Home ଓଡ଼ିଶା ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲା, ମମିତାଙ୍କ ପାଇଁ ଦୀପଦାନ କଲା କେଶରୀୟା ହିନ୍ଦୁ ବାହିନୀ

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲା, ମମିତାଙ୍କ ପାଇଁ ଦୀପଦାନ କଲା କେଶରୀୟା ହିନ୍ଦୁ ବାହିନୀ

42

ଭୁବନେଶ୍ୱର/ପୁରୀ: କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା ପ୍ରଦେଶ ଶାଖା ସୋମବାର ଦିନ ଗୋବର୍ଦ୍ଧନ ମଠକୁ ଯାଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟି ଆଶୀର୍ବାଦ ଭିକ୍ଷା କରିଛି। ଏହାପରେ ସଙ୍ଗଠନର କାର୍ଯ୍ୟକର୍ତ୍ତା ମାନେ ମୃତ ଶିକ୍ଷୟତ୍ରୀ ମମିତା ମେହରଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଏବଂ ତାଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ସିଂହଦ୍ୱାର ସମ୍ମୁଖରେ ଦୀପଦାନ କରିଛନ୍ତି। ଏଥିରେ କେଶରୀୟା ହିନ୍ଦୁ ବାହିନୀ ସଂସ୍ଥାପକ ଜ୍ଞାନ ରଞ୍ଜନ ଜେନା, ପ୍ରଦେଶ ଅଧ୍ୟକ୍ଷ ଟିଟନ ସାହୁ, ପ୍ରଦେଶ ଉପାଧ୍ୟକ୍ଷ ଅଭିମନ୍ୟୁ ଶତପଥି, କୋର୍ କମିଟି ଅଧ୍ୟକ୍ଷ ରବୀନ୍ଦ୍ର କୁମାର ଶତପଥି, ମହାସଚିବ ରାଜେଶ ନନ୍ଦ, ମହିଳା ବିଭାଗ ପ୍ରଦେଶ ଅଧ୍ୟକ୍ଷା ରଶ୍ମିମୟୀ ପଟ୍ଟନାୟକ, ମହିଳା ବିଭାଗ ପ୍ରଦେଶ ମହାସଚିବ ରତ୍ନପ୍ରଭା ପଣ୍ଡା, ପୁରୀ ଜିଲ୍ଲା ସଭାପତି ଦାଶରଥି ମହାନ୍ତି, ସାଧାରଣ ସମ୍ପାଦକ ବିଶୁଦାନନ୍ଦ ଜେନା, ମଧୁସ୍ମିତା ରାଉତ, ସବିତା ରାୟ  ପ୍ରମୂଖ ଉପସ୍ଥିତ ଥିଲେ।
-@DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.