Home ଆନ୍ତର୍ଜାତୀୟ କାବୁଲର ଶିଖ ଗୁରୁଦ୍ୱାରା ଆକ୍ରମଣରେ ଜଣେ କେରଳର ଆତଙ୍କବାଦୀ ସମ୍ପୃକ୍ତ

କାବୁଲର ଶିଖ ଗୁରୁଦ୍ୱାରା ଆକ୍ରମଣରେ ଜଣେ କେରଳର ଆତଙ୍କବାଦୀ ସମ୍ପୃକ୍ତ

443

ନୂଆ ଦିଲ୍ଲୀ ୨୮-୩ (ଓଡ଼ିଆ ପୁଅ) : ଗତ ସପ୍ତାହରେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ଅବସ୍ଥିତ ଶିଖ ଗୁରୁଦ୍ୱାରା ଉପରେ ଆତଙ୍କବାଦୀ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଜଣେ କେରଳର ମାଲାୟାଲୀ ଆତଙ୍କବାଦୀ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଆଫଗାନିସ୍ତାନ ନ୍ୟୁଜ୍ ଏଜେନ୍ସି ଦ୍ୱାରା ଏହି ସୂଚନା ପ୍ରକାଶ ପାଇଛି।

ସୂଚନା ମୁତାବକ, ଏହି ଆକ୍ରମଣରେ ଆବୁ ଖାଲିଦ ଅଲ-ହିନ୍ଦୀ ନାମରେ ପରିଚିତ କାସରାଗୋଡର ବାସିନ୍ଦା ମହମ୍ମଦ ସାଜିଦ ସମ୍ପୃକ୍ତ ଅଛି ବୋଲି ଜଣା ପଡ଼ିଛି। ତାର ଫଟୋ ମଧ୍ୟ ରିଲିଜ୍ ହୋଇଛି।

ଗତ ବର୍ଷ ଆଫଗାନିସ୍ତାନରେ ଡ୍ରୋନ୍ ଷ୍ଟ୍ରାଇକ୍ ରେ ସେ ନିହତ ହୋଇଥିଲା ବୋଲି ଅନୁମାନ କରାଯାଇଥିଲା।

ଏହି ଆତଙ୍କବାଦୀ ଆକ୍ରମଣରେ ଅତି କମରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଥିଲେ।

ଆବୁ ଖାଲିଦ୍ ଅଲ-ହିନ୍ଦୀ ଆକା ଅବଦୁଲ ଖୟୋମ ସେହି ବ୍ୟକ୍ତି ଯିଏ କି କେରଳର ଭାଲାପାଟନମ୍ ଆଇଏସ୍ କେସ୍ ସହିତ ଜଡିତ ଥିବା ସନ୍ଦେହ କରାଯାଉଛି। ସେ କେରଳର କାସରଗୋଡ ଜିଲ୍ଲାର। ୨୦୧୭ ରେ, ଏନ୍ଆଇଆଇ ଅଭିଯୋଗରେ କନ୍ନୁର ଜିଲ୍ଲାର ଭାଲାପଟ୍ଟନମରୁ ଆବୁ ଖାଲିଦଙ୍କ ସମେତ ପାଞ୍ଚ ଜଣଙ୍କ ବିରୋଧରେ ଏକ ମାମଲା ପଞ୍ଜୀକୃତ ହୋଇଥିଲା। ଏନଆଇଏ ଅନୁଯାୟୀ, ଆବୁ ଖାଲିଦ୍ ସିରିଆରେ ରହିଥିବ ବୋଲି ଆଶା କରାଯାଉଥିଲା।

ଆଇଏସଆଇଏସ ଗୁରୁବାର କହିଛି ଯେ କାବୁଲରେ ହର ରାୟ ସାହେବ ଗୁରୁଦ୍ୱାର ଉପରେ ଆକ୍ରମଣ କରିଥିବା ତିନି ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଆବୁ ଖାଲିଦ ଅଲ-ହିନ୍ଦୀ।

ଇଣ୍ଡିଆ ଟୁଡ଼େ ରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛିଯେ, ଇସଲାମିକ୍ ଷ୍ଟେଟ୍ ର ଆମାକ୍ ନ୍ୟୁଜ୍ ଏଜେନ୍ସିର ଏକ ଭିଡିଓରେ ଦର୍ଶାଯାଇଛି ଯେ କାବୁଲ ଗୁରୁଦ୍ୱାର ଆକ୍ରମଣ କରିଥିବା ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ମଧ୍ୟରୁ ଜଣେ ହେଉଛି “ଆବୁ ଖାଲିଦ ଅଲ-ହିନ୍ଦୀ”। ଭାରତୀୟ ପୋଲିସ ଗୁପ୍ତଚର ସୂତ୍ରରୁ ସେ ହେଉଛି କେରଳର ଜଣେ ଇଞ୍ଜିନିୟରିଂ ଛାତ୍ର ମହମ୍ମଦ ମହସିନ୍ ବୋଲି ଚିହ୍ନଟ ହୋଇଛି।

ଗତ ଜୁନ୍ ମାସରେ ଆଫଗାନିସ୍ତାନରେ ଡ୍ରୋନ୍ ଷ୍ଟ୍ରାଇକରେ କେରଳର ଜଣେ ଇଞ୍ଜିନିୟରିଂ ଛାତ୍ର ମହମ୍ମଦ ମହସିନର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.