Home ଜିଲ୍ଲା ପରିକ୍ରମା ଭଦ୍ରକ : ମା’ ସଂକଟ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ

ଭଦ୍ରକ : ମା’ ସଂକଟ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ

85

ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ କଚେରୀ ବଜାରସ୍ଥିତ ମା’ ସଂକଟ ତାରିଣୀଙ୍କ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଛି । ପ୍ରାତଃରେ ମା’ଙ୍କ ପୂଜକ ନୀଳାମ୍ବର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସମସ୍ତ ରୀତିନୀତି ଅନୁଯାୟୀ ମା’ଙ୍କର ପୂଜା ଆରମ୍ଭ ହୋଇଥିଲା । ମହିଳାଙ୍କ କଳସ ଶୋଭାଯାତ୍ରା ପରେ ମା’ଙ୍କର ଆଳତି ଓ ପୂଜାର୍ଚ୍ଚନା ବେଶ୍ ଆନନ୍ଦ ଉଲ୍ଲାସର ସହ ଆରମ୍ଭ ହୋଇଥିଲା । ସହର ଓ ଆଖପାଖ ଅଂଚଳର ଶତାଧିକ ଶ୍ରଦ୍ଧାଳୁଭକ୍ତ ମା’ଙ୍କୁ ଦର୍ଶନ କରି ନିଜ ନିଜର ମାନସିକ ପୂଜା କରିଥିଲେ । ଏଥି ଉପଲକ୍ଷେ ଏକ ଭଜନ ମଣ୍ଡଳୀ ଦ୍ୱାରା ମା’ଙ୍କର ବିଭିନ୍ନ ସଂଗୀତ ଗାନ କରାଯିବା ପରେ ଉପସ୍ଥିତ ଭକ୍ତଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ପୁଲିସ୍ ମୁତୟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.