କୋଚି ୩-୨ (ଓଡ଼ିଆ ପୁଅ) କେରଳ ସରକାରଙ୍କ ଦ୍ୱାରା ସୋମବାରଦିନ ନୋଭେଲ କୋରୋନା ଭାଇରସ୍ କୁ ନେଇ “ରାଜ୍ୟ ବିପତ୍ତି” (ଷ୍ଟେଟ୍ କାଲାମିଟି) ଘୋଷଣା କରାଯାଇଛି। କରୋନା ଭାଇରସ୍ ର ଲକ୍ଷଣ ଥିବା ୨,୨୩୯ ବ୍ୟକ୍ତିଙ୍କ ମଧ୍ୟରୁ ୮୪ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ବାକୀ ଲୋକମାନେ ଘରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଉପରେ ଦୃଷ୍ଟି ରଖାଯାଇଛି। ରାଜ୍ୟ ବିପତ୍ତି ଘୋଷଣା ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କର କାର୍ଯ୍ୟାଳୟ ଦ୍ବାରା କରାଯାଇଛି।
ସୂଚନାଯୋଗ୍ୟଯେ, କେରଳରେ ଦୁଇ ରୋଗୀଙ୍କର ପୁଷ୍ଟି ହେଲା ପରେ, ରାଜ୍ୟରେ ଆଉ ଜଣେ ଅର୍ଥାତ୍ ତୃତୀୟ ରୋଗୀର ପୁଷ୍ଟି ହୋଇଛି। ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀ କେ.କେ. ଶୈଲଜା ସୋମବାରଦିନ କହିଛନ୍ତି।
ଶୈଲଜା କେରଳ ବିଧାନସଭାରେ ବିଶେଷ ଭାବରେ ଉଲ୍ଲେଖ କରିଥିଲେ କି ତୃତୀୟ ମାମଲାରେ କୋରୋନୋ ଭାଇରସ୍ ର ଟେଷ୍ଟ ପଜିଟିଭ୍ ଜଣାପଡ଼ିଛି। ୟୁବକଙ୍କର ସ୍ୱାସ୍ଥ୍ୟ ସ୍ଥିର ଅଛି। ସେ ୱୁହାନରେ ଜଣେ ଛାତ୍ର ଥିଲେ।