Home Top News ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦରୁ କିରଣ ବେଦୀ ହଟିଲେ, ତେଲେଙ୍ଗାନାର ରାଜ୍ୟପାଳଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ

ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦରୁ କିରଣ ବେଦୀ ହଟିଲେ, ତେଲେଙ୍ଗାନାର ରାଜ୍ୟପାଳଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ

53

ପୁଡୁଚେରୀ ୧୬ ଫେବୃଆରୀ (ଓଡ଼ିଆ ପୁଅ) କିରଣ ବେଦୀଙ୍କୁ ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦରୁ ହଟାଇ ଦିଆଯାଇଛି।
ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରୁ ନିର୍ଦ୍ଦେଶ ଦିଆଯାଇଛି। ରାଷ୍ଟ୍ରପତି ଭବନଙ୍କ ମୁଖପାତ୍ର କହିଛନ୍ତି ଯେ, ତେଲେଙ୍ଗାନା ରାଜ୍ୟପାଳ ତାମିନ୍‌ ସାଇ ସୌନ୍ଧର୍ଯ୍ୟରାଜଙ୍କୁ ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଭାବେ ଅତିରିକ୍ତ ଦାୟିତ୍ତ୍ୱ ଦିଆଯାଇଛି। ରାଷ୍ଟ୍ରପତିଙ୍କ ପ୍ରେସ ସଚିବ ଅଜୟ କୁମାର ଏକ ବିବୃତ୍ତିରେ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ଅନୁଯାୟୀ, ଡକ୍ଟର କିରଣ ବେଦୀ ଆଉ ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ରହିବେ ନାହିଁ। ସେ ତେଲେଙ୍ଗାନା ରାଜ୍ୟପାଳ ତାମିଲାଇସାଇ ସୁନ୍ଦରରାଜନ୍‌ଙ୍କୁ ତାଙ୍କ ଦାୟିତ୍ୱ ତୁଲାଇବା ସହିତ ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଦାୟିତ୍ତ୍ୱ ତୁଲାଇବେ। ଏହି ନୂତନ ଦାୟିତ୍ତ୍ୱ ନୂତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବରେ ଗ୍ରହଣ କରିବା ଦିନଠାରୁ କାର୍ଯ୍ୟକାରୀ ହେବ ଏବଂ ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ପାଇଁ ନିୟମିତ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.