Home ଓଡ଼ିଶା ରାଷ୍ଟ୍ରପତି, ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କଲା କେଶରୀୟା ହିନ୍ଦୁ ପରିଷଦ

ରାଷ୍ଟ୍ରପତି, ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କଲା କେଶରୀୟା ହିନ୍ଦୁ ପରିଷଦ

58

ନୂଆଦିଲ୍ଲୀ: ନବ ନିର୍ବାଚିତ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଶେଶ୍ୱର ଟୁଡୁଙ୍କୁ ଭେଟିଛି କେଶରୀୟା ହିନ୍ଦୁ ପରିଷଦ। କେଶରୀୟା ହିନ୍ଦୁ ପରିଷଦ ସଂସ୍ଥାପକ ଜ୍ଞାନ ରଞ୍ଜନ ଜେନା, ସାଧାରଣ ସମ୍ପାଦକ ରାଜେଶ ନନ୍ଦ, ମହିଳା ବାହିନୀ ଓଡ଼ିଶା ଅଧ୍ୟକ୍ଷା ରଶ୍ମିମୟୀ ପଟ୍ଟନାୟକ, ସାଧାରଣ ସମ୍ପାଦିକା ରତ୍ନପ୍ରଭା ପଣ୍ଡା, ସୂଚିସ୍ମିତା ତ୍ରିପାଠୀ, ଯୁବା ବାହିନୀ ରାଜ୍ୟ ସଭାପତି ସମ୍ବିତ ମହାପାତ୍ର ପ୍ରମୂଖ ନବ ନିର୍ବାଚିତ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସେହିପରି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ଭବନରେ ସୌଜନ୍ୟ ମୂଳକ ସାକ୍ଷାତ କରିଛି କେଶରୀୟା ହିନ୍ଦୁ ପରିଷଦ।ଏହା ସହ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ତଥା ଉଦ୍ୟମତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି କିଛି ସାଂପ୍ରତିକ ସ୍ଥିତି ବିଷୟରେ ଆଲୋଚନା କରିଛି କେଶରୀୟା ହିନ୍ଦୁ ପରିଷଦ। ସେହିପରି କେନ୍ଦ୍ର ଆଦିବାସୀ କଲ୍ୟାଣ ଏବଂ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ମଧ୍ୟ କେଶରୀୟା ହିନ୍ଦୁ ପରିଷଦ ସୌଜନ୍ୟମୂଳକ ସାକ୍ଷାତ କରିଛି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.