Home ଜିଲ୍ଲା ପରିକ୍ରମା ଶାରୀରିକ ଦକ୍ଷତା ପରୀକ୍ଷା ଅନୁଷ୍ଠିତ

ଶାରୀରିକ ଦକ୍ଷତା ପରୀକ୍ଷା ଅନୁଷ୍ଠିତ

42

ପୁରୀ ୨୬/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ପକ୍ଷରୁ ପୁରୀ ଜିଲ୍ଲା ପ୍ରଶାସନ ସହଯୋଗ ରେ ଅବକାରୀ କନଷ୍ଟେବଳ ଓ ଫରେଷ୍ଟ ଗାର୍ଡ ପଦବୀ ନିମନ୍ତେ ଦୁଇ ଦିନିଆ ଶାରୀରିକ ଦକ୍ଷତା ପରୀକ୍ଷା ଆଜି ତାଳବଣିଆ ସ୍ଥିତ ଡିଷ୍ଟ୍ରିକ୍ଟ ସ୍ପୋର୍ଟସ କମ୍ଲେକ୍ସ ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି ଦକ୍ଷତା ପରୀକ୍ଷା କାର୍ଯ୍ୟକ୍ରମରେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରୀକ୍ଷା କରି ଉପଯୁକ୍ତ ପ୍ରାର୍ଥୀ ଚୟନ ପାଇଁ ଦାୟିତ୍ୱ ରେ ଥିବା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଶାରୀରିକ ଦକ୍ଷତା ପରୀକ୍ଷାରେ ଦୌଡ଼, ଦ୍ରୁତ ଚାଲିବା, ହାଇଜମ୍ପ, ଲଗଂଜମ୍ପ, ଦଉଡି ଧରି ଉପରକୁ ଚଢିବା, ପହଁରା ଇତ୍ୟାଦି ପରୀକ୍ଷା କରାଯାଇଥିଲା। ଏହାକୁ ଡେପୁଟି କଲେକ୍ଟର ଶ୍ରୀ ସୁମନ୍ତ କୁମାର କର, ଶ୍ରୀ ଜିତେନ୍ଦ୍ର ପାତ୍ର, ଏ ସି ଏଫ ଶ୍ରୀ ଉତ୍ତମ ଗଡନାୟକ, ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ସାମଲ, ପୋଲିସ ରିଜର୍ଭ ଇନିସପେକ୍ଟର ଚନ୍ଦ୍ର ଶେଖର ଦାସ ଓ କ୍ରୀଡା ଅଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଏହି ପରୀକ୍ଷା ରେ ୩୯ ଜଣ ପୁରୁଷ ଓ ୨୨ ଜଣ ମହିଳା ପରୀକ୍ଷାର୍ଥୀ ଯୋଗ ଦେଇଥିଲେ। ଆସନ୍ତା କାଲି ଫରେଷ୍ଟ ଗାର୍ଡ ପଦବୀ ପାଇଁ ପୁରୁଷ ଓ ମହିଳା ପ୍ରାର୍ଥୀ ଙ୍କ ଲାଗି ଯଥାକ୍ରମେ ୨୫ କି.ମି ଓ ୧୬ କି.ମି ଚାଲିବା ପରୀକ୍ଷା ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.