସୁପ୍ରୀମ କୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠ ସବରୀମାଲା ମନ୍ଦିରରେ ମହିଳାମାନଙ୍କର ପ୍ରବେଶ ବିରୁଦ୍ଧରେ ଦାଖଲ ହୋଇଥିବା ପୁନର୍ବିଚାର ଯାଚିକା ଉପରେ ଶୁଣାଣି କରିଛନ୍ତି। ସୁପ୍ରୀମ କୋର୍ଟ ସବରୀମାଲା କେସରେ ପୁନର୍ବିଚାର ଯାଚିକା ଉପରେ ମାମଲାକୁ ୭ଜଣିଆ ବିଚାରପତିଙ୍କର ବେଞ୍ଚକୁ ପଠାଇଛନ୍ତି। ଅପର ପକ୍ଷରେ ମହିଳାମାନଙ୍କର ମନ୍ଦିରରେ ପ୍ରବେଶକୁ ଜାରୀ ରଖିଛନ୍ତି। ଅବଶ୍ୟ ୨୮ ସେପ୍ଟେମ୍ବର ୨୦୧୮ ରେ ଦିଆଯାଇଥିବା ନିର୍ଣ୍ଣୟ ଉପରେ ରୋକ ଲଗାଇନାହାଁନ୍ତି। ଏହି ଆଦେଶରେ ୧୦ ରୁ ୫୦ ବର୍ଷ ମଧ୍ୟରେ ଥିବା ମହିଳାମାନଙ୍କୁ ମନ୍ଦିରରେ ପ୍ରବେଶ ଉପରେ ଲଗାଯାଇଥିବା ପ୍ରତିବନ୍ଦକୁ ହଟାଯାଇଥିଲା।

ସରକାରୀ ବିଜ୍ଞାପନ ଉପରେ ନେତାମାନଙ୍କ ଫଟୋ ଉପରେ ପ୍ରତିବନ୍ଧ

ସୁପ୍ରୀମ କୋର୍ଟ ନିଜର ଐତିହାସିକ ନିର୍ଣ୍ଣୟରେ ସରକାରୀ ବିଜ୍ଞାପନ ଉପରେ ନେତାମାନଙ୍କର ଫଟୋକୁ ଲଗାଇବା ଉପରେ ବ୍ୟାନ୍ ଲଗାଇଛନ୍ତି ଏହି ବେଞ୍ଚର ଅଧ୍ୟକ୍ଷତା ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଈ କରିଥିଲେ। ଏବେ ନିଷ୍ପତି ପରେ କେବଳ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ସୁପ୍ରୀମ କୋର୍ଟର ମୁଖ୍ୟ ବିଚାରପତି ଫଟୋ ସରକାରୀ ବିଜ୍ଞାପନ ଉପରେ ଲାଗିପାରିବ।

ସୁପ୍ରୀମ କୋର୍ଟର ନିଷ୍ପତି ୬ଟି ଭାଷାରେ
ସୁପ୍ରୀମ କୋର୍ଟର ନିଷ୍ପତି ଯାହାକି ପୂର୍ବରୁ ଇଂରାଜୀ ଭାଷାରେ ଜାରୀ କରାଯାଉଥିଲା। କିନ୍ତୁ ସୁପ୍ରୀମ କୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଈଙ୍କର ଅଧ୍ୟକ୍ଷତାରେ ଥିବା ଖଣ୍ଡପୀଠ ହିନ୍ଦୀ ସମେତ ୬ଟି ଭାଷାରେ ନିଷ୍ପତିର କପି ଯୋଗାଇଦେବା ପାଇଁ ନିଷ୍ପତି ନେଇଛନ୍ତି। ଅନେକ ଲୋକ ଏପରି ଥିଲେ ଯେଉଁମାନେ ଇଂରାଜୀ ବୁଝି ପାରୁନଥିଲେ ସେମାନଙ୍କୁ ବହୁତ ସହାୟକ ହେବ। ଏହି ଫଇସଲା ପରେ ଏବେ ହିନ୍ଦୀ, ତେଲଗୁ, ଆସାମୀ, କନ୍ନଡ଼, ମରାଠୀ ଏବଂ ଓଡ଼ିଆ ଭାଷାରେ ମଧ୍ୟ ନିଷ୍ପତି ଉପଲ୍ବଧ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.